Advertisment

JNUSU ନିର୍ବାଚନ; ୨୮ ବର୍ଷ ପରେ ପ୍ରେସିଡେଣ୍ଟ ପଦ ଜିତିଲେ ଦଳିତ ପ୍ରାର୍ଥୀ

୧୯୯୬-୯୭ ମସିହାରେ ବତି ଲାଲ ବେରୱା ପ୍ରଥମ ଦଳିତ ଭାବେ ନିର୍ବାଚିତ ହୋଇଥିଲେ।

ଅଦ୍ୟତନ ହୋଇଛି
Dhananjay

Dhananjay

Advertisment

ଦୀର୍ଘ ୨୮ ବର୍ଷ ପରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ (JNUSU) ନିର୍ବାଚନରେ ଜଣେ ଦଳିତ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ବାମପନ୍ଥୀ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଧନଞ୍ଜୟ ଜେଏନୟୁ ଛାତ୍ର ସଂଗଠନ ପ୍ରେସିଡେଣ୍ଟ ହୋଇଛନ୍ତି। 

Advertisment

୧୯୯୬-୯୭ ମସିହାରେ ବତି ଲାଲ ବେରୱା ପ୍ରଥମ ଦଳିତ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପରଠାରୁ ପ୍ରେସିଡେଣ୍ଟ ଭାବେ କୌଣସି ପ୍ରାର୍ଥୀ ଦଳିତ ପ୍ରାର୍ଥୀ ବିଜୟୀ ହୋଇ ପାରୁନଥିଲେ। ଦୀର୍ଘ ୨୮ ବର୍ଷ ପରେ ଦ୍ୱିତୀୟ ଦଳିତ ପ୍ରେସିଡେଣ୍ଟ ଭାବେ ଧନଞ୍ଜୟ ନିର୍ବାଚିତ ହୋଇଛନ୍ତି। 

ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA)ର ଧନଞ୍ଜୟଙ୍କ ବିପକ୍ଷରେ ଥିଲେ ଅଖିଳ ଭାରତ ବିଦ୍ୟା ପରିଷଦ (ABVP)ର ଉମେଶ ସି ଅଜମୀର। ତାଙ୍କ ବିପକ୍ଷରେ ଧନଞ୍ଜୟ ୨,୫୯୮ ଭୋଟ୍ ପାଇ ଜେଏନଏସୟୁ ସଭାପତି ହୋଇଛନ୍ତି। ଧନଞ୍ଜୟଙ୍କ ଘର ବିହାରର ଗୟାରେ। ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଆର୍ଟ ଆଣ୍ଡ ଆସଥେଟିକ୍ସର ପିଏଚଡି ଛାତ୍ର।

Advertisment

ପ୍ରଚାର ସମୟରେ ତାଙ୍କର ମୁଖ୍ୟ ମୁଦ୍ଦା ଥିଲା  କ୍ୟାମ୍ପସରେ ଜଳ, ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟାର ମୁକାବିଲା କରିବା। ଏଥିସହ ବିଶ୍ୱବିଦ୍ୟାଳୟ ଦ୍ୱାରା ନିଆଯାଇଥିବା ଉଚ୍ଚଶିକ୍ଷା ପାଣ୍ଠି ଏଜେନ୍ସି(HEFA) ଋଣ କାରଣରୁ ବର୍ଦ୍ଧିତ ଶୁଳ୍କକୁ ନେଇ ଚିନ୍ତା ପ୍ରକଟ କରିଥିଲେ ଧନଞ୍ଜୟ। ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଥିବା ଛାତ୍ର ନେତାଙ୍କୁ ମଧ୍ୟ ମୁକ୍ତ କରିବାକୁ ଦାବି କରିଥିଲେ।

JNU JNU Student Union Polls
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe