Advertisment

ଫ୍ଲୋର ଟେଷ୍ଟ ଦେବେ ଚମ୍ପାଇ, ବିଧାନସଭାରେ ପହଞ୍ଚିଲେ ହେମନ୍ତ

ଚମ୍ପାଇ ସୋରେନ୍‌ଙ୍କ ଆସ୍ଥା ଭୋଟରେ ଭାଗ ନେବା ପାଇଁ ହେମନ୍ତ ସୋରେନ୍‌ ଇଡି ଟିମ୍‌ ସହ ବିଧାନସଭାରେ ଆସି ପହଞ୍ଚିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Hemant Soren Reach

Hemant Soren Reach

ଝାରଖଣ୍ଡ ରାଜନୀତିରେ ଜାରି ରହିଛି ହଲଚଲ। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ଙ୍କ ନେତୃତ୍ୱାଧୀନ ସରକାର ଆଜି ହେବାକୁ ଯାଉଛି ଫ୍ଲୋର ଟେଷ୍ଟ। ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ ଚମ୍ପାଇ ସୋରେନ୍‌। ଏଥିପାଇଁ ଇଡି ଟିମ୍‌ ସହ ବିଧାନସଭାରେ ପହଞ୍ଚିଛନ୍ତି ଗିରଫ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ହେମନ୍ତ ସୋରେନ୍‌।

Advertisment

ଚମ୍ପାଇ ସୋରେନ୍‌ଙ୍କ ଆସ୍ଥା ଭୋଟରେ ଭାଗ ନେବା ପାଇଁ ସେ ବିଧାନସଭାରେ ଆସି ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌ ତାଙ୍କୁ ବିଧାନସଭାରେ ଆଣି ପହଞ୍ଚାଇଛି।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତୃତ୍ୱରେ ଶାସକ ଦଳର ବିଧାୟକମାନେ ଟ୍ରଷ୍ଟ ଭୋଟ୍ ଜିତିବା ନେଇ ଆତ୍ମବିଶ୍ୱାସ ପ୍ରକାଶ କରିଥିବାବେଳେ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) କହିଛି ଯେ ଚମ୍ପାଇ ସୋରେନ ସରକାର ଟ୍ରଷ୍ଟ ଭୋଟ୍ ଜିତି ପାରିବେ ନାହିଁ। ରାଜ୍ୟ ମନ୍ତ୍ରୀ ଆଲାମଗିର ଆଲାମ ରବିବାର କହିଛନ୍ତି ଯେ ଆମର ବିଧାୟକମାନେ ଏକଜୁଟ ହୋଇଛନ୍ତି। ୮୧ ସଦସ୍ୟ ବିଶିଷ୍ଟ ଗୃହରେ ଆମର ୪୮ରୁ ୫୦ଜଣ ବିଧାୟକଙ୍କ ସମର୍ଥନ ରହିଛି।

Advertisment

ସୂଚନା ମୁତାବକ, ଜେଏମଏମ-କଂଗ୍ରେସ-ଆରଜେଡି ମିଳିତ ମେଣ୍ଟରେ ୪୭ ଜଣ ବିଧାୟକ ଅଛନ୍ତି ଏବଂ CPIML (L) (କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମାର୍କ୍ସବାଦୀ-ଲେନିନବାଦୀ-ଲିବରେସନ୍) ର ଜଣେ ବିଧାୟକଙ୍କ ବାହ୍ୟ ସମର୍ଥନ ରହିଛି। ରବିବାର ସନ୍ଧ୍ୟାରେ ହାଇଦ୍ରାବାଦରୁ ରାଞ୍ଚି ଫେରିବା ପରେ ଶାସକ ଦଳର ବିଧାୟକମାନେ ବିଧାନସଭାରେ ଆସ୍ଥା ଭୋଟ ଜିତିବା ନେଇ ଦୃଢ଼ୋକ୍ତି ବାଢ଼ିଛନ୍ତି।

ଗତ ସପ୍ତାହରେ ଅର୍ଥ ହେରଫେର ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ଜେଏମଏମ ବିଧାନସଭା ଦଳର ନେତା ଚମ୍ପାଇ ସୋରେନ ଫେବୃଆରୀ ୨ରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

Hemant Soren Jharkhand Politics Champai Soren Floor Test