Advertisment

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ- ବାହାର ଲୋକଙ୍କୁ ଦିଆଯାଉଛି ପ୍ରଶ୍ରୟ

ଚିଟଫଣ୍ଡ ଦୁର୍ନୀତି କଥା ମଧ୍ୟ ଜେପି ନଡ୍ଡା ଉଠାଇ ବିଜେଡି ଉପରେ ବର୍ଷିଛନ୍ତି।

ଅଦ୍ୟତନ ହୋଇଛି
JP Nadda

JP Nadda

Advertisment

ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଗର୍ଜିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ ଓଡ଼ିଶାରେ ୨୫ ବର୍ଷ ହେଲା କ୍ଷମତାରେ ଥିବା ବିଜେଡି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି।

Advertisment

ବିଜେଡି ସରକାର ବଦଳିବା ଦରକାର ବୋଲି ସେ ଆହ୍ୱାନ ଦେଇଛନ୍ତି। ଏଥିସହ ବିଜେଡି ସରକାର ବାହାର ଲୋକଙ୍କୁ ପ୍ରଶ୍ରୟ ଦେଉଛି ଓ ଓଡ଼ିଶାବାସୀ ଏଥିପ୍ରତି ସତର୍କ ରୁହନ୍ତୁ ବୋଲି ନଡ୍ଡା କହିଛନ୍ତି।

ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମନ ଭାରତ ଯୋଜନା ରାଜ୍ୟରେ ଲାଗୁ କରି ନାହାନ୍ତି। ଏଥିପାଇଁ ଜେପି ନଡ୍ଡା ସରକାର ବଦଳାଇବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏ ସରକାର ବଦଳିବା ଦରକାର। ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ। ବିପକ୍ଷ ସରକାର ଥିବା ସତ୍ତ୍ୱେ ମୋଦି ସର୍ବାଧିକ ଅନୁଦାନ ଓଡ଼ିଶାକୁ ଦେଇଛନ୍ତି।

Advertisment

ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି। ସେହିପରି ମୋଦି ନିଷ୍ପତ୍ତି ନେଇଛନ୍ତି କିନ୍ନରମାନଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ। ସେମାନଙ୍କୁ ଅନ୍ୟମାନଙ୍କ ଭଳି ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରାଯିବ ବୋଲି ନଡ୍ଡା କହିଛନ୍ତି।

ବିଶାଳ ଜନସମାବେଶକୁ ସମ୍ବୋଧନ କରି ଜେପି ନଡ୍ଡା ଆହୁରି କହିଛନ୍ତି, “ବିଜେପିର ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ଆପଣ ନବୀନ ସରକାରକୁ ଭୁଶୁଡ଼ାଇବାକୁ ଚାହୁଁଛନ୍ତି ବୋଲି ପ୍ରମାଣ କରନ୍ତୁ। ଓଡ଼ିଶାରେ ଓଡ଼ିଆରେ ନେତୃତ୍ୱ ନେବାକୁ କେହି ନେତା ଏଠାରେ ନାହାନ୍ତି? ବାହାରୁ ନେତା ଆପଣ ଆଣିବେ କି? ଆମଦାନୀ କରିବେ କି? ଆପଣମାନେ ମାଟିର ପୁଅକୁ ନେତା କରିବେ ନା? ବାହାର ଲୋକଙ୍କୁ ଆଣିବେ ନାହିଁ ତ?

ଏବେ ସରକାର ବାହାର ଲୋକଙ୍କୁ ଆଣିବାକୁ ପ୍ରୟାସ କରୁଛନ୍ତି। ଏଥିପ୍ରତି ସତର୍କ ରହିବେ। ନବୀନ ବାବୁ ଯେମିତି ସରକାର ଚଳାଉଛନ୍ତି, ସେଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ ଦିଆଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଆପଣମାନଙ୍କୁ ଏହାର ଜବାବ ପଦ୍ମ ପୁଲର ବଟନ ଦବାଇ ଦେବାକୁ ପଡ଼ିବ।”

ଚିଟଫଣ୍ଡ ଦୁର୍ନୀତି କଥା ମଧ୍ୟ ଜେପି ନଡ୍ଡା ଉଠାଇଛନ୍ତି। ସେ କହିଛନ୍ତି, “ବିଜେଡି ସରକାରରେ ଦୁର୍ନୀତି ଚାଲିଛି କି ନାହିଁ? ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି, ବାବୁରାଜ ଚାଲିଛି। ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ। ୧୬୦ ଚିଟଫଣ୍ଡ କମ୍ପାନୀ ୨୦ ଲକ୍ଷ ଲୋକଙ୍କ ଠାରୁ ୩୨ ହଜାର କୋଟି ଟଙ୍କା ଠକେଇ କରିଛନ୍ତି।

ଏହା କ’ଣ ବିଜେଡି ସରକାରର ଦୁର୍ନୀତି ନୁହେଁ? ଏବେ ଓଡ଼ିଶା ସରକାର ଲୋକଙ୍କ ଟଙ୍କା ଦେବାକୁ ମନା କରୁଛି। ଏଭଳି ସରକାର ରହିବା ଦରାକର କି? ମେ’ ୧୩ ତାରିଖରେ ଆପଣମାନେ ପଦ୍ମ ଫୁଲର ବଟନ ଦବାଇ ଏହାର ଜବାବ ଦେବେ।

ଜଳ ଜୀବନ ମିଶନରେ ଠିକା ପାଇଥିବା ଲୋକ କଳା ତାଲିକା ଭୁକ୍ତ ରହିଛନ୍ତି। କଳା ତାଲିକା ଭୁକ୍ତ ଠିକା ଦାରଙ୍କ ସହ ବିଜେଡିର କ’ଣ ସମ୍ପର୍କ ରହିଛି? ଏମାନଙ୍କୁ କାହିଁକି ଠିକା ଦିଆଯାଉଛି? ଆପଣମାନେ ଆମ ଲୋକଙ୍କୁ କାମ ଦିଅନ୍ତୁ।”

Odisha Bjp Berhampur Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe