Advertisment

ବିହାର ରାଜନୀତିରେ ଥମିନି ହଟଚମଟ; ବନ୍ଧା ହେଲେ ଜେଡିୟୁ ବିଧାୟକଙ୍କ ସ୍ୱାମୀ

ଜେଡିୟୁ ବିଧାୟକ ବୀମା ଭାରତୀଙ୍କ ସ୍ୱାମୀ ଅବଧେଶ ମଣ୍ଡଳଙ୍କୁ ବାନ୍ଧିଛି ପୁଲିସ୍‌।

author-image
Niharika Rout
JDU-mla-bima-bharti

JDU-mla-bima-bharti

ନୀତୀଶ କୁମାର ଗତକାଲି ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟରେ ପାସ୍‌ କରି ସାରିଥିଲେ ବି ରାଜନୈତିକ ହଟଚମଟ ବନ୍ଦ ହୋଇନି। ଜେଡିୟୁ ବିଧାୟକ ବୀମା ଭାରତୀଙ୍କ ସ୍ୱାମୀ ଅବଧେଶ ମଣ୍ଡଳଙ୍କୁ ବାନ୍ଧିଛି ପୁଲିସ୍‌। ଜେଡିୟୁ ବିଧାୟକ ଆରଜେଡି କ୍ୟାମ୍ପରେ ସାମିଲ ହେବା ଆଶଙ୍କାରେ ଗତକାଲି ବୀମା ଭାରତୀଙ୍କ ସ୍ୱାମୀଙ୍କୁ ବାନ୍ଧିଛି ପୁଲିସ୍‌। ବେଆଇନ ରୂପେ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

Advertisment

ବୀମା ଭାରତୀଙ୍କ ଉପରେ ଚାପ ସୃଷ୍ଟି ପାଇଁ ସୋମବାର ସକାଳେ ଅବଧେଶ ମଣ୍ଡଳଙ୍କୁ ପୁଲିସ୍‌ ଉଠାଇ ନେଇଥିଲା। ଏହାପରେ ଗିରଫ କରି କୋର୍ଟଚାଲାଣ କରିଦେଇଥିଲା।

ନୀତୀଶ କୁମାରଙ୍କ ସରକାରକୁ ଝଟକା ଦେବାକୁ ଏନଡିଏର ୮ ବିଧାୟକଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା ଚଳାଇଥିଲା ଆରଜେଡି । ସେଥିମଧ୍ୟରେ ଜେଡିୟୁର ୫ ବିଧାୟକ ଓ ବିଜେପି ର ୩ ବିଧାୟକ ଥିବା ଜଣାଯାଇଥିଲା

Advertisment

ଜେଡିୟୁର ୫ ବିଧାୟକଙ୍କ ସହ ଦଳ ଗତ କିଛି ଦିନ ହେଲା ସମ୍ପର୍କ କରି ପାରୁ ନ ଥିଲା। ସେମାନେ ଆରଜେଡି ସହ ସମ୍ପର୍କରେ ଥିବା ତଥା ଆରଜେଡି ସେମାନଙ୍କୁ ୧୦ କୋଟି ଲେଖାଏଁ ସହ ମନ୍ତ୍ରୀ ପଦର ଅଫର ଦେଇଥିବା ଶୁଣିବାକୁ ମିଳୁଥିଲା। ସେଥିମଧ୍ୟରୁ ୫ କୋଟି ଫ୍ଲୋର ଟେଷ୍ଟ ପୂର୍ବରୁ ଓ ୫ କୋଟି ଫ୍ଲୋର ଟେଷ୍ଟ ପରେ ଦିଆଯିବ ବୋଲି ଡିଲ୍‌ ବି ଫାଇନାଲ ହୋଇଥିଲା।

ଏନଡିଏ ମେଣ୍ଟକୁ ରବିବାର ରାତିରେ ଏନେଇ ସୁରାଗ ମିଳିବା ପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହାପରେ ରାତାରାତି ଜେଡିୟୁର ୩ ବିଧାୟକ ଡା. ସଞ୍ଜୀବ, ସୁଦର୍ଶନ ଓ ମନୋଜ ଯାଦବଙ୍କୁ ଖୋଜି ବାହାର କରାଯାଇଥିଲା।

ଆରଜେଡି ସେମାନଙ୍କୁ ୧୦ କୋଟି ଲେଖାଏ ସହ ମନ୍ତ୍ରୀ ପଦର ଅଫର ଦେଇଥିବା ଜେଡିୟୁ ବିଧାୟକ ସୁଧାଂଶୁ ଶେଖର ଥାନାରେ ଅଭିଯୋଗ କରିଥିଲେ। ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନିକଟତର ଇଞ୍ଜିନିୟର ସୁନୀଲ ଏଡି ଅଫର ଦେଉଥିବା ଅଭିଯୋଗ ହୋଇଥିଲା।

ଗତକାଲି ବିହାର ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସପକ୍ଷରେ ପଡିଲା ୧୨୯ ଭୋଟ୍‌। ବିରୋଧୀଙ୍କ କକ୍ଷ ତ୍ୟାଗ ଯୋଗୁ ବିଜେପି, ଜେଡିୟୁ ମେଣ୍ଟ ବିପକ୍ଷରେ ଗୋଟିଏ ବି ଭୋଟ୍‌ ପଡି ନ ଥିଲା। ତେବେ ଆର୍‌ଜେଡିର ତିନି ଜଣ ବିଧାୟକ ଦଳ ବଦଳ କରି ଏନ୍‌ଡିଏ କ୍ୟାମ୍ପରେ ଯୋଗ ଦେଇଥିଲେ। ଏଥିଯୋଗୁ ଆର୍‌ଜେଡିକୁ ବଡ଼ ଝଟ୍‌କା ଲାଗିଥିଲା।

Bihar JDU RJD