Advertisment

ଦିଲ୍ଲୀରେ ମେଣ୍ଟ ହେବନି, ଏକା ଲଢିବ ଆପ୍

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଇଣ୍ଡିଆ ବ୍ଲକ୍ ସହ ମେଣ୍ଟ କରିବନି ଆପ୍।

author-image
Debibandita Barick
Arvind Kejriwal

Arvind Kejriwal

ଦିଲ୍ଲୀରେ କୌଣସି ପ୍ରକାର ମେଣ୍ଟ କରିବନି ଆମ୍ ଆଦମୀ ପାର୍ଟି (AAP)। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଏକା ଲଢିବ ବୋଲି ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

Advertisment

ଏନେଇ ଆଜି ଏକ ଘୋଷଣା କରି କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ବିଧାସନଭା ନିର୍ବାଚନରେ ଆପ୍ କୌଣସି ମିଳିତ ମଞ୍ଚ ଗଠନ କରିବ ନାହିଁ। ସମସ୍ତ ଆସନରେ ଆପ୍ ଏକା ହିଁ ଲଢିବ। କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମିଳିତ ମଞ୍ଚର ଆପ୍ ଏକ ସଦସ୍ୟ ଥିଲେ ମଧ୍ୟ ଦିଲ୍ଲୀରେ ଦଳ କୌଣସି ପ୍ରକାର ମେଣ୍ଟ କରିବ ନାହିଁ ବୋଲି କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି।  

ଆସନ୍ତା ବର୍ଷ ଫେବ୍ରୁଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମାତ୍ର ନିର୍ବାଚନ କମିଶନ ବର୍ତ୍ତମାନ ସୁଦ୍ଧା ତାରିଖ ଘୋଷଣା କରିନାହାନ୍ତି। ଏହା ପୂର୍ବରୁ ଆପ୍ ୧୪ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।

Advertisment

ପ୍ରକାଶ ଥାଉକି, ବର୍ତ୍ତମାନ ଦିଲ୍ଲୀରେ ଆପ୍ ସରକାର ଚାଲିଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସର୍ବାଧିକ ୬୨ଟି ଆସନ ପାଇ ସରକାରରେ ଅଛି ଆପ୍। 

ଶେଷ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଏବଂ ସିବିଆଇ ତାଙ୍କୁ ଗିରଫ କରିବା ପରେ ଜେଲରୁ ଆସି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେଜ୍ରିୱାଲ। ବର୍ତ୍ତମାନ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅଛନ୍ତି। କିନ୍ତୁ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ କେଜ୍ରିୱାଲ ହିଁ ମୈଦାନକୁ ଓହ୍ଲାଇବେ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି।

Arvind Kejriwal Aam Aadmi Party AAP INDIA Bloc Delhi Assembly Election