Advertisment

ମୋଦି ୩.୦ରେ ଜେଡିୟୁର ଲଲନ ସିଂହ ଓ ରାମ ନାଥ ହେବେ ମନ୍ତ୍ରୀ!

ଆସନ୍ତାକାଲି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ମନ୍ତ୍ରିମଣ୍ଡଳରେ କେଉଁମାନେ ସାମିଲ ହେବେ, ତା’କୁ ନେଇ ମାନସମନ୍ଥନ ଚାଲିଛି।

author-image
Hemant Lenka
JDU

JDU

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର କ୍ୟାବିନେଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁକୁ ୨ଟି କ୍ୟାବିନେଟ ମନ୍ତ୍ରୀ ପଦ ମିଳିବ ବୋଲି ଜଣାପଡ଼ିଛି। ଜେଡିୟୁ ପକ୍ଷରୁ ବରିଷ୍ଠ ନେତା ଲଲନ ସିଂହ ଓ ରାମ ନାଥ ଠାକୁର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି। ନୀତୀଶ କୁମାର ମନ୍ତ୍ରୀ ପଦ ପାଇଁ ଏହି ଦୁଇ ଜଣଙ୍କ ନାଁ ପ୍ରସ୍ତାବ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି। 

Advertisment

ଲଲନ ସିଂହ ବିହାରର ମୁଙ୍ଗେର ଲୋକସଭା ଆସନରୁ ଏଥର ବିଜୟୀ ହୋଇଛନ୍ତି। ସେହିପରି ରାମନାଥ ଠାକୁର ରାଜ୍ୟସଭା ସାଂସଦ। ଏଥିସହ ରାମନାଥ ହେଉଛନ୍ତି ଭାରତ ରତ୍ନ ପୁରସ୍କାର ପ୍ରାପ୍ତ କରପୁରୀ ଠାକୁରଙ୍କ ପୁଅ।

ଠିକ ନିର୍ବାଚନ ପୂର୍ବରୁ ମୋଦି ୨.୦ ସରକାର କରପୁରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନ କରିଥିଲେ। ଭାରତ ସରକାରଙ୍କ ଏପରି ପଦକ୍ଷେପ ପରେ ଇଣ୍ଡିଆ ମେଣ୍ଟ ଛାଡ଼ି ନୀତୀଶ କୁମାର ଏନଡିଏରେ ସାମିଲ ହୋଇଥିଲେ।

Advertisment

ଆସନ୍ତାକାଲି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ମନ୍ତ୍ରିମଣ୍ଡଳରେ କେଉଁମାନେ ସାମିଲ ହେବେ, ତା’କୁ ନେଇ ମାନସମନ୍ଥନ ଚାଲିଛି। ଏସବୁ ଭିତରେ ଜେଡିୟୁ ୨ଟି କ୍ୟାବିନେଟ ପଦ ଦାବି କରିଥିଲା। ଲୋକସଭାରେ ଦଳ ୧୨ଟି ଆସନ ଜିତିଛି।

ବିଜେପିର ଅନ୍ୟତମ ସହଯୋଗୀ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପକ୍ଷରୁ ୪ଟି ମନ୍ତ୍ରୀ ସହ ବାଚସ୍ପତି ପଦ ନେବାକୁ ଦାବି କରିଛି।

ଜେଡିୟୁ ଓ ଟିଡିପି ଏବେ ମୋଦି ୩.୦ ସରକାରରେ କିଙ୍ଗ ମେକର ଭୂମିକାରେ ରହିଛନ୍ତି। କାରଣ ବିଜେପି ଏକାକୀ କେନ୍ଦ୍ରରେ ସରକାର ଗଠନ କରିବାକୁ ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରିପାରି ନାହିଁ।

ଦଳ ଏକାକୀ ୨୪୦ ଆସନ ଜିତିଥିବା ବେଳେ ସହଯୋଗୀଙ୍କୁ ସାଥୀ କରି ସରକାର ଗଠନ କରିବାକୁ ଯାଉଛି।

Nda Lok Sabha Election Result