Advertisment

ପରାଜୟ ପରେ କଂଗ୍ରେସରେ ପରିବର୍ତ୍ତନ: କମଲନାଥ ଆଉଟ, ଜିତୁ ପଟୱାରୀ ଇନ୍‌

ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ପଦରୁ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଦଳ ବାହାରର ରାସ୍ତା ଦେଖାଇଛି।

author-image
Hemant Lenka
Congress

Congress

ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିବା ପରେ ଏବେ ପରିବର୍ତ୍ତନ ମୁହାଁ ହୋଇଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଦଳକୁ ପରାସ୍ତ ହେବାକୁ ପଡ଼ିଥିଲା। ଏହି ପରାଜୟ ପରେ ଦଳ ଏବେ ସାଂଗଠନିକ ସ୍ତରରେ ଅଦଳବଦଳ କରିଛି।

Advertisment

ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ପଦରୁ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଦଳ ବାହାରର ରାସ୍ତା ଦେଖାଇଛି। ତାଙ୍କ ଠାରୁ ରାଜ୍ୟ ମୁଖିଆ ପଦ ନେଇ ଅନ୍ୟତମ ବରିଷ୍ଠ ନେତା ଜିତୁ ପଟୱାରୀଙ୍କୁ ଦେଇଛି। ଜିତୁ ପଟୱାରୀ ଏବେ ମଧ୍ୟପ୍ରଦେଶ କଂଗ୍ରେସର ମୁଖ୍ୟ ଭାବେ କାମ କରିବେ।

୪୯ ବର୍ଷୀୟ ପଟୱାରୀ ରାଉ ସିଟରୁ ବିଧାୟକ ହୋଇଥିଲେ। ନିର୍ବାଚନ ବେଳେ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୧୮ରେ ସେ ଦ୍ୱିତୀୟ ଥର ପାଇଁ ଉକ୍ତ ଆସନରୁ ବିଧାନସଭାକୁ ଯାଇଥିଲେ। ଦ୍ୱିତୀୟ ଥର ଜିତିବା ପରେ କମଲନାଥ ସରକାରରେ ସେ ଉଚ୍ଚ ଶିକ୍ଷା, ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ହୋଇଥିଲେ।

Advertisment

୨୦୧୮ରେ କମଲନାଥ ମଧ୍ୟପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ହୋଇଥିଲେ। ଏହି ସମୟରେ ପଟୱାରୀ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଥିଲେ। କମଲନାଥ ତାଙ୍କୁ ୨୦୨୦ ଏପ୍ରିଲ ମାସରେ ରାଜ୍ୟ ମିଡିଆ ସେଲ୍‌ ଅଧ୍ୟକ୍ଷ କରିଥିଲେ।

ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାନରେ ପଟୱାରୀ ବିଜେପି ପ୍ରାର୍ଥୀ ମଧୁ ବର୍ମାଙ୍କ ଠାରୁ ରାଉ ଆସନରେ ହାରି ଯାଇଥିଲେ। ୩୫,୫୨୨ ଖଣ୍ଡ ଭୋଟରେ ତାଙ୍କୁ ବିଜେପି ପ୍ରାର୍ଥୀ ବର୍ମା ହରାଇଥିଲେ। କିନ୍ତୁ ଏବେ ତାଙ୍କୁ କଂଗ୍ରେସ ରାଜ୍ୟ କମାଣ ଦେଇଛି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ କଂଗ୍ରେସ ମଧ୍ୟପ୍ରଦେଶରେ ନୂଆ ଆରମ୍ଭ କରିବା ମୁଡରେ ରହିଛି। ସେଥିପାଇଁ କମଲନାଥଙ୍କ ବଦଳରେ ପଟୱାରୀଙ୍କୁ ଦାୟିତ୍ୱ ଦେଇଥିବା କୁହାଯାଉଛି।

Congress Madhya Pradesh