Advertisment

Bihar Election: ବହୁ ଆଗରେ ଜେଲରେ ଥିବା ଜେଡିୟୁ ନେତା ଅନନ୍ତ ସିଂହ

ମୋକାମା ଆସନରୁ ନିର୍ବାଚନ ଲଢ଼ୁଥିବା ଅନନ୍ତ ସିଂହଙ୍କ ସପକ୍ଷରେ ବର୍ତ୍ତମାନ ସୁଦ୍ଧା ୨୬,୨୨୯ ଖଣ୍ଡ ଭୋଟ ପଡ଼ିଛି। ସେ ଆରଜେଡି ପ୍ରାର୍ଥୀ ବୀଣା ଦେବୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ବୀଣା ଦେବୀଙ୍କ ଠାରୁ ସେ ୧୧,୦୫୫ ଖଣ୍ଡ ଭୋଟ ଆଗରେ ରହିଛନ୍ତି। ବୀଣା ଦେବୀ ୧୫,୧୭୪ ଖଣ୍ଡ ଭୋଟ ପାଇଛନ୍ତି।

Venna-devi

ପୀୟୂଷ, ବୀଣା ଦେବୀ ଓ ଅନନ୍ତ ସିଂହ

Advertisment

ହତ୍ୟା ମାମଲାରେ ଗିରଫ ହୋଇ ନିର୍ବାଚନ(Bihar Election) ପୂର୍ବରୁ ଜେଲରେ ଥିବା ନୀତୀଶ କୁମାରଙ୍କ ଜେଡିୟୁର ବାହୁବଳୀ ନେତା ଅନନ୍ତ ସିଂହଙ୍କ ପାଇଁ ଭଲ ଖବର। ବିହାରର ୭ମ ରାଉଣ୍ଡ ଗଣତି ପରେ ଅନନ୍ତ ସିଂହ ବହୁ ଭୋଟରେ ଲିଡ କରୁଛନ୍ତି। ବହୁଚର୍ଚ୍ଚିତ ମୋକାମା ଆସନରୁ ନିର୍ବାଚନ ଲଢ଼ୁଥିବା ଅନନ୍ତ ସିଂହଙ୍କ ସପକ୍ଷରେ ବର୍ତ୍ତମାନ ସୁଦ୍ଧା ୨୬,୨୨୯ ଖଣ୍ଡ ଭୋଟ ପଡ଼ିଛି।

Advertisment

ସେ ଆରଜେଡି ପ୍ରାର୍ଥୀ ବୀଣା ଦେବୀଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ବୀଣା ଦେବୀଙ୍କ ଠାରୁ ସେ ୧୧,୦୫୫ ଖଣ୍ଡ ଭୋଟ ଆଗରେ ରହିଛନ୍ତି। ବୀଣା ଦେବୀ ୧୫,୧୭୪ ଖଣ୍ଡ ଭୋଟ ପାଇଛନ୍ତି। ଜନ ସୂରାଜ ପାର୍ଟିର ପ୍ରୟଦର୍ଶୀ ପୀୟୂଷ ମାତ୍ର ୬,୪୧୨ ଖଣ୍ଡ ଭୋଟ ପାଇଛନ୍ତି। ଅର୍ଥାତ ସେ ଅନନ୍ତ ସିଂହଙ୍କ ଠାରୁ ୧୯,୮୧୭ ଖଣ୍ଡ ଭୋଟ ପଛରେ ରହିଛନ୍ତି। 

ଅନନ୍ତ ସିଂହ ଲିଡ କରୁଥିବାରୁ ତାଙ୍କ ସମର୍ଥନରେ ମୋକାମାର ବିଭିନ୍ନ ସ୍ଥାନରେ ପୋଷ୍ଟ ମରାଯିବା ଆରମ୍ଭ ହୋଇଛି। ଜେଲର ଫାଟକ ଭାଙ୍ଗିବ, ଆମର ବାଘ ବାହାରିବ ବୋଲି ପୋଷ୍ଟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ନଭେମ୍ବର ୨ରେ ଜନ ସୂରାଜ ପାର୍ଟିର ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ଘଟଣାରେ ଅନନ୍ତ ସିଂହଙ୍କୁ ଗିରଫ କରାଯାଇଥିଲା। ସେ ଜେଲରେ ରହିଥିବା ବେଳେ ମୋକାମାବାସୀ ଭୋଟ ଦେଇଥିଲେ। ଏବେ ଅନନ୍ତ ସିଂହ ମଧ୍ୟ ବିଜୟୀ ଦିଗରେ ଆଗେଇ ଚାଲିଛନ୍ତି।

Advertisment

ଅନନ୍ତ ସିଂହଙ୍କ ପରିବାର ଲୋକ ଓ ସମର୍ଥକମାନେ ତାଙ୍କ ପାଇଁ ପ୍ରଚର କରିଥିଲେ। ଜେଲରେ ଥିବାରୁ ଅନନ୍ତ ସିଂହ ପ୍ରଚାର କରିବାକୁ ସକ୍ଷମ ହୋଇ ନଥିଲେ। ଏହା ସତ୍ତ୍ୱେ ଲୋକମାନେ ତାଙ୍କୁ ବିଶ୍ୱାସକୁ ନେଇ ଭୋଟିଂ କରିଛନ୍ତି। 

ଅନ୍ୟପକ୍ଷରେ ବିହାରରେ ଏନଡିଏ ଏକତରଫା ବିଜୟ ଦିଗରେ ଯାଉଛି। ୨୪୩ ବିଧାନସଭା ଆସନରୁ ଏନଡିଏ ୧୯୦ ଆସନରେ ଲିଡ କରୁଥିବା ବେଳେ ମହାଗଠବନ୍ଧନ ୪୯କୁ ଖସି ଆସିଛି। ଅନ୍ୟାନ୍ୟ ଦଳ ୪ଟି ଆସରେ ଆଗରେ ରହିଛନ୍ତି। ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨। 

Bihar Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe