Advertisment

ବିଜେଡିରେ ମିଶିଲେ ଝାରସୁଗୁଡ଼ା ବିଜେପି ଜିଲ୍ଲା ସଭାପତି

ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ। ସେ ଆଜି ଭୁବନେଶ୍ୱର ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ନେତା ମାନସ ମଙ୍ଗରାଜ ତାଙ୍କୁ ଦଳରେ ସାମିଲ କରାଯାଇଛନ୍ତି।

BJD

BJD

Advertisment

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଶକ୍ତ ଝଟକା। ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ। ସେ ଆଜି ଭୁବନେଶ୍ୱର ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ନେତା ମାନସ ମଙ୍ଗରାଜ ତାଙ୍କୁ ଦଳରେ ସାମିଲ କରାଯାଇଛନ୍ତି। ମଙ୍ଗଳଙ୍କ ବିଜେଡିରେ ମିଶିବା କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି।

Advertisment

ବିଜେଡି ନେତା ମଙ୍ଗଳ ସାହୁ କହିଛନ୍ତି, ବିଜେପିର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ସଙ୍ଗଠନ ପାଇଁ କାମ କରିଛି। ସଙ୍ଗଠନକୁ ଶକ୍ତିଶାଳୀ କରିବା ପାଇଁ ଦିନ ରାତି ପରିଶ୍ରମ କରିଛି। ଆଗରୁ ଦଳ ଯେଉଁ ନୀତି ଆଦର୍ଶରେ କାମ କରୁଥିଲା, ତାହା ଏବେ କରୁନାହିଁ। ସଙ୍ଗଠନ ପାଇଁ କାମ କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ଅବହେଳା କରାଯାଉଛି। ଝାରସୁଗୁଡ଼ା ପାଇଁ ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ରାଜନୀତିର ପ୍ରମୁଖ ମୁଦ୍ଦା କରାନଯାଇ, ସେ ଅଞ୍ଚଳରେ ଥିବା ସମସ୍ୟା ଓ ବିକାଶକୁ ଗୁରୁତ୍ୱ ଦେବା ଦରକାର ବୋଲି ଶ୍ରୀ ସାହୁ କହିଛନ୍ତି।

ମଙ୍ଗଳ ସାହୁ ଦଳ ଛାଡ଼ିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ସମସ୍ତଙ୍କର ଅଧିକାର ଅଛି କିଏ କେଉଁ ଦଳକୁ ଯାଇପାରିବ। ସେ ବିଷୟରେ ଚର୍ଚ୍ଚା ନକରିବା ଭଲ। ଆମେ ନିର୍ବାଚନ ମୌଦାନରେ ଅଛୁ। ଭଲକି ଲଢ଼ିବୁ। ଏ ଦଳ ବିଚାର ଧାରାକୁ ନେଇ ଲଢ଼େ। କୌଣସି ବ୍ୟକ୍ତିକୁ ନେଇ ଲଢ଼େନାହିଁ। ଆଗକୁ କିଏ ଜିଲ୍ଲାର ଦାୟିତ୍ୱ ନେବ, ଦଳ ଆଲୋଚନା କରି ନିଷ୍ପତ୍ତି ନେବ। ଦଳ ସାମୁହିତ ନେତୃତ୍ୱରେ ବିଶ୍ୱାସ କରେ। ଏ ଦଳ ସାମୁହିକ ନିଷ୍ପତ୍ତି ଦେବାରେ ବିଶ୍ୱାସ କରେ ବୋଲି ଶ୍ରୀ ସାମଲ କହିଛନ୍ତି।

Advertisment

ସେପଟେ ଝାରସୁଗୁଡ଼ାରେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଝାରସୁଗୁଡା ମ୍ୟୁନିସିପାଲିଟିର ୨୦ ନମ୍ବର ୱାର୍ଡ଼ର ମଂଗଲବଜାରରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି କର୍ମୀ। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପ୍ରଚାର ବେଳେ ବିଜେଡି ଗୋଷ୍ଠୀ ବିରୋଧ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କିଛି ସମୟ ଧରି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ପହଞ୍ଚିବା ପରେ ସ୍ଥିତି ଥମିଥିବା ଜଣାପଡିଛି ।

BjD Bjp Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe