Advertisment

ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପଦ ଅଫର କରିଥିଲା କି ଇଣ୍ଡିଆ ବ୍ଲକ?

ନୀତୀଶ କୁମାରଙ୍କୁ ସାଥୀ କରି ବିଜେପି କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ହେଲେ ବିଜେପିକୁ ଚକମା ଦେବା ପାଇଁ ଇଣ୍ଡିଆ ବ୍ଲକ ନୀତୀଶ କୁମାରଙ୍କୁ ନିଜ ଆଡ଼କୁ ଆଣିବାକୁ ଚାହୁଁଛି କି?

author-image
Hemant Lenka
Nitish Kumar

Nitish Kumar

ପଲଟୁରାମ ଭାବେ ପରିଚିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ତାଙ୍କ ଦଳ ଜେଡିୟୁକୁ ନିଜ ସହ ସାମିଲ କରିବା ପାଇଁ ବିରୋଧୀ ମେଣ୍ଟ ଇଣ୍ଡିଆ ପ୍ରଧାନମନ୍ତ୍ରୀ ପଦ ଅଫର କରିଛି କି?

Advertisment

ନୀତୀଶ କୁମାରଙ୍କୁ ସାଥୀ କରି ବିଜେପି କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ହେଲେ ବିଜେପିକୁ ଚକମା ଦେବା ପାଇଁ ଇଣ୍ଡିଆ ବ୍ଲକ ନୀତୀଶ କୁମାରଙ୍କୁ ନିଜ ଆଡ଼କୁ ଆଣିବାକୁ ଚାହୁଁଛି କି?

ଏଭଳି ପ୍ରଶ୍ନ ଉଠିବା ପଛରେ ଜେଡିୟୁ ମୁଖପାତ୍ର କେସି ତ୍ୟାଗୀଙ୍କ ଗୋଟିଏ ବୟାନ ରହିଛି। ଶ୍ରୀ ତ୍ୟାଗୀ ଦାବି କରିଛନ୍ତି ଯେ ଇଣ୍ଡିଆ ବ୍ଲକ ନୀତୀଶ କୁମାରଙ୍କୁ ନିଜ ପାଖକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ପଦର ଅଫର କରିଥିଲା। କିନ୍ତୁ ସେ ଏପରି ଅଫରକୁ ସିଧାସିଧା ମନା କରି ଦେଇଛନ୍ତି।

Advertisment

ଗୋଟିଏ ଗଣମାଧ୍ୟମକୁ ସୂଚନା ଦେଇ ତ୍ୟାଗୀ କହିଛନ୍ତି, “ନୀତୀଶ କୁମାରଙ୍କ ପାଖକୁ ଇଣ୍ଡିଆ ବ୍ଲକ ପକ୍ଷରୁ ପ୍ରଧାନମନ୍ତ୍ରୀ ହେବାକୁ ଅଫର ଅସିଥିଲା। ଇଣ୍ଡିଆ ବ୍ଲକର ଆବାହକ ସେ ନହୁଅନ୍ତୁ ବୋଲି ଯେଉଁମାନେ ଚାହୁଁଥିଲେ, ସେଭଳି ଲୋକ ଏବେ ପ୍ରଧାନମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ନୀତୀଶ କୁମାର ଅଫରକୁ ଗ୍ରହଣ କରି ନଥିଲେ। ଆମେ ଏନଡିଏରେ ଏବେ ଦୃଢ଼ ଭାବେ ରହିଛୁ।”

ଇଣ୍ଡିଆ ବ୍ଲକ ପକ୍ଷରୁ କିଏ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପଦର ଅଫର ଦେଇଥିଲେ ବୋଲି ପ୍ରଶ୍ନର ଉତ୍ତର କିନ୍ତୁ କେସି ତ୍ୟାଗୀ ଦେଇ ନାହାନ୍ତି। ସେ କହିଛନ୍ତି, “କିଛି ନେତା ନୀତୀଶ କୁମାରଙ୍କୁ ସିଧାସଳଖ ଏପରି ଅଫର ଦେବାକୁ ଚାହୁଁଥିଲେ। କିନ୍ତୁ ଇଣ୍ଡିଆ ବ୍ଲକର ବ୍ୟବହାର ଦେଖି ଆମେ ମେଣ୍ଟରୁ ଓହରି ଯାଇଥିଲୁ। ଆମେ ଏନଡିଏରେ ସାମିଲ ହୋଇଛୁ ଓ ଏବେ ପଛକୁ ଫେରିବାର ପ୍ରଶ୍ନ ଉଠୁ ନାହିଁ।”

କେସି ତ୍ୟାଗୀଙ୍କ ଏପରି ଦାବିକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ ଏହାକୁ ଖଣ୍ଡନ କରିଛି। କଂଗ୍ରେସ ନେତା କେସି ଭେନୁଗୋପାଲ କହିଛନ୍ତି, “ନୀତୀଶ କୁମାରଙ୍କୁ ଇଣ୍ଡିଆ ବ୍ଲକ ପ୍ରଧାନମନ୍ତ୍ରୀ ହେବାକୁ ଅଫର ଦେଇଥିବା ନେଇ ମୋ ପାଖରେ କୌଣସି ସୂଚନା ନାହିଁ। ସେ କେବଳ ନିଜେ ହିଁ ଏହି ଦାବି ବିଷୟରେ ଜାଣିଥିବେ। ଆମ ପାଖରେ ଏନେଇ କୌଣସି ସୂଚନା ନାହିଁ।”

Congress Nitish Kumar JDU Lok Sabha