ରୋଚକ ହେଉଛି କୋରେଇ ରାଜନୀତି; ଗାଁ ବୁଲିଲେଣି ଝିଲିକ୍‌

ଯାଜପୁର ଜିଲ୍ଲାର ଅର୍ଥନୈତିକ ପେଣ୍ଠସ୍ଥଳୀ କୋରେଇ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ଏହି ନିର୍ବାଚନ ମଣ୍ଡଳୀ ରାଜନୀତି ପଶା ପାଲିରେ ଛନ୍ଦି ହୋଇ ପଡ଼ିଛି। ବିଜେଡିର ଦୁଇ ପାୱାରପୁଲ୍‌ ପରିବାର ନିଜ ସମର୍ଥକଙ୍କୁ ପ୍ରାର୍ଥୀ କରିବାକୁ ଅଡି ବସିଛନ୍ତି।

BJD PhotoOR

ନିଜ ସମର୍ଥକଙ୍କ ଗହଣରେ ଝିଲିକ୍‌

Manoranjan Sial
  • Published: Thursday, 04 April 2024
  • Updated: 04 April 2024, 06:42 PM IST

ରୋଚକ ସ୍ଥିତିରେ କୋରେଇ ରାଜନୀତି। ଆଜି ପର୍ଯ୍ୟନ୍ତ ଛିଡୁନି ବିଜେଡି କଳି। ଯାଜପୁରର ଦୁଇ ପାୱାରଫୁଲ୍‌ ପରିବାରଙ୍କ ଛାୟା ଯୁଦ୍ଧ ଯୋଗୁ ରାଜନୀତି ପଶା ପାଲିରେ ଫସିଛି ସବୁଠାରୁ ବିକଶିତ ନିର୍ବାଚନ ମଣ୍ଡଳୀ କୋରେଇ। ବିଜେଡି ମୁଖିଆ ମଧ୍ୟ କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନାହାନ୍ତି। ସେପଟେ କିନ୍ତୁ ବିଜେପିର ପ୍ରାର୍ଥୀ ଆକାଶ ଦାସନାୟକଙ୍କୁ ଟକ୍କର ଦେବା ପାଇଁ ମୈଦାନକୁ ଲମ୍ଫ ମାରିଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ। ଆଉ ପ୍ରାର୍ଥୀ ହେବା ପାଇଁ ଆଶା ରଖିଛନ୍ତି।

ଝିଲିକ୍‌ ଭଟ୍ଟାଚାର୍ଯ୍ୟ ହେଉଛି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ବୋହୂ ଓ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ପତ୍ନୀ। ପେସାରେ ସେ ଜଣେ ଅଭିନେତ୍ରୀ ଓ ପ୍ରଯୋଜିକା। ତାଙ୍କ ଶାଶୁ ଘର ହେଉଛି କୋରେଇ ନିର୍ବାଚନ ମଣ୍ଡଳୀର ଯାଜପୁର ରୋଡ୍‌ରେ। ତେଣୁ ଝିଲିକ୍‌ ନିୟମିତ ସେହି ଘରକୁ ଯିବା ଆସିବା କରନ୍ତି ଓ ରୁହନ୍ତି। ଆଉ ସ୍ଥାନୀୟ ଲୋକଙ୍କୁ ଭେଟନ୍ତି। ସେମାନଙ୍କ ସୁଖ ଓ ଦୁଃଖ କଥା ବୁଝନ୍ତି। ଆଜି ହଠାତ୍‌ ଶତାଧିକ ସ୍ଥାନୀୟ ଲୋକ ତାଙ୍କୁ ଭେଟିଥିଲେ। ଆଉ କୋରେଇରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଅନୁରୋଧ କରିଥିବା ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକଙ୍କ ଅନୁରୋଧ ରକ୍ଷା କରି ଝିଲିକ୍‌ ଗାଁକୁ ଗାଁ ବୁଲୁଥିବା ଦେଖିବାକୁ ମିଳୁଛି। ଏଥିରୁ ସ୍ପଷ୍ଟ ହେଉଛି ରାଜନୀତି ଦୁନିଆକୁ ଲମ୍ଫ ମାରିପାରନ୍ତି ଝିଲିକ୍‌।

Also Read

ନିଜର ରାଜନୈତିକ ପ୍ରବେଶ ନେଇ ଝିଲିକ୍‌ କହିଛନ୍ତି, ଯଦି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା କରନ୍ତି ଓ ସୁଯୋଗ ଦିଅନ୍ତି, ତାହାହେଲେ ମୁଁ ନିଶ୍ଚିତ ଲଢ଼େଇ କରିବାକୁ ଚାହେଁ। ନିଶ୍ଚିତ ମୈଦାନକୁ ଓହ୍ଲାଇବି। କୋରେଇବାସୀଙ୍କ ସେବା ପାଇଁ ଲଢ଼େଇ କରିବି ବୋଲି ଝିଲିକ୍‌ କହିଛନ୍ତି।

କୋରେଇ ହେଉଛି ଯାଜପୁର ଜିଲ୍ଲାର ଅର୍ଥନୈତିକ ପେଣ୍ଠସ୍ଥଳୀ। ଏବେ ଏହି ନିର୍ବାଚନମଣ୍ଡଳୀ ରାଜନୀତି ପଶା ପାଲିରେ ଛନ୍ଦି ହୋଇ ପଡ଼ିଛି। ବିଜେଡିର ଦୁଇ ପାୱାରପୁଲ୍‌ ପରିବାର ନିଜ ସମର୍ଥକଙ୍କୁ ପ୍ରାର୍ଥୀ କରିବାକୁ ଅଡି ବସିଛନ୍ତି। ଯେଉଁଥିପାଇଁ ବିଜେଡି ସୁପ୍ରିମୋଙ୍କ ଅଡୁଆ ବଢ଼ି ଚାଲିଛି। କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି। ଯଦି ଗୋଟିଏ ଗୋଷ୍ଠୀର ସମର୍ଥକଙ୍କୁ ପ୍ରାର୍ଥୀ କରାଯାଏ, ତାହାହେଲେ ଅନ୍ୟ ଗୋଷ୍ଠୀ ନିଶ୍ଚିତ ପ୍ରତିବନ୍ଧକ ସାଜିବ ବୋଲି ଆଲୋଚନା ହେଉଛି। ସେଥିପାଇଁ କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନାହାଁନ୍ତି ରାଇଜ ମୁଖିଆ।

ସେପଟେ ବିଜେପି ପାଦେ ଆଗକୁ ଯାଇ ପ୍ରଥମ ଗୋଟି ଚଳାଇଛି। ଅଭିନେତାରୁ ରାଜନେତା ବନିଥିବା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଛି। ତେଣୁ ତାଙ୍କୁ ମାତ୍‌ ଦେବା ପାଇଁ ବିଜେଡି ପ୍ରାର୍ଥୀ ଖୋଜୁଥିବା ବେଳେ ଦୁଇ ପାୱାରଫୁଲ ଗୋଷ୍ଠୀଙ୍କ ଛାୟା ଯୁଦ୍ଧ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ଏପରି ସ୍ଥିତିରେ ତିନି ଦିନ ତଳେ ବିଜେଡିର ଗୋଷ୍ଠୀର ସାମ୍ୱାଦିକ ସମ୍ମିଳନୀ କରିଥିଲେ। ସେମାନେ କୁଆଡ଼େ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ସମର୍ଥକ ବୋଲି ଚର୍ଚ୍ଚା ହେଉଛି। ସେମାନେ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ, କୋରେଇରୁ ଦାସ ପରିବାରରୁ କାହାକୁ ଟିକେଟ ଦିଆ ନଯାଉ। ଯଦି ଟିକଟ ଦିଆଯାଏ, ତା’ହେଲେ ଆମେ ଭୋଟ୍‌ ବର୍ଜନ କରିବୁ। ଦରକାର ପଡ଼ିଲେ ଆନ୍ଦୋଳନ କରିବୁ ବୋଲି ଧମକ ଦେଥିଲେ।

BJDନିଜ ସମର୍ଥକଙ୍କ ସହ ବସିଛନ୍ତି ଝିଲିକ୍‌

ସେପଟେ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ବୁଧବାର ସାମ୍ୱାଦିକ ସମ୍ମିଳନୀ କରିଥିଲେ। ସେମାନେ କୁଆଡ଼େ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ସମର୍ଥକ ବୋଲି ଆଲୋଚନା ହେଉଛି। ସେମାନେ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ, ଦାସ ପରିବାର ଆସିଲେ କୋରେଇର ଉନ୍ନତି ହେବ। ଯେଉଁମାନେ ଦାସ ପରିବାରକୁ ବିରୋଧ କରୁଛନ୍ତି, ସେମାନେ ବିଜେଡି କର୍ମୀ ନୁହଁନ୍ତି। ତେଣୁ ତାଙ୍କ କଥାରେ ନଶୁଣିବାକୁ ଅନୁରୋଧ କରିଥିଲେ। ଆଗାମୀ ଦିନରେ ସେମାନେ ଏପରି କାର୍ଯ୍ୟ କଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story