Advertisment

ଆଜି ଚମ୍ପାଇ ସୋରେନଙ୍କ ଭାଗ୍ୟ ପରୀକ୍ଷା, ଆସ୍ଥା ଭୋଟରେ ସାମିଲ ହେବେ ହେମନ୍ତ ସୋରେନ

୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାର ସଂଖ୍ୟାଗରିଷ୍ଠତା ପାଇଁ ୪୧ ଭୋଟ୍ ଆବଶ୍ୟକ।

Champai Soren With Other Leaders

Champai Soren With Other Leaders

Advertisment

ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଭାଗ୍ୟ ପରୀକ୍ଷା। ନିକଟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଚମ୍ପାଇ ଆଜି ଆସ୍ଥା ଭୋଟ ବା ଫ୍ଲୋର୍ ଟେଷ୍ଟର ସମ୍ମୁଖୀନ କରିବେ। ଏଥିପାଇଁ ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ବହୁମତର ପ୍ରମାଣ ଦେବା ପରେ ଝାଡଖଣ୍ଡରେ ସରକାର ଗଢିବେ ଚମ୍ପାଇ।

Advertisment

ଏଥିପାଇଁ ହାଇଦ୍ରାବାଦରେ ଥିବା JMM ଓ ମେଣ୍ଟ ଦଳର ପ୍ରାୟ ୪୦ ବିଧାୟକ ବିମାନ ଯୋଗେ ରାଞ୍ଚିରେ ପହଞ୍ଚିଛନ୍ତି। ସେପଟେ ଗିରଫ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଆସ୍ଥା ଭୋଟରେ ସାମିଲ ହେବେ। ବିଧାନସଭାରେ ସଦସ୍ୟତା ପଦ ଥିବାରୁ ତାଙ୍କୁ ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ ହେବାକୁ ଅନୁମତି ମିଳିଛି।  

୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାର ସଂଖ୍ୟାଗରିଷ୍ଠତା ପାଇଁ ୪୧ ଭୋଟ୍ ଆବଶ୍ୟକ। ଚମ୍ପାଇଙ୍କ ପାଖରେ ୪୩ ଜଣ ସଦସ୍ୟଙ୍କ ସମର୍ଥନ ଥିବା ସେ ଦାବି କରିଛନ୍ତି। ତେଣୁ ଆଜିର ଫ୍ଲୋର୍ ଟେଷ୍ଟ ପରେ ଝାଡଖଣ୍ଡରେ ଚାଲିଥିବା ରାଜନୈତିକ ଅସ୍ଥିରତାରେ ଅବସାନ ଘଟିବ।

Advertisment

ଅର୍ଥ ହେରଫେର ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଝାଡଖଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଜାନୁଆରୀ 31ରେ ହେମନ୍ତଙ୍କୁ ବାନ୍ଧିଥିଲା ଇଡି। ଏହାପରେ JMM ଓ ମେଣ୍ଟ ଦଳ ଚମ୍ପାଇ ସୋରେନଙ୍କୁ ରାଜ୍ୟ ମୁଖିଆ ଭାବେ ବାଛିଥିଲେ। ୨ ଫେବ୍ରୁଆରୀରେ ଚମ୍ପାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଛନ୍ତି। କିନ୍ତୁ ଆଜି ତାଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ କରିବାକୁ ପଡିବ।

Hemant Soren Jharkhand Politics JMM Champai Soren Jharkhand Trust Vote
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe