Advertisment

ଝାଡ଼ଖଣ୍ଡରେ ହଲଚଲ, ପୁଣି ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ସୋରେନ୍

ଦୀର୍ଘ ଘଣ୍ଟା ଧରି ଗାଏବ ରହିବା ପରେ ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରାଞ୍ଚିରେ ପହଞ୍ଚି ବିଧାୟକଙ୍କ ସହ ବୈଠକ କରିଥିଲେ।

ଅଦ୍ୟତନ ହୋଇଛି
Hemant Soren

Hemant Soren

Advertisment

ଇଡିର ଘନ ଘନ ଚଢ଼ାଉ ଭିତରେ ଝାଡ଼ଖଣ୍ଡରେ ଜାରି ରହିଛି ରାଜନୈତିକ ହଲଚଲ। ଜମି ଦୁର୍ନୀତି ମାମଲର ଅର୍ଥ ହେରଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଜେରା କରିବାକୁ ଆସନ୍ତାକାଲି ଡାକିଛି। ଏହାରି ଭିତରେ ପୁଣି ଥରେ ସନ୍ଧ୍ୟାରେ ବିଧାୟକ ଦଳଙ୍କ ବୈଠକ ଡାକିଛନ୍ତି ସୋରେନ୍‌। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସୋରେନ୍‌ ବିଧାୟକଙ୍କ ସହ ଆଲୋଚନା କରିବେ। ପରବର୍ତ୍ତୀ ରଣନୀତି ନେଇ ଚର୍ଚ୍ଚା ହେବ। କୁହାଯାଉଛି ଯେ, ବୈଠକ ପରେ ହେମନ୍ତ ସୋରେନ୍‌ ଇସ୍ତଫା ଦେଇପାରନ୍ତି। ତାଙ୍କ ପତ୍ନୀ କଳ୍ପନା ସୋରେନ୍‌ଙ୍କୁ ସେ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି।

Advertisment

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଙ୍ଗଳବାର ବାପୁ ବାଟିକାରେ ତାଙ୍କ ବିଧାୟକମାନଙ୍କୁ ଭେଟିଥିଲେ ଏବଂ ପରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ଦୀର୍ଘ ଘଣ୍ଟା ଧରି ଗାଏବ ରହିଥିବା ପ୍ରଶ୍ନର ସେ ଉତ୍ତର ଦେଇଛନ୍ତି। ସେ କହିଛନ୍ତି 'ମୁଁ ଆପଣଙ୍କ ହୃଦୟରେ ଥିଲି। ମୁଁ ଥିଲି, ଥିବି ଆଉ ରହିବି।' ଏହା ପୂର୍ବରୁ ହେମନ୍ତ ସୋରେନ ବିଧାୟକମାନଙ୍କୁ ଭେଟିଥିଲେ। ତେବେ ଆଜି ସଂଧ୍ୟାରେ ଜେଏମଏମ ବିଧାୟକ ଦଳର ବୈଠକ ବସି ଦଳର ପରବର୍ତ୍ତି କାର୍ଯ୍ୟପନ୍ଥା ସଂପର୍କରେ ବିଚାର କରାଯିବ। ଦୁଇ ଦିନ ଧରି ହେମନ୍ତ ସୋରେନ୍‌ ଗାଏବ ଥିଲେ। ତେବ ଆଜି ହଠାତ୍‌ ରାଞ୍ଚିରେ ପହଞ୍ଚିବା ପରେ ବିଧାୟକଙ୍କ ସହ ମିଶି ନିଜ ସରକାରର ସେ ଏକତା ପ୍ରଦର୍ଶନ କରିଛନ୍ତି।

ସେପଟେ ମୁଖ୍ୟମନ୍ତ୍ରୀ ସୋରେନ୍‌ଙ୍କୁ ଇଡି ସମନ୍‌ ଓ ତାଙ୍କ ନିଖୋଜ ହୋଇଥିବା ପୋଷ୍ଟର ଜାରି କରିବାକୁ ନେଇ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛି। ଜେଏମ୍‌ଏମ୍‌ କର୍ମୀ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, 'ନିଜ ବ୍ୟକ୍ତଗତ କାମ ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିଲେ। କାମ ସରିବା ପରେ ସେ ଦିଲ୍ଲୀରୁ ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ବ୍ୟକ୍ତି ନୁହନ୍ତି, ଏକ ସଂସ୍ଥା। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଯେଉଁ ଶବ୍ଦ ପ୍ରୟୋଗ କରିଛି ତାହା ବିରୋଧରେ ସିଆର୍‌ପିସି ଧାରା ୪୯୯ ଲାଗୁ ହେଉଛି। ଖୁବଶୀଘ୍ର ମାନହାନୀ ମକଦ୍ଦମା କରିବୁ ବୋଲି ଜେଏମ୍‌ଏମ୍‌ କହିଛି।

Advertisment

କହିରଖୁ ଯେ, ଜମି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ଆସନ୍ତାକାଲି ହେମନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବ। ଏପରିକି ହେମନ୍ତ ସୋରେନ୍‌ଙ୍କୁ ଇଡି ଗିରଫ କରିପାରେ ବୋଲି କୁହାଯାଉଛି। ତେବେ ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଆଇନଗତ ରାସ୍ତା ଖୋଜୁଥିବା ଜଣାପଡିଛି। ଏଥିପାଇଁ ବାରମ୍ବାର ସମନ ପରେ ବି ସେ ପଚରାଉଚରା ପାଇଁ ହାଜର ହେଉନାହାନ୍ତି। ବିବାର ଠାରୁ ଇଡିକୁ ଭୂଆଁ ବୁଲାଉଛନ୍ତି। ହେମନ୍ତ ଦିଲ୍ଲୀ ସ୍ଥିତ ବାସଭବନ ଶାନ୍ତି ନିକେତନରେ ପଶି ପ୍ରାୟ ନଗଦ ୩୬ ଲକ୍ଷ ଟଙ୍କା ଓ ୨ଟି ବିଏମ୍‌ଡବ୍ଲୁ କାର୍‌ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଛି ଇଡି। 

ଦୀର୍ଘ ସମୟ ଧରି ହେମନ୍ତ ସୋରେନ୍‌ ଗାଏବ୍ ରହିବା ପରେ ବିଜେପି ତାଙ୍କୁ ନିଖୋଜ ବୋଲି ଘୋଷଣା କରି ପୋଷ୍ଟର ମାରିଥିଲା। ଏଥିସହ ହେମନ୍ତ ସୋରେନ୍‌ଙ୍କୁ ଯିଏ ସୂଚନା ଦେବ ତାଙ୍କୁ ୧୧ ହଜାର ଟଙ୍କା ପରଷ୍କାର ରାଶି ମିଳିବ ବୋଲି ବିଜେପି ଘୋଷଣା କରିଥିଲା।

Jharkhand Hemant Soren Jharkhand Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe