ବିଧାନସଭାରେ ପ୍ରଥମ ଦିନରେ ଦୀପାଳିଙ୍କୁ ବିଜେପି ଦେଲା ବଡ଼ ପରାମର୍ଶ । କହିଲା ବାପାଙ୍କ ହତ୍ୟାକାଣ୍ଡର ରହସ୍ୟ ଜାଣିବା ପାଇଁ ଦାବି କର ସିବିଆଇ ତଦନ୍ତ । ସେପଟେ ଦୀପାଳି କହିଛନ୍ତି ବାପାଙ୍କ ସିଟକୁ ଦେଖି ତାଙ୍କୁ ମନେ ପକାଇଲି । ବାପା ଚାହୁଁଥିଲେ ମୁଁ ବିଧାନସଭାକୁ ଆସିବି ଆଉ ଲୋକଙ୍କ ସ୍ୱର ଉଠାଇବି ।