Advertisment

କଂଗ୍ରେସକୁ ଝଟକା, ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ ବିଜେପିରେ ମିଶିଲେ

ଦଳର ବରିଷ୍ଠ ନେତା, ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପଚୌରୀ କଂଗ୍ରେସକୁ ବାଏବାଏ କହିଛନ୍ତି।

ଅଦ୍ୟତନ ହୋଇଛି
BJP

BJP

Advertisment

ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଦଳର ବରିଷ୍ଠ ନେତା, ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପଚୌରୀ କଂଗ୍ରେସକୁ ବାଏବାଏ କହିଛନ୍ତି।

Advertisment

ତାଙ୍କ ସହ ପୂର୍ବତନ ସାଂସଦ ଗଜେନ୍ଦ୍ର ସିଂହ ରାଜୁଖେଡୀ ଓ ଦଳର କିଛି ପୂର୍ବତନ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ିଛନ୍ତି। ଏମାନେ ସମସ୍ତେ କଂଗ୍ରେସ ଛାଡ଼ିବା ସହ ଭୋପାଲରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହୋଇଛନ୍ତି।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ରାଜ୍ୟ ଭିଜେପି ସଭାପତି ଭିଡି ଶର୍ମା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ କଂଗ୍ରେସ ଛାଡ଼ିଥିବା ନେତାମାନେ ପଦ୍ମ ଧରିଛନ୍ତି। ଭୋପାଲ ସ୍ଥିତ ବିଜେପି ମୁଖ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

Advertisment

ପଚୌରୀ ଓ ଗଜେନ୍ଦ୍ର ସିଂହଙ୍କ ବ୍ୟତୀତ ବିଜେପିରେ ମିଶିଥିବା ପୂର୍ବତନ କଂଗ୍ରେସ ବିଧାୟକମାନେ ହେଲେ ସଞ୍ଜୟ ଶୁକ୍ଳା, ଅର୍ଜୁନ ପାଲିୟା ଓ ବିଶାଲ ପଟେଲ।

ପଚୌରୀ ଗାନ୍ଧି ପରିବାରର ଏକଦା ଘନିଷ୍ଠ ଥିଲେ। କଂଗ୍ରେସ କ୍ଷମତାରେ ଥିବା ବେଳେ ସେ ପ୍ରତିରକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ। ସେହିପରି କଂଗ୍ରେସ ତାଙ୍କୁ ୪ ଥର ରାଜ୍ୟସଭାକୁ ମଧ୍ୟ ପଠାଇଥିଲା। ଏକଦା ସେ ମଧ୍ୟପ୍ରଦେଶ କଂଗ୍ରେସର ସଭାପତି ଓ ରାଜ୍ୟ ଯୁବ କଂଗ୍ରେସର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ଗଜେନ୍ଦ୍ର ସିଂହ ରାଜୁଖେଡି ଜଣେ ଆଦିବାସୀ ନେତା ଭାବେ ବେଶ ପରିଚିତ। ସେ ୧୯୯୮, ୧୯୯୯ ଓ ୨୦୦୯ରେ କଂଗ୍ରେସ ଟିକେଟରୁ ୩ ଥର ଧର ଆସନରୁ ଲୋକସଭାକୁ ଯାଇଥିଲେ। କଂଗ୍ରେସରେ ସାମିଲ ହେବା ପୂର୍ବରୁ ସେ ୧୯୯୦ରେ ବିଜେପି ଟିକେଟରୁ ବିଧାୟକ ମଧ୍ୟ ହୋଇଥିଲେ।

Lok Sabha Elections Bjp Congress Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe