Advertisment

ସକାଳେ ବିଜେପିରେ ମିଶିଥିଲେ, ରାତିରେ ବିଜେଡିକୁ ଫେରିଲେ; ନେତାଙ୍କ ଗତି ଦେଖି ଲୋକେ ତାଜୁବ୍

ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଧାରଣ ସଭାରେ ଲଇକେରା ଜୋନ-୧ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲୋକେନ୍ଦ୍ର ରାଉତ ବିଜେପିରେ ମିଶି ଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Lokendra Rauta

Lokendra Rauta

ସକାଳେ ବିଜେପିରେ ମିଶିଲେ ଆଉ ରାତିରେ ପୁଣି ବିଜେଡିକୁ ଫେରିଲେ। ଝାରସୁଗୁଡ଼ା ଉପ ନିର୍ବାଚନ ଭୋଟକୁ ଆଉ ମାତ୍ର ଗୋଟିଏ ଦିନ ବାକିଥିବା ବେଳେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

Advertisment

ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଧାରଣ ସଭାରେ ଲଇକେରା ଜୋନ-୧ର  ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲୋକେନ୍ଦ୍ର ରାଉତ ବିଜେପିରେ ମିଶି ଥିଲେ। ହେଲେ ପୁଣି ରାତିରେ ବିଜେଡିରେ ମିଶିଗଲେ। ଲଇକେରା ଠାରେ ବିଜେଡିର ପର୍ଯ୍ୟବେକ୍ଷକ ମହେନ୍ଦ୍ର ବଢେଇ ଓ ରୋମାଂଚ ରଞ୍ଜନ ବିଶ୍ୱାଳଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏହାକୁ ନେଇ ଝାରସୁଗୁଡ଼ା ରାଜନୀତି ଆହୁରି ଉଷ୍ମ ହୋଇଛି। ଭୋଟ ଓ କ୍ଷମତା ଦଖଲ ପାଇଁ ଏଠାରେ ନେତା କପରି ଦଳ ବଦଳ କରୁଛନ୍ତି ତାହା ଜଳଜଳ ପ୍ରତୀୟମାନ ହୋଇଛି।

ଲୋକେନ୍ଦ୍ର କହିଛନ୍ତି, ଗତକାଲି ବ୍ୟକ୍ତିଗତ କାମରେ କୋଲାବିରା ଯିବା ବେଳେ ବିଜେପିର କିଛି ବନ୍ଧୁଙ୍କ ସହ ଭେଟ ହୋଇଥିଲା। ସେମାନେ ବିଜେପିର ସଭାକୁ ଡାକି ନେଇଥିଲେ ଓ ବିଜେପିରେ ତାଙ୍କୁ ଯୋଗ ଦେବାକୁ କହିଥିଲେ। ଅନିଚ୍ଛା ସତ୍ତ୍ୱେ ବିଜେପିରେ ଯୋଗଦେଇଥିଲି। ସେଠାରୁ ଫେରିବା ପରେ ପୁଣି ନିଜ ଦଳ ବିଜେଡିରେ ଯୋଗଦେଇଥିଲି। ଆଗକୁ କେବଳ ବିଜେଡି ପାଇଁ ହିଁ କାମ କରିବେ ବୋଲି ସେ କହିଛନ୍ତି।

Advertisment
Lokendra Rautaକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିବା ଲୋକେନ୍ଦ୍ର ରାଉତ

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ହୋଇଥିବା ମହେନ୍ଦ୍ର ବଢେଇ କହିଛନ୍ତି, ଲୋକେନ୍ଦ୍ର ରାଉତଙ୍କୁ ଜୋରକରି ନେଇ ବିଜେପିରେ ମିଶାଇ ଦିଆଯାଇଥିଲା। ସେ ଏନେଇ ଫୋନ୍‌ କରି ଜଣାଇବା ସହ ପୁଣି ଆସି ବିଜେଡିରେ ଯୋଗ ଦେଇଥିଲେ। ବିଜେପି ସଭାକୁ ଯିବା ପୂର୍ବଦିନ ସେ ବିଜେଡି ପାଇଁ ପ୍ରଚାର କରିଥିଲେ। ଆଗକୁ ମଧ୍ୟ ସେ ବିଜେଡି ପାଇଁ ପ୍ରଚାର କରିବେ। ସେ ବିଜେଡି ପାଇଁ କାମ କରି ଦୁଇଥର ସରପଞ୍ଚ ଓ ପରେ ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ।

Jharsuguda Bjp Bjd Politics Jharsuguda Bypoll