ଆଜି ଭାରତ ଆସିବେ ବାଇଡେନ; ଜାଣନ୍ତୁ, କିପରି ରହିବ ସୁରକ୍ଷା ବ୍ୟବସ୍ଥା ?

ବାଇଡେନ ନୂଆଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲର ପ୍ରେସେଡେନସିଆଲ ସୁଟ୍‌ରେ ରହିବେ । ଏହି ହୋଟେଲ ଚତୁଃପାର୍ଶ୍ୱ ଏକ ପ୍ରକାର ସେନା ଛାଉଣିରେ ପରିଣତ ହୋଇ ସାରିଛି। 

Jio Biden

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

Niharika Rout
  • Published: Thursday, 07 September 2023
  • Updated: 07 September 2023, 10:38 AM IST

Sports

Latest News

ଜି-୨୦ ସମ୍ମିଳନୀ ପାଇଁ ଆଜି ଭାରତରେ ପହଞ୍ଚିବେ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ତାଙ୍କ ପାଇଁ ଲାଗୁ କରାଯାଇଛି ହାଇ ପ୍ରୋଫାଇଲ ସୁରକ୍ଷା ।

ବାଇଡେନ ନୂଆଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲର ପ୍ରେସେଡେନସିଆଲ ସୁଟ୍‌ରେ ରହିବେ । ଏହି ହୋଟେଲ ଚତୁଃପାର୍ଶ୍ୱ ଏକ ପ୍ରକାର ସେନା ଛାଉଣିରେ ପରିଣତ ହୋଇ ସାରିଛି। ଏହି ହୋଟେଲ ମ୍ୟାପ୍‌ ଆମେରିକାର ଗୁଇନ୍ଦା ସଂସ୍ଥା ପାଖରେ ରହିଛି। ବାଇଡେନଙ୍କ ପୁର୍ବରୁ ଆମେରିକାରୁ ହଜାରେରୁ ଅଧିକ ସିକ୍ୟୁରିଟି ଅଫିସର ଭାରତ ଆସି ସାରିଛନ୍ତି। ଏହାବାଦ ଦିଲ୍ଲୀ ପୁଲିସ୍‌, CRPF ଓ VIP ସିକ୍ୟୁରିଟି ଫୋର୍ସ ବି ସେମାନଙ୍କ ସହ ମିଳିତ ଭାବେ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରିବେ।

ଆମେରିକା ରାଷ୍ଟ୍ରପତି ପହଞ୍ଚିବା ପୂର୍ବରୁ ତାଙ୍କ ‘ବିଷ୍ଟ’ କାର୍‌ ନୂଆଦିଲ୍ଲୀରେ ପହଞ୍ଚି ସାରିଲାଣି। ଆମେରିକା ବାୟୁସେନାର ଗ୍ଲୋବ ମାଷ୍ଟର ଏୟାରକ୍ରାପ୍ଟରେ ତାହା ଦିଲ୍ଲୀରେ ଲ୍ୟାଣ୍ଡ କରି ସାରିଛି। ଦିଲ୍ଲୀ ରାଜରାସ୍ତାରେ ସବୁଠୁ ବଡ଼ କାରକେଡ ଆମେରିକା ରାଷ୍ଟ୍ରପତିଙ୍କର ହେବ ବୋଲି ଜଣାଯାଇଛି।

Also Read

ବାଇଡେନଙ୍କ ସୁରକ୍ଷା ପାଇଁ ଭାରତରେ ଆମେରିକୀୟ ସିକ୍ୟୁରିଟି ଅଫିସର 

ବାଇଡେନଙ୍କ ଲାଗି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଉଛି। ତାଙ୍କର ପାଖେ ପାଖେ ରହି ସୁରକ୍ଷା ଦେବେ ସବୁଠାରୁ ଅଧିକ ପ୍ରଶିକ୍ଷିତ ଓ ସର୍ବାଧିକ ଫିଟ ଅଫିସର ଯାହାଙ୍କ ବୟସ ୨୧ରୁ ୨୮ ବର୍ଷ ମଧ୍ୟରେ ହୋଇଥିବ । ସେହି ଅଫିସରମାନଙ୍କ ନିକଟରେ ଏମ୪, ଗ୍ଲକ ପରି ପିସ୍ତଲ, ଲଙ୍ଗରେଞ୍ଜ ଓ ସର୍ଟରେଞ୍ଜ ଅସ୍ତ୍ରଶସ୍ତ୍ର ରହିବ । ସେହିପରି ସେମାନଙ୍କ ନିକଟରେ ରହିବ ବୁଲେଟ ପ୍ରୁଫ ବ୍ୟବସ୍ଥା ।

ସୁରକ୍ଷା ଟିମ୍‌ ନିକଟରେ ବମ୍‌ ଡିଟେକ୍ଟର ନିୟୋଜିତ ହେବ । ଏହି ଡିଟେକ୍ଟରଗୁଡିକ ବାଇଡେନଙ୍କ ଚାରିପାଖକୁ ଯାଞ୍ଚ କରିବ । ବାଇଡେନଙ୍କ ଯିବା ଆସିବା ଲାଗି ‘ଦି ବିଷ୍ଟ’ ସମେତ ଲଙ୍ଗରେଞ୍ଜ ଯାନଗୁଡିକୁ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ବାଇଡେନ ପହଞ୍ଚିବା ପୂର୍ବରୁ ବିମାନବନ୍ଦର ଆଖପାଖ ଅଞ୍ଚଳ ଖାଲି କରିଦିଆଯିବ । ବାଇଡେନଙ୍କ ସୁରକ୍ଷା ପାଇଁ ଭାରତର ସୁରକ୍ଷା ଏଜେନ୍ସିଙ୍କ ସହ ଆମେରିକାର ସିକ୍ରେଟ ସର୍ଭିସ ଓ ପ୍ରାୟ ୩ଶହ ସ୍ପେଶାଲ କମାଣ୍ଡୋ ମୁତୟତ ହୋଇଛନ୍ତି।

‍ବାଇଡେନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଆମେରିକାରୁ ହଜାରେରୁ ଅଧିକ ସିକ୍ୟୁରିଟି ଅଫିସର ଭାରତ ଆସି ସାରିଛନ୍ତି। ଏହାବାଦ ଦିଲ୍ଲୀ ପୁଲିସ୍‌, CRPF ଓ VIP ସିକ୍ୟୁରିଟି ଫୋର୍ସ ବି ଏହି ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବେ । 

ଏୟାରଫୋର୍ସ ୱାନ ଏୟାରକ୍ରାପ୍ଟରେ ଭାରତ ଆସିବେ ବାଇଡେନ

ପ୍ରେସିଡେଣ୍ଟ ବାଇଡେନ ଆଜି ଏୟାରଫୋର୍ସ ୱାନ ଏୟାରକ୍ରାପ୍ଟରେ ଭାରତ ଆସିବେ। ତାହା ଏକ ୩ ମହଲା ବିଶିଷ୍ଟ ଏୟାରକ୍ରାପ୍ଟ ହୋଇଥିବା ବେଳେ ତାହାର ସୁରକ୍ଷା ଭେଦ କରିବା ଅସମ୍ଭବ । ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବାଇଡେନଙ୍କ ଏୟାରକ୍ରାପ୍ଟ ସବୁବେଳେ ତୟାର ।

AirCraftବାଇଡେନଙ୍କ ଏୟାରକ୍ରାଫ୍ଟ ।

ଏହି ବିମାନରେ ଇନ୍ଧନ ସରିଗଲେ, ଆକାଶ ମାର୍ଗରେ ହିଁ ଇନ୍ଧନ ଭରି ହେବ । ଶତ୍ରୁ ପକ୍ଷରୁ ବିମାନ ଉପରେ ଆକ୍ରମଣ ହେଲେ ବିମାନର ଇଲେକ୍ଟ୍ରୋ ମ୍ୟାଗେନିଟ ପ୍ଲସ୍‌ ଦ୍ୱାରା ତାହାକୁ ବିଫଳ କରାଯାଇ ପାରିବ । ଏହି ବିମାନର ନିଜର କମ୍ୟୁନିକେସନ ସିଷ୍ଟମ ରହିବା ସହ ବିମାନ ଭିତରେ ମୋବାଇଲ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିଛି। ଯାହାକି ଯେକୌଣସି ସମୟରେ ଆକ୍ରମଣ ହେଲେ ଆପେଆପେ ଆକ୍ଟିଭ ହୋଇଯିବ ।

ଏୟାରଫୋର୍ସ ୱାନ ଭିତରେ ପ୍ରେସିଡେଣ୍ଟ ସୁଟ୍‌, କନଫରେସ୍‌ ରୁମ୍‌, ମେଡିକାଲ ଫାସିଲିଟି, ୧୦୦-୧୫୦ ଲୋକଙ୍କ ବସିବା କ୍ଷମତା ରହିଛି। ଏହି ପ୍ଲେନ୍‌ରେ ରାଷ୍ଟ୍ରପତିଙ୍କ ସହ ଟପ୍‌ ଅଧିକାରୀଙ୍କ ଟିମ୍‌ ରହିଥାଏ।

ବାଇଡେନଙ୍କ ବିଷ୍ଟ କାର୍‌

ବାଇଡେନ ନୂଆଦିଲ୍ଲୀରେ ଲ୍ୟାଣ୍ଡ କରିବା ସମୟରେ ପ୍ରାୟ ୫୦ କାର୍‌ର ଏକ କାର୍‌କେଡ ରହିବ । ସେଥି ମଧ୍ୟରେ ୨ ‘ବିଷ୍ଟ’ କାର୍‌ ସାମିଲ ହେବ । ‘ବିଷ୍ଟ’ କାର୍‌ର ସୁରକ୍ଷା ଭେଦ କରିବା ଏକ ପ୍ରକାର ଅସମ୍ଭବ । ଏହା ଉପରେ ଗୁଳିର କୌଣସି ପ୍ରଭାବ ପଡ଼ି ନ ଥାଏ। ତାହା ଷ୍ଟିଲ ଆଲୁମୁନିୟମ ସିରେମିକ ଟାଇଟନିୟମରେ ତିଆରି ହୋଇଛି। ଏହି କାର୍‌ ବୁଲେଟପ୍ରଫ ହେବା ସହ କେମିକାଲ ବାୟୋଲୋଜିକାଲ ଓ ନ୍ୟୁକ୍ଲିୟର ଆଟାକ୍‌ରୁ ବି ରକ୍ଷା କରିବ ।

Beast Carବିଷ୍ଟ କାର୍‌ ।

ଏହି କାର୍‌ ନିଜେ ୧୨୦ ଭୋଲ୍ଟର କରେଣ୍ଟ ପ୍ରବାହ ନିର୍ଗତ କରିଥାଏ । ଏଥିରେ ରାଷ୍ଟ୍ରପତିଙ୍କ ବାଦ ଆଉ ୬ ଜଣ ବି ବସି ପାରିବେ। ଏହାର ଓଜନ ୧୦ ଟନ୍‌ ରହିଛି। ଏହି କାର୍‌ରେ ୮ ଇଞ୍ଚର ଆର୍ମର ପ୍ଲେଟ, ପମ୍ପ ଆକ୍ସନ ଗନ୍‌, ରକେଟ ପାୱାର ଗନ୍ ରହିଛି। ଜରୁରୀ ପରିସ୍ଥିତିରେ ଏହି କାର୍‌ ସ୍ୱୟଂଚାଳିତ ଭାବେ ଅକ୍ସିଜେନ ଉତ୍ପନ କରି ପାରିବ ।

‘ବିଷ୍ଟ କାର୍‌’ ପାଲମ୍‌ ଟେକନିକାଲ ଏୟାରବେସ୍‌ରୁ ବାହାରିବା ସମୟରେ ତା’ ସହ ଆଉ ୫୦ଟି କାର୍‌ ବି ରାସ୍ତା ଉପରକୁ ଓହ୍ଲାଇବେ। ଏଥିସହ ଶହେ ସିକ୍ରେଟ ସର୍ଭିସ ଏଜେଣ୍ଟ, FBI, CIA ଷ୍ଟାଫ, ଆମ୍ବୁଲାନ୍ସ, ସିକ୍ୟୁରିଟି ଆଡଭାଇଜର ବି ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story