Advertisment

ଝାଡ଼ଖଣ୍ଡ ରେଜଲ୍ଟ: ଆସିଲା ବଡ଼ ଟ୍ୱିଷ୍ଟ୍, NDAକୁ ପଛରେ ପକାଇ ଆଗେଇଲା INDIA

୫୧ଟି ଆସନରେ ଆଗରେ ଅଛି ଇଣ୍ଡିଆ ବ୍ଲକ୍।

Hemant Soren & PM Modi

Hemant Soren & PM Modi

Advertisment

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ମଧ୍ୟରେ ବଡ଼ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ ଏନଡି ମେଣ୍ଟକୁ ପଛରେ ପକାଇ ଆଗେଇ ଚାଲିଛି ଇଣ୍ଡି ମେଣ୍ଟ। ଇଣ୍ଡିଆ ବ୍ଲକ୍ ମ୍ୟାଜିକ୍ ନଂ ପାର୍ କରି ୫୧ଟି ଆସନରେ ଆଗରେ ରହିଛି।

Advertisment

ସକାଳ ୮ ଟାରୁ ଭୋଟ୍ ଗଣତି ଆରମ୍ଭ ହେବା ପରେ ବିଜେପି ଲିଡରେ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶାସକ ଜେଏମମ କମ୍-ବ୍ୟାକ୍ କରି ଇଣ୍ଡି ମେଣ୍ଟକୁ ଦୃଢ ସ୍ଥିତିରେ ପହଞ୍ଚାଇଛି। 

୧୦ଟା ୩୦ ରେଜଲ୍ଟ ଅନୁସାରେ, ଇଣ୍ଡିଆ ବ୍ଲକରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଆଗରେ ଅଛନ୍ତି। ମୋଟ ୮୧ଟି ଆସନ ମଧ୍ୟରୁ ଇଣ୍ଡି ମେଣ୍ଟ ୫୧ଟି ଆସନରେ ଆଗରେ ଥିବାବେଳେ ଏନଡିଏ ୨୮ଟି ଆସନରେ ଲିଡ୍ କରୁଛି। 

Advertisment

ଝାଡ଼ଖଣ୍ଡ ବିଧାନସଭା ପାଇଁ ସଂଖ୍ୟାଗରିଷ୍ଠତା ବା ମ୍ୟାଜିକ୍ ନଂ ହେଉଛି ୪୧। ପ୍ରଥମ ପର୍ଯ୍ୟାୟ ଭୋଟ୍, ନଭେମ୍ବର ୧୩ରେ ୪୩ଟି ଆସମ ପାଇଁ ହୋଇ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୨୦ରେ ୩୮ ଟି ଆସନ ପାଇଁ ଭୋଟ୍ ପଡ଼ିଥିଲା। 

Jharkhand Elections Result Jharkhand Elections India Nda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe