Advertisment

ପଦ ଛାଡ଼ିବେ ହେମନ୍ତ ସୋରେନ୍‌, ପତ୍ନୀ ହେବେ ମୁଖ୍ୟମନ୍ତ୍ରୀ!

ପତ୍ନୀ କଳ୍ପନା ସୋରେନ୍‌ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ଚର୍ଚ୍ଚା ହେଉଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
 Hemant Soren and his wife

Hemant Soren and his wife

ପଦ ଛାଡ଼ିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ପତ୍ନୀ କଳ୍ପନା ସୋରେନ୍‌ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବ। ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ଏହା ପରେ ବିଜେପି ସାଂସଦ ନୀଶିକାନ୍ତ ଦୁବେ ହେମନ୍ତ ସୋରେନ୍‌ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଓ ତାଙ୍କ ପତ୍ନୀ କଳ୍ପନା ଶାସନ ଭାର ସମ୍ଭାଳିବେ ବୋଲି ଦାବି କରିଛନ୍ତି।

Advertisment

ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋଶିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କହିଛନ୍ତି, 'ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧଶୟକ ସର୍ଫରାଜ ଅହମ୍ମଦ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ସ୍ୱୀକାର କରାଯାଇଛି। ଏବେ ଆଗକୁ ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତାଙ୍କ ସ୍ତ୍ରୀ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ। ନୂଆ ବର୍ଷ ସୋରେନ ପରିବାର ପାଇଁ କଷ୍ଟଦାୟକ ହେବ।'

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିପାରେ ବୋଲି ହେମନ୍ତ ସୋରେନ୍‌ ଭୟ କରୁଛନ୍ତି। ତେଣୁ ସେ ନିଜ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ଆସନ ହସ୍ତାନ୍ତର କରିବାକୁ ଯୋଜନା କରୁଥିବା ଦାବି କରାଯାଉଛି।

Advertisment

ସେପଟେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସର୍ଫରାଜ ଇସ୍ତଫା ଦେଇ କୌଣସି କାରଣ ଦର୍ଶାଇ ନାହାଁନ୍ତି। ରାଞ୍ଚି ଜମି ଦୁର୍ନୁୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ଥର ସମନ ଜାରି କରିସାରିଲାଣି। କିନ୍ତୁ ହେମନ୍ତ ସୋରେନ ହାଜର ହେଉନଥିବାରୁ ଦଳର ବିଧାୟକ ସର୍ଫରାଜ ଅହମଦ ଇସ୍ତଫା ଦେଇଥିବା କୁହାଯାଉଛି।

ଗାନ୍ଦେୟ ଏକ ଅସଂରକ୍ଷିତ ଆସନ। ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଜଣେ ଆଦିବାସୀ। ତେବେ ଗାନ୍ଦେୟ ବିଧାୟକ କାହିଁକି ତାଙ୍କ ପାଇଁ ଆସନ ଛାଡ଼ିଲେ। ଏହାର ଏକ ରାଜନୀତିକ କାରଣ ରହିଛି। ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ବାପଘର ଓଡ଼ିଶାରେ। ହେମନ୍ତଙ୍କ ଭାଇବୋହୂଙ୍କର ବାପଘର ମଧ୍ୟ ଓଡ଼ିଶାରେ। ସେ ଏକ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଆସନରୁ ଲଢ଼ୁଥିଲେ ବୋଲି ଏକ ମକଦ୍ଦମା ହୋଇଥିଲା। ଆଇନ ଅନୁସାରେ ଅନ୍ୟ ରାଜ୍ୟର ଆଦିବାସୀ ଝାଡ଼ଖଣ୍ଡରେ ଯାଇଁ ବସବାସ କଲେ ବି ସେଠାକାର ମୂଳବାସିନ୍ଦା ହୋଇପାରିବେନି। କଳ୍ପନାଙ୍କ ପ୍ରତି ମଧ୍ୟ ସେହି ନିୟମ ପ୍ରଯୁଜ୍ୟ। ସେ ଝାଡ଼ଖଣ୍ଡର ମୂଳନିବାସୀ ହୋଇ ନଥିବାରୁ ସେଠାକାର ଆଦିବାସୀ ଆସନରୁ ସଂରକ୍ଷିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିପାରିବେ ନାହିଁ। ତେଣୁ ସେ ଜଣେ ସାଧାରଣ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବ। ସେଥିପାଇଁ ଏକ ସାଧାରଣ ଆସନର ପ୍ରାର୍ଥୀ ସରଫରଜା ଅହମ୍ମଦ ଇସ୍ତଫା ଦେଇଥାଇପାରନ୍ତି।

ସୋରେନ୍‌ ଇଡିର ସମନକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟ ଓ ଝାଡଖଣ୍ଡ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କୁ ଟାର୍ଗେଟ କରିବା ପାଇଁ ତଦନ୍ତକାରୀ ସଂସ୍ଥାର କେନ୍ଦ୍ର ସରକାର ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି।

Jharkhand Hemant Soren