Advertisment

ବିଜେଡି ଛାଡ଼ିଲେ ଝାରସୁଗୁଡ଼ା ଜିଲ୍ଲା ସାଧାରଣ ସମ୍ପାଦକ; କହିଲେ- ଯିଏ ଦୁଇ ଦିନ କାମ କରିନି ତାକୁ ସାମନାକୁ ଆଣୁଛନ୍ତି

ଝାରସୁଗୁଡା ଜିଲ୍ଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ବିଜେଡି ଛାଡ଼ିଲେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ। ଗତକାଲି ବିଶ୍ୱନାଥ ଦଳରୁ ଇସ୍ତଫା ଦେଇଛନ୍ତି ।

Bjd Member Resign

Bjd Member Resign

Advertisment

ଝାରସୁଗୁଡା ଜିଲ୍ଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ବିଜେଡି ଛାଡ଼ିଲେ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ। ଗତକାଲି ବିଶ୍ୱନାଥ ଦଳରୁ ଇସ୍ତଫା ଦେଇଛନ୍ତି ।

Advertisment

ପୂର୍ବତନ ବାଚସ୍ପତି ଦିବଂଗତ କିଶୋର ମହାନ୍ତିଙ୍କ ଅନୁଗତ ବିଶ୍ୱନାଥ ନାୟକ ବ୍ରଜରାଜନଗର ପାଇଁ ଟିକେଟ୍ ଆଶାୟୀ ଥିଲେ। ତେବେ ଉପନିର୍ବାଚନରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏବେ ଆଗାମୀ ନିର୍ବାଚନ ପାଇଁ ମଧ୍ୟ ପୁଣି ଥରେ ଅଳକାଙ୍କୁ ଦଳ ଟିକେଟ୍ ଦେବାରୁ ବିଶ୍ୱନାଥ ଓ ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା ଅନୁମାନ କରାଯାଉଛି।

ସେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି, ‘ଯିଏ ଦୁଇ ଦିନ କାମ କରିନି ତାକୁ ଆଣି ସାମନାରେ ଛିଡ଼ା କରି ଦେଉଛନ୍ତି। ହେଲେ ଯିଏ ବର୍ଷ ବର୍ଷ ଧରି କାମ କରି ଚାଲିଛି ତାର କିଛି ମୂଲ୍ୟ ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ଦଳ ଛାଡ଼ୁଛି’। ଦୀର୍ଘ ୨୪ ବର୍ଷ ଧରି ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିଲେ ବି ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ବିଶ୍ୱନାଥ।

Advertisment

ବିଜେଡି ପ୍ରାଥମିକ ସଦସ୍ୟତାରୁ ବିଶ୍ୱନାଥ ନାୟକ ଇସ୍ତଫା ଦେଇଥିବା ବେଳେ, ଏହା ପରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ବଡ଼ ଝଟକା ଲାଗିବ ବୋଲି ଅନୁମାନ କରାଯାଉଛି । କେବଳ ଝାରସୁଗୁଡ଼ା ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନୁହନ୍ତି, ତାଙ୍କ ସହ ବ୍ରଜରାଜନଗର ପୌରପରିଷଦ ପୂର୍ବତନ ଚେୟାରମ୍ୟାନ, ପୂର୍ବତନ କାଉନସିଲର, ଯୁବ ବିଜେଡି ଟାଉନ ସଭାପତି ଓ ଉପସଭାପତିଙ୍କ ସହିତ ଶତାଧିକ ବିଜେଡି କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି। ସେପଟେ ବିଶ୍ୱନାଥ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

BjD Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe