Advertisment

ବିଜେପିରେ ଯୋଗ ଦେଲେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

ସାଧାରଣ ନିର୍ବାଚନ ପୂର୍ବରୁ ଆଜି ବରିଷ୍ଠ ସାମ୍ବାଦିକ  ଅର୍ଦ୍ଧେନ୍ଦୁ ଦାସ ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

Mixture festival BJP

Mixture festival BJP

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଆଜି ବରିଷ୍ଠ ସାମ୍ବାଦିକ  ଅର୍ଦ୍ଧେନ୍ଦୁ ଦାସ ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

Advertisment

ଏହି ମିଶ୍ରଣ ପର୍ବରେ ଜଟଣୀ, ମଧ୍ୟ, ଉତର, ଏକାମ୍ର, ଜୟଦେବ, ଖୋର୍ଦ୍ଧା, ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀଙ୍କ ସମେତ ଅନେକ ସମାଜସେବୀ ବିଜେପିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ଦଳରେ ସ୍ୱାଗତ କରିବା ସହ ଏହା ରାଜ୍ୟରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବ ବୋଲି ସେ କହିଛନ୍ତି । ସେ କହିଥିଲେ ଯେ, ଓଡ଼ିଶାରେ ଭ୍ରଷ୍ଟ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ହଟାଇ ବିଜେପି ସରକାର ଗଢ଼ିବାର ସଂକଳ୍ପ ନେଇଛି । ଓଡିଶାରେ ନିଶ୍ଚିତ ଭାବେ ଡବଲ୍ ଇଂଜିନ ସରକାର ଗଠନ କରିବ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇ ଚାଲିଛି ।

ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଜଟଣୀ ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ଦୀପକ ବିଶ୍ୱାଳ, ସତ୍ୟରନ ନାୟକ, କିଶୋର ଚନ୍ଦ୍ର ସାହୁ, ସୁଶାନ୍ତ ବରାଡ, ବଟକୃଷ୍ଣ ବରାଡ଼, ପ୍ରଦୀପ ସାହୁ, ଅନନ୍ତ ସାହୁ, ଗଗନ ବିଶ୍ୱାଳ, ସୁନୀଲ ବିଶ୍ୱାଳ, ସୂର୍ଯ୍ୟକାନ୍ତ ପରିଡା, ନିରନ ବିଶ୍ୱାଳ, ବିକ୍ରମ ସାହୁ, ସତୀଶ ଶର୍ମା, ରମାକାନ୍ତ ପଟ୍ଟନାୟକ, ପୁଲିନ ବରାଳ, ବ୍ରଜବନ୍ଧୁ ସେନାପତି ପ୍ରମୁଖଙ୍କ ସମେତ ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି ।

Advertisment

ସେହିପରି ଏକାମ୍ର ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ବିଶ୍ୱମୋହନ ମିଶ୍ର, ସୁନୀଲ ସାହୁ, ଦେବ ରାୟ, ପୂର୍ବତନ ସେନାଧିକାରୀ କର୍ଣ୍ଣେଲ ଅରୁଣ ରାଉତରାୟ, ରମାକାନ୍ତ ମିଶ୍ର, ଅମିତ ସିଂହ, ତୁଷାରକାନ୍ତ ଜେନା, ଅସିତ ପାଣିଗ୍ରାହୀ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି । ଭୁବନେଶ୍ୱର-ଉତ୍ତର, ଜୟଦେବ ଓ ବେଗୁନିଆ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଓ ନେତା ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

Ardhendu Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe