ଆଜିଠୁ ଦେଶକୁ ମିଳିବ ନୂଆ ସଂସଦ, ହେବ ମିଳିତ ଅଧିବେଶନ

ନୂଆ ପାର୍ଲାମେଣ୍ଟ ୬୪ ହଜାର ୫ଶହ ବର୍ଗମିଟର ଅଞ୍ଚଳରେ ନିର୍ମାଣ କରାଯାଇଛି। ତ୍ରିଭୂଜାକାର ଏହି ସଂସଦ ଭବନକୁ ଗତ ମେ' ୨୮ରେ ଦେଶକୁ ଉତ୍ସର୍ଗ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

New Building

ନୂଆ ସଂସଦ ।

Niharika Rout
  • Published: Tuesday, 19 September 2023
  • Updated: 19 September 2023, 08:33 AM IST

Sports

Latest News

ଆଜିଠୁ ଦେଶକୁ ମିଳିବ ନୂଆ ସଂସଦା ନୂଆ ପାର୍ଲାମେଣ୍ଟରେ ବିଧିବଦ୍ଧ ଭାବେ ଉଭୟ ରାଜ୍ୟସଭା ଓ ଲୋକସଭାର ଗୃହକାର୍ଯ୍ୟ ଚାଲିବ। ପୁରୁଣା ସଂସଦରେ ଗ୍ରୁପ୍ ଫଟୋ ସେସନ୍ ପରେ ଦିନ ୧୧ଟାରେ ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ୍ ହଲରେ ବସିବ ମିଳିତ ଅଧିବେଶନ । ଏଥିରେ ଭାରତୀୟ ସଂସଦର ସମୃଦ୍ଧ ପରଂପରା ଓ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଦିଗରେ ଆଲୋଚନା ହେବ। ଆସନ୍ତା ୨୨ ତାରିଖ ଯାଏଁ ୫ ଦିନ ଧରି ସ୍ୱତନ୍ତ୍ର ଅଧିବେଶନ ଚାଲିବ।

ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହେବା ପରେ ବି ପୁରୁଣା ସଂସଦ ଭବନ ଅବ୍ୟବହୃତ ଅବସ୍ଥାରେ ପଡ଼ିବନି କିମ୍ବା ଏହାକୁ ଭଙ୍ଗାଯିବନି। ଏହାକୁ ସଂରକ୍ଷିତ କରାଯିବ ଓ ସେଠାରେ ଆନୁସଙ୍ଗିକ ସଂସଦୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମ୍ଭବତଃ ସେଠାରେ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ବି ଯୋଜନା ଥିବା ଚର୍ଚ୍ଚା ହେଉଛି।

ଅତ୍ୟାଧୁନିକ ବ୍ୟବସ୍ଥାରେ ଭରି ରହିଛି ନୂଆ ସଂସଦ 

Also Read

ନୂଆ ସଂସଦ ଭବନରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା। ଏଠାରେ ଲୋକସଭାରେ ୮୮୮ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ଥିବା ବେଳେ ରାଜ୍ୟସଭାରେ ୩୮୪ ଜଣ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ରହିଛି। ଅନ୍ୟପଟେ ବର୍ତ୍ତମାନର ସଂସଦ ଭବନର ଲୋକସଭାରେ ୫୪୩ ଓ ରାଜ୍ୟସଭାରେ ୨୫୦ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ଅଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ବର୍ତ୍ତମାନର ସଂସଦ ଭବନ ନିର୍ମାଣ କରାଯାଇଥିବା କେନ୍ଦ୍ର ସରକାର କହିଛନ୍ତି।

ନୂଆ ପାର୍ଲାମେଣ୍ଟ ୬୪ ହଜାର ୫ଶହ ବର୍ଗମିଟର ଅଞ୍ଚଳରେ ନିର୍ମାଣ କରାଯାଇଛି। ତ୍ରିଭୂଜାକାର ଏହି ସଂସଦ ଭବନକୁ ଗତ ମେ' ୨୮ରେ ଦେଶକୁ ଉତ୍ସର୍ଗ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଲୋକସଭାକୁ ଜାତୀୟ ପକ୍ଷୀ ମୟୂର ଭଳି ଡିଜାଇନରେ ସଜ୍ଜିତ କରାଯାଇଥିବା ବେଳେ ରାଜ୍ୟସଭାକୁ ଜାତୀୟ ପୁଷ୍ପ ପଦ୍ମ ଭଳି ଡିଜାଇନ କରାଯାଇଛି । ତ୍ରିକୋଣାକାର ୪ ମହଲାଯୁକ୍ତ ନୂଆ ସଂସଦ ଭବନ- ଇକୋ ଫ୍ରେଣ୍ଡଲି, ଦିବ୍ୟାଙ୍ଗ ଫ୍ରେଣ୍ଡଲି ଓ ଭୂକଂପରୋଧୀ। ସୌରଶକ୍ତି ବିନିଯୋଗ ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ରହିଛି।

ଏହି ଭବନରେ ୧୭ ଶହରୁ ଅଧିକ କବାଟ-ଝରକା, ସାଢ଼େ ୩ କିଲୋମିଟର ଲମ୍ବା କରିଡର ଏବଂ ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ସୁବିଧା ରହିଛି । ଯାହାକି ପୁରୁଣା ପାର୍ଲାମେଣ୍ଟଠାରୁ ପ୍ରାୟ ୫ଶହ ଅଧିକ। ମିଳିତ ଅଧିବେଶନ ପାଇଁ କେବଳ ଲୋକସଭା ଗୃହ ହିଁ ପର୍ଯ୍ୟାପ୍ତ।

ଉଭୟ ଗୃହରେ ବିରାଟ ମଲ୍ଟିମିଡିଆ ଡିସପ୍ଲେ ଏବଂ ପ୍ରତି ସାଂସଦଙ୍କ ପାଇଁ ଡେସ୍କରେ ଟଚ୍ ସ୍କ୍ରିନ୍ ଡିସପ୍ଲେ ବ୍ୟବସ୍ଥା ରହିଛି । ଗଣମାଧ୍ୟମ ପ୍ରତିନିଧିଙ୍କ ବସିବା ପାଇଁ ୫୩୦ ସିଟ୍ ଏବଂ ସାଧାରଣ ଲୋକଙ୍କୁ ସଂସଦୀୟ କାର୍ଯ୍ୟଧାରା ଦେଖିବାର ସୁଯୋଗ ଦେବା ପାଇଁ ଗ୍ୟାଲେରି ମଧ୍ୟ ରହିଛି । ଏସବୁ ସହିତ ସାଂସଦ ମାନଙ୍କ ପାଇଁ ଲାଉଞ୍ଜ, ଲାଇବ୍ରେରି, ଏକାଧିକ କମିଟି ରୁମ୍, ଡାଇନିଂ ଏରିଆ ଇତ୍ୟାଦି ସୁବିଧା ବି ସାମିଲ ରହିଛି । ୯୭୧ କୋଟି ଟଙ୍କାର ଏହି ଅଦ୍ୱିତୀୟ ସଂସଦ ଭବନକୁ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧୀନରେ ନିର୍ମାଣ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story