Advertisment

ଝାଡ଼ଖଣ୍ଡରେ କଡ଼ା ଟକ୍କର; ଆଗେଇ ଚାଲିଛନ୍ତି ଚମ୍ପାଇ ଓ ହେମନ୍ତ

ଜେଏମଏମରୁ ହେମନ୍ତ ସୋରେନ ଏବଂ ବିଜେପିରୁ ଚମ୍ପାଇ ସୋରେନ ଆଗରେ ଅଛନ୍ତି।

author-image
Debibandita Barick
Hemant Soren & Champai Soren

Hemant Soren & Champai Soren

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ଭୋଟ୍ ଗଣତି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଏଠାରେ ବିଜେପି ଏବଂ ଜେଏମଏମ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଦୁଇ ଟାଣୁଆ ନେତା ହେମନ୍ତ ସୋରେନ ଏବଂ ଚମ୍ପାଇ ସୋରେନ ନିଜ ନିଜ ଆସନରୁ ଆଗରେ ଅଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ୍ ଯିବା ପରେ ଚମ୍ପାଇ ସୋରେନ ଜେଏମଏମ ପକ୍ଷରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ହେମନ୍ତ ସୋରେନଙ୍କୁ ବେଲ୍ ମିଳିବା ପରେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବାରୁ ଚମ୍ପାଇ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। 

ଚମ୍ପାଇ ବିଜେପି ପକ୍ଷରୁ ସରେଇକେଲା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁ ଥିବାବେଳେ ପ୍ରାରମ୍ଭିକ ଭୋଟ୍ ଗଣତି ଅନୁସାରେ, ସେ ଜେଏମଏମକୁ ପଛରେ ପକାଇ ଆଗରେ ଅଛନ୍ତି। ସେହିପରି ବରହେତି ନିର୍ବାଚନମଣ୍ଡଳୀରୁ ହେମନ୍ତ ସୋରେନ ଆଗରେ ଅଛନ୍ତି। ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ ମଧ୍ୟ ଆଗରେ ଅଛନ୍ତି। ସେ ଗନ୍ଦେ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Advertisment

ଅନ୍ୟମାନଙ୍କ ମଧ୍ୟରେ ଘାଟସିଲା ଆସନରୁ ବିଜେପି ପ୍ରାର୍ଥୀ ବାବୁ ଲାଲ ସୋରେନ ଆଗରେ, ବିଜେପିର ପୂର୍ଣ୍ଣିମା ସାହୁ ପଛରେ, ଜେଏମଏମର ରବୀନ୍ଦ୍ର ନାଥ ମହତୋ ପଛରେ, ବସନ୍ତ ସୋରେନ (ଜେଏମଏମ) ଓ ସୁଦେଶ କୁମାର ମହତୋ (ଜେଏମଏମ) ଆଗରେ ଅଛନ୍ତି। ମୀରା ମୁଣ୍ଡା (ବିଜେପି) ପଛରେ, ସୀତା ମୁର୍ମୁ (ବିଜେପି) ଆଗରେ, ବାବୁ ଲାଲ ମାରାଣ୍ଡି (ବିଜେପି) ଆଗରେ ଅଛନ୍ତି।

୮୧ ବିଧାନସଭା ଆସନ ବିଶିଷ୍ଟ ଝାଡ଼ଖଣ୍ଡ ନିର୍ବାଚନ ପାଇଁ ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇ ଥିବାବେଳେ ନଭେମ୍ବର ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ପଡ଼ିଥିଲା। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ଜେଏମଏମ ୪୧ଟି ସିଟରେ ଆଗୁଆ ଥିବାବେଳେ ବିଜେପି ୩୫ ଏବଂ ଅନ୍ୟାନ୍ୟ ଗୋଟିଏ ଆସନରେ ଆଗୁଆ ଅଛନ୍ତି। 

Hemant Soren Assembly Election Champai Soren Jharkhand Counting