Advertisment

ଝାଡ଼ଖଣ୍ଡରେ ଫ୍ଲୋର ଟେଷ୍ଟ ପୂର୍ବରୁ ରିଜର୍ଟ ପଲିଟିକ୍ସ, ହାଇଦ୍ରାବାଦରେ ୪୦ ବିଧାୟକ

ସୋମବାର ଚମ୍ପାଇ ସରକାରଙ୍କ ଫ୍ଲୋରଟେଷ୍ଟ ହେବ।

Champai Soren

Champai Soren

Advertisment

ଥମୁନି ଝାଡଖଣ୍ଡ ପଲିଟିକ୍ସ। ମୁଖ୍ୟମନ୍ତ୍ରୀ ବଦଳିଛନ୍ତି କିନ୍ତୁ ଜାରି ରହିଛି ହଟଚମଟ। ହେମନ୍ତ ସୋରେନ୍‌ଙ୍କୁ ଇଡି ନେବା ପରେ ଚମ୍ପାଇ ସୋରେନ୍‌ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଚମ୍ପାଇ ସରକାରଙ୍କ ସ୍ଥିତି ଏବେ ଟଳମଳ ରହିଛି। ଜେଏମ୍‌ଏମ୍‌ ନେତୃତ୍ୱ ମେଣ୍ଟ ସରକାରକୁ ଭାଙ୍ଗିବା ଭୟ ଘାରିଛି। ସୋମବାର ଚମ୍ପାଇ ସରକାରଙ୍କ ଫ୍ଲୋରଟେଷ୍ଟ ହେବ। ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ରିଜର୍ଟ ପଲିଟିକ୍ସ। ଶକ୍ତି ପରୀକ୍ଷଣ ପୂର୍ବରୁ ୪୦ ବିଧାୟକଙ୍କୁ ହାଇଦ୍ରାବାଦ ସିଫ୍ଟ କରାଯାଇଛି।

Advertisment

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱ ମେଣ୍ଟ ସରକାରର ପ୍ରାୟ ୪୦ ବିଧାୟକଙ୍କୁ ଶକ୍ତି ପରୀକ୍ଷଣ ପୂର୍ବରୁ ସରକାର ଭାଙ୍ଗିଯିବା ଭୟରେ ହାଇଦ୍ରାବାର ଏକ ରିଜସର୍ଟରେ ସୁରକ୍ଷିତ ଭାବେ ରଖାଯାଇଛି। ଝାଡ଼ଖଣ୍ଡ ବିଧାନସଭାରେ ମୋଟ ୮୧ଟି ଆସନ ରହିଛି। ଏହି ହିସାବରେ ସଂଖ୍ୟାଗରିଷ୍ଠତା ହେଉଛି ୪୧। ତେଣୁ ଫ୍ଲୋର ଟେଷ୍ଟ ହେବା ପର୍ଯ୍ୟନ୍ତ ବିଧାୟକମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖାଯିବ। ଏନେଇ ଝାଡ଼ଖଣ୍ଡର କଂଗ୍ରେସ ପ୍ରଭାରୀ ଗୁଲାମ ଅହମ୍ମଦ ମୀର ସୂଚନା ଦେଇଛନ୍ତି।

ସେ କହିଛନ୍ତି, 'ଜଣେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଦ ଛାଡିବା ଓ ଦଳର ସହଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଆସନ ହସ୍ତାନ୍ତର କରିବା ଅକଳ୍ପନୀୟ ଓ ଅଦ୍ଭୁତପୂର୍ବ। ସମଗ୍ର ମେଣ୍ଟର ସର୍ବସମ୍ମତି କ୍ରମେ ହେମନ୍ତ ସୋରେନଙ୍କ ଉତ୍ତରାଧିକାରୀଙ୍କୁ ବାଝାଯାଇଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟପାଳଙ୍କୁ ତାଙ୍କ ନାମରେ ଆନୁଷ୍ଠାନିକ ପ୍ରସ୍ତାବ ଦିଆଯାଇଛି। ଫେବ୍ରୁଆରୀ ୫ ରେ ବିଧାନସଭାରେ ମେଣ୍ଟ ସରକାରଙ୍କୁ ଶକ୍ତି ପରୀକ୍ଷା ପାଇଁ ଆମନ୍ତ୍ରଣ କରାଯିବ। ସେପର୍ଯ୍ୟନ୍ତ ଆମର ସମସ୍ତ ବିଧାୟକ ଏକ ସୁରକ୍ଷିତ ସ୍ଥାନରେ ରହିବେ ବୋଲି କଂଗ୍ରେସ ନେତା କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଚମ୍ପାଇ ସୋରେନ୍‌ଙ୍କ ଶପଥ ଗ୍ରହଣ ସମାରୋହ ପରେ ବିଧାୟକମାନେ ତେଲଙ୍ଗାନାର ରାଜଧାନୀକୁ ଗସ୍ତ କରିଛନ୍ତି। ସେଠାରେ ଏକ ବ୍ୟକ୍ତିଗତ ରଜର୍ଟରେ ସେମାନଙ୍କୁ ରଖାଯାଇଛି। ସରକାର ଭାଙ୍ଗିଯିବା ଭୟରେ ଜେଏମ୍‌ଏମ୍‌ ନିଜର ସମସ୍ତ ବିଧାୟକଙ୍କୁ ଏଠାରେ ରଖିଥିବା କୁହାଯାଉଛି। ବିରୋଧୀମାନେ ଯେପରି ତାଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

କହିରଖୁ ଯେ, ସେପ୍ଟେମ୍ବର ୨୦୨୨ରେ ହେମନ୍ତ ସୋରେନ୍‌ ନିଜ ସପକ୍ଷରେ ୪୮ଟି ଭୋଟ ପାଇବା ସହ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ।

Jharkhand Champai Soren Jhrakhand Politics Floor Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe