ଝାରସୁଗୁଡ଼ା ଫଳାଫଳ: କଂଗ୍ରେସ ଓ ବିଜେପି ପାଇଁ ସତର୍କ ଘଣ୍ଟି

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ହୋଇଥିବା ଏହି ଉପନିର୍ବାଚନ ଫଳାଫଳ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପାଇଁ ସତର୍କ ଘଣ୍ଟି ହୋଇଛି।

Jharsuguda results PhotoOR

ଝାରସୁଗୁଡ଼ା ଜନାଦେଶ

Ordigital Desk
  • Published: Saturday, 13 May 2023
  • Updated: 13 May 2023, 07:13 PM IST

Sports

Latest News

ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଫଳାଫଳ ଶାସକ ବିଜେଡି ସପକ୍ଷରେ ଯାଇଛି । ଦଳର ପ୍ରାର୍ଥୀ ଦୀପାଳି ଦାସ ୪୮୭୨୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମାତ୍ର ୪୪୯୬ଖଣ୍ଡ ଭୋଟ୍ ପାଇ ନିଜର ଅମାନତ ବଂଚାଇ ରଖିବାରେ ସକ୍ଷମ ହୋଇନଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮୪୭୭ ଖଣ୍ଡ ଭୋଟ୍ ମିଳିଛି । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ହୋଇଥିବା ଏହି ଉପନିର୍ବାଚନ ଫଳାଫଳ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପାଇଁ ସତର୍କ ଘଣ୍ଟି ହୋଇଥିବାବେଳେ ଶାସକ ବିଜେଡି ଯେଉଁ ହାରରେ କଳବଳକୌଶଳ ଲଗାଇ ନିର୍ବାଚନ ଲଢ଼ିଥିଲା, ଭୋଟ୍ ବିଜୟ ବ୍ୟବଧାନ ସେତେଟା ଉତ୍ସାହଜନକ ରହିନଥିବା ଚର୍ଚ୍ଚା ହେଉଛି । ଯଦିଓ ଦୀପାଳି ନିଜ ପିତା ନବ ଦାସଙ୍କ ୨୦୧୯ ବିଧାନସଭା ନିର୍ବାଚନ ତୁଳନାରେ ଅଧିକ ୫ ପ୍ରତିଶତ ଭୋଟ୍ ପାଇଛନ୍ତି ।

ସୂଚନା ଅନୁସାରେ, ଲୋକ ପ୍ରତିନିଧି ଆଇନ-୧୯୫୧ର ଧାରା ୧୫୮(୪)ର ପ୍ରାବଧାନରେ ଯଦି କୌଣସି ବିଧାୟକ ପ୍ରାର୍ଥୀ ମୋଟ ମତଦାନର ଏକ ଷଷ୍ଠାଂଶ ଭୋଟ୍ ନିଜ ସପକ୍ଷରେ ପାଇନଥିବେ ତା’ହେଲେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅମାନତ ରାଶି ବ୍ୟାଜ୍ୟାପ୍ତି ହେବ । କୌଣସି ପ୍ରାର୍ଥୀଙ୍କ ଅମାନତ ରାଶି ବ୍ୟାଜ୍ୟାପ୍ତି ହେବା ସମ୍ପୃକ୍ତ ଦଳ ଓ ପ୍ରାର୍ଥୀଙ୍କ ପାଇଁ ଲଜ୍ଜାଜନକ ହୋଇଥାଏ । ତେବେ ଚଳିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନିଜର ଅମାନତ ହରାଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୧,୭୫,୯୩୨(୭୯.୨୧% ) ଭୋଟର ମତାଧିକାର ସାବ୍ୟସ୍ତ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୯୬ଖଣ୍ଡ ଭୋଟ୍ ମିଳିଛି । ତାଙ୍କ ପିତା ବୀରେନ୍ଦ୍ର ପାଣ୍ଡେଙ୍କର ନିଜସ୍ୱ ଭୋଟ୍ ବ୍ୟାଙ୍କ ଥିବାବେଳେ ସେ ଅଗରିଆ ସମାଜରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏକଦା କଂଗ୍ରେସର ଗଡ଼ ଥିବା ଝାରସୁଗୁଡ଼ାରେ ବର୍ତ୍ତମାନର ନିର୍ବାଚନ ଫଳାଫଳକୁ ଦେଖିଲେ କଂଗ୍ରେସ ଅସ୍ତିତ୍ୱ ହରାଇବାକୁ ଯାଉଛି ।

Also Read

ସେହିପରି ନିର୍ବାଚନ ପ୍ରଚାର ଜାରି ରହିଥିବାବେଳେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କୁ ବିଜେଡି ନିଜ ଦଳରେ ମିଶାଇବାରେ ସକ୍ଷମ ହୋଇଥିଲା । ମହେନ୍ଦ୍ର କଂଗ୍ରେସ ଟିକେଟରୁ ଲଢ଼ି ୧୮୮୨୩ଟି ଖଣ୍ଡ ଭୋଟ୍ ପାଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଚଳିତ ଉପନିର୍ବାଚନରେ କଂଗ୍ରେସ ପ୍ରାୟ ୧୪ହଜାରରୁ ଅଧିକ ଭୋଟ୍ ହରାଇଛି । ଯଦିଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ପିତା ବୀରେନ୍ଦ୍ର ପାଣ୍ଡେଙ୍କ ନିଜସ୍ୱ ଭୋଟବ୍ୟାଙ୍କ ଦୀର୍ଘବର୍ଷ ଧରି ରହି ଆସିଛି ।

କେବଳ ସେତିକି ନୁହେଁ, ବିଜେପିର ସଭାପତି ମଙ୍ଗଳ ସାହୁ ନିର୍ବାଚନ ପ୍ରଚାରବେଳେ ଅଚାନକ ଦଳ ଛାଡ଼ି ବିଜେଡିରେ ମିଶିଲେ । କଂଗ୍ରେସରୁ ମହେନ୍ଦ୍ର ଓ ବିଜେପିରୁ ମଙ୍ଗଳ ଆସିବା ଏବଂ ଅଗରିଆ ସମାଜ ପାଇଁ ପ୍ୟାକେଜ୍ ଘୋଷଣା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ପରେ ବିଜୟୀ ଭୋଟ୍ ବ୍ୟବଧାନ ସର୍ବନିମ୍ନ ୫୦ହଜାର ଟପିବ ବୋଲି ଆକଳନ ହେଉଥିଲା । ଯଦିଓ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ପଲ୍ଲା ପ୍ରଥମରୁ ଭାରି ରହିଥିଲା । ନବ ଦାସଙ୍କ ଗଡ଼ରେ ତାଙ୍କ ଝିଅ ଦଳୀୟ ପ୍ରାର୍ଥୀ ହୋଇଥିବାରୁ ତାଙ୍କର ଜିତିବାକୁ ନେଇ ପ୍ରଥମରୁ ହିଁ ସମସ୍ୟା ନଥିଲା । କେବଳ ବିଜୟୀ ଭୋଟ୍ ବ୍ୟବଧାନ ଅଧିକ ରଖିବା ଉପରେ ଦଳ ଗୁରୁତ୍ୱ ଦେଇଥିଲା ଓ ଶେଷ ମୁହୂର୍ତ୍ତରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ଜିତିବାର ବ୍ୟବଧାନକୁ ବୃହତ୍ କରିବା ନିମନ୍ତେ ବିଜେଡି ନିଜର ଟ୍ରମ୍ପ କାର୍ଡ ତଥା ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ଏହାପୂର୍ବରୁ ନିର୍ବାଚନମଣ୍ଡଳୀର ପ୍ରାୟ ୧୮ ପ୍ରତିଶତ ଅଗରିଆ ସମାଜ ଭୋଟରଙ୍କୁ ସନ୍ତୁଷ୍ଟ କରାଇବା ପାଇଁ ଅଧ ଏକର ସରକାରୀ ଜମି ସହ ୩କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ଏବଂ ମହେନ୍ଦ୍ର ଓ ମଙ୍ଗଳଙ୍କୁ ଦଳରେ ମିଶାଇ ବିଜେଡି ନିଜର ମାହୋଲକୁ ଏକପାଖିଆ ନିଜ ଆଡ଼କୁ କରିନେବାକୁ ପ୍ରୟାସ କରିଥିଲା । ଦୀପାଳିଙ୍କୁ ୧୦୭୧୯୮ ଖଣ୍ଡ ଭୋଟ(୬୦.୯୩%) ମିଳିଥିବା ବେଳେ ୨୦୧୯ରେ ତାଙ୍କ ବାପା ନବ ଦାସଙ୍କୁ ୯୮୬୨୦ ଖଣ୍ଡ ଭୋଟ(୫୫.୯୭%) ମିଳିଥିଲା।

ସେହିପରି କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନରେ ପାଇଥିବା ଭୋଟ ମଧ୍ୟରୁ ପ୍ରାୟ ୧୪୩୨୭ଖଣ୍ଡରୁ ଅଧିକ ଭୋଟ୍ ଚଳିତ ଉପନିର୍ବାଚନରେ ହରାଇଛି । ଆଉ ସେହି କଂଗ୍ରେସ ଭୋଟ୍ ଭାଗ ଭାଗ ହୋଇ ଉଭୟ ବିଜେଡି ଓ ବିଜେପି ଖାତାକୁ ଯାଇଥିବା ଆକଳନ କରାଯାଉଛି । କଂଗ୍ରେସ ନିଜର ଅମାନତ ରଖି ନପାରିବା ଦଳ ପାଇଁ ଚିନ୍ତାର ବିଷୟ ହୋଇଥିବାବେଳେ ଝାରସୁଗୁଡ଼ାରେ ନୂଆ ବିଜେଡି-ପୁରୁଣା ବିଜେଡି ମଧ୍ୟରେ ଚାଲିଥିବା ଛକାପଞ୍ଝା ଓ ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳରୁ ଫାଇଦା ନଉଠାଇ ପାରିବାରେ ବିଜେପି ସକ୍ଷମ ହୋଇନି ।

ରାଜନୈତିକ ବିଶ୍ଲେଷକଙ୍କ ମତରେ, ଶେଷ ମୁହୂର୍ତ୍ତରେ ବିଜେପିର ଜିଲ୍ଲା ସଭାପତି ମଙ୍ଗଳ ସାହୁ ଓ ପୂର୍ବତନ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ଦଳ ଛାଡ଼ି ବିଜେଡିରେ ମିଶିବା ଏହି ଦୁଇ ଦଳକୁ ମହଙ୍ଗା ପଡ଼ିଛି । ଅବଶ୍ୟ ଏହି ଦୁଇ ନେତାଙ୍କୁ ଆଣି ବିଜେଡି ସେଭଳି ଆଖିଦୃଶିଆ ସଫଳତା ପାଇପାରିନି । ତଥାପି କଂଗ୍ରେସ ଓ ବିଜେପି କର୍ମୀଙ୍କ ଉପରେ ମାନସିକ ଚାପ ପକାଇବାରେ ବିଜେଡି ସଫଳ ହୋଇଛି । ନିଜ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଝାରସୁଗୁଡ଼ା ନିର୍ବାଚନବେଳେ ପଂଚାୟତ ଦାୟିତ୍ୱ ସହ ସରକାରୀ କଳବଳକୌଶଳ ଲଗାଇ ଦେଇଥିବା ବିଜେଡି, ଦିବଂଗତ ନବଙ୍କ ଅବର୍ତ୍ତମାନରେ ମାତ୍ର ୫ପ୍ରତିଶତ ଅଧିକ ଭୋଟ(୮୫୭୮ଖଣ୍ଡ) ପାଇବା  ଆପଣାଛାଏଁ ଝାରସୁଗୁଡ଼ାରେ ବିଜେଡିର ବାସ୍ତବ ସ୍ଥିତିକୁ ବୟାନ କରୁଛି । ସେହିପରି ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ବିଜେପିକୁ ମାତ୍ର ମଧ୍ୟ ଅଧିକ ୩ପ୍ରତିଶତ ଭୋଟ୍ ମିଳିଛି । ଦଳର କିଛି ବରିଷ୍ଠ ନେତା ଚଳିତ ଝାରସୁଗୁଡ଼ା ଉପନିର୍ବାଚନରେ ନିଜକୁ ଦୂରେଇ ରଖିବା ବି ବିଜେପି ପାଇଁ ଚିନ୍ତା ବଢ଼ାଇଥିଲା । ଆଉ କଂଗ୍ରେସ ଓ ବିଜେପିର ଆଭ୍ୟନ୍ତରୀଣ କନ୍ଦଳର ଫାଇଦା ବିଜେଡି ନେବାରେ ଲାଗିଛି । ସାଧାରଣ ନିର୍ବାଚନ ପୂର୍ବରୁ ଯଦି ଉଭୟ ବିଜେପି ଓ କଂଗ୍ରେସ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ସହ ଲୋକଙ୍କ ଆସ୍ଥାଭାଜନ ହେବା ଦିଗରେ ଆଖିଦୃଶିଆ ପଦକ୍ଷେପ ନନେବେ ତା’ହେଲେ ବିଜେଡିକୁ ଅଯାଚିତ ଭାବେ ଏହାର ଫାଇଦା ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story