Advertisment

ଓଡ଼ିଶାରେ ସରକାର ପରିବର୍ତ୍ତନ ପାଇଁ ଆହ୍ୱାନ ଦେଲେ ଜେପି ନଡ୍ଡା

ଏବେ ପୂରା ବିଶ୍ୱର ଅର୍ଥନୀତି କରୋନା ଓ ୟୁକ୍ରେନ ଯୁଦ୍ଧ ଯୋଗୁ ଦୋହଲି ଯାଇଛି। କିନ୍ତୁ ମୋଦିଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି ଉଜ୍ଜ୍ୱଳ ହୋଇ ରହିଛି।

BJP

BJP

Advertisment

ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପରେ ଆଜି ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିଛନ୍ତି ଦଳର ଅଧ୍ୟକ୍ଷ ଜେପି ନଡ୍ଡା। ସେ ଜୟଜଗନ୍ନାଥ କହି ନିଜର ଭାଷଣ ଆରମ୍ଭ କରିବା ସହ ମଧୁ ବାବୁ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 

Advertisment

ଏହାପରେ ଜେପି ନଡ୍ଡା ଓଡ଼ିଶାରେ ଶାସନ ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାକୁ ଆଗକୁ ଏ ନିର୍ବାଚନ। ଏହା ସମସ୍ତଙ୍କୁ ମନ ରଖିବାକୁ ହେବ ବୋଲି ନଡ୍ଡା କହିଛନ୍ତି। ସେ କହିଛନ୍ତି, “ଏ ସରକାର ବଦଳିବା ଦରକାର। ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ। ସରକାର ବଦଳିବା ଦରକାର। ବିପକ୍ଷ ସରକାର ଥିବା ସତ୍ତ୍ୱେ ମୋଦି ସର୍ବାଧିକ ଅନୁଦାନ ଦେଇଛନ୍ତି। ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି। ୫୫୦ କୋଟି ଟଙ୍କାରେ ୨୫ ରେଳ ଷ୍ଟେସନ କାମ ଚାଲିଛି।”

ସେ କହିଛନ୍ତି, ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀ ଓ ଅନ୍ୟ ୫ ବିଧାୟକ ପ୍ରାର୍ଥୀଙ୍କୁ ସମସ୍ତେ ଜିତାଇବା। ଭାରତର ରାଜନୀତିର ସଂସ୍କୃତି ଓ ପରିଭାଷାକୁ ବଦଳାଇ ଦେଇଛନ୍ତି ମୋଦି ସରକାର। 

Advertisment

ଲୋକମାନେ ୧୦ ବର୍ଷ ତଳେ ଭାବି ନେଇଥିଲେ ଯେ ଏଠାରେ କିଛି ବି ବଦଳିବ ନାହିଁ। ରାଜନୀତି ଭ୍ରଷ୍ଟାଚାରୀଙ୍କ ହାତରେ ରହିବ ବୋଲି ଲୋକମାନେ ଭାବୁଥିଲେ। ହେଲେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦୁନିଆ କହୁଛି ଭାରତ ବଦଳି ଯାଇଛି।

ଏବେ ବିକଶିତ ଭାରତ ଆଭିମୁଖ୍ୟକୁ ନେଇ ଆମେ ଆଗକୁ ବଢ଼ୁଛି। ଏହି ନିର୍ବାଚନ କୌଣସି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନୁହେଁ, ବରଂ ବିକଶିତ ଭାରତ ପାଇଁ ନିର୍ବାଚନ ହେଉଛି। ପୂର୍ବରୁ ରାଜନୀତି ଜାତି ଓ ଧର୍ମକୁ ନେଇ ହେଉଥିଲା। ହେଲେ ମୋଦି ଏହାର ପରିଭାଷା ବଦଳାଇ ଦେଇଛନ୍ତି। ମୋଦିଙ୍କ ନେତୃତ୍ୱରେ ରିପୋର୍ଟ କାର୍ଡର ରାଜନୀତି ଚାଲିଛି।

ଏବେ ପୂରା ବିଶ୍ୱର ଅର୍ଥନୀତି କରୋନା ଓ ୟୁକ୍ରେନ ଯୁଦ୍ଧ ଯୋଗୁ ଦୋହଲି ଯାଇଛି। କିନ୍ତୁ ମୋଦିଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି ଉଜ୍ଜ୍ୱଳ ହୋଇ ରହିଛି। ୧୦ ବର୍ଷ ତଳେ ଭାରତ ଅର୍ଥନୀତିକ ବ୍ୟବସ୍ଥା ୧୧ନମ୍ବର ସ୍ଥାନରେ ରହିଥିଲା। ହେଲେ ମୋଦିଜୀଙ୍କ ନେତୃତ୍ୱରେ ଭାରତର ଅର୍ଥନୀତିକ ବ୍ୟବସ୍ଥା ବିଶ୍ୱର ୫ନଂ ସ୍ଥାନରେ ପହଞ୍ଚି ଯାଇଛି।

ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେଲେ ଦେଶର ଅର୍ଥନୀତି ତୃତୀୟ ସ୍ଥାନରେ ପହଞ୍ଚିବ। ଅଟୋମୋବାଇଲ କ୍ଷେତ୍ରରେ ଜାପାନକୁ ପଛରେ ପକାଇ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଛି। ପେଟ୍ରୋକେମିକାଲରେ ଆମର ରପ୍ତାନୀ ୬% ବୃଦ୍ଧି ପାଇଛି। ଆଜିକୁ ୧୦ ବର୍ଷ ତଳେ ମୋବାଇଲରେ ଲେଖାଯାଉଥିଲା ମେଡ ଇନ ଚାଇନା। ଏବେ ଲେଖା ହେଉଛି ମେଡ ଇନ ଭାରତ ଓ ମେଡ ଇନ ଇଣ୍ଡିଆ।

ମୋଦିଙ୍କ ନେତୃତ୍ୱରେ ସବୁ ବର୍ଗର ଲୋକଙ୍କୁ ଶକ୍ତି ମିଳିଛି। ଦେଢ଼ ଲକ୍ଷ ଗାଁ ଅପଟିକାଲ ଫାଇବର ସହ ଯୋଡ଼ି ହୋଇଛି। ପ୍ରତି ପଞ୍ଚାୟତକୁ ମୋଦି ୩ରୁ ୫ କୋଟି ଟଙ୍କା ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦ କୋଟି ଲୋକଙ୍କୁ ପ୍ରତି ମାସରେ ମାଗଣା ରାସନ ଦିଆଯାଉଛି। ଓଡ଼ିଶାରେ ୩ ଲକ୍ଷ ୨୦ ହଜାର ଲୋକ ଏହାର ଫାଇଦା ପାଛନ୍ତି।

୧୧ କୋଟି ୭୮ ଲକ୍ଷ ଚାଷୀଙ୍କୁ ଟଙ୍କା ଦିଆଯାଉଛି। ଏବେ ମୋଦିଜୀ ସଂକଳ୍ପ ନେଇଛନ୍ତି ଯେ ଭାରତ ଡାଲି ଓ ତେଲ କ୍ଷେତ୍ରରେ ଆତ୍ମନିର୍ଭର ହେବ। ଏଥିପାଇଁ ୫ ବର୍ଷ ସମୟ ଲାଗିବ। ଉଜ୍ଜ୍ୱଳା ଯୋଜନାରେ ୧୦ କୋଟି ମହିଳାଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି।

ଓଡ଼ିଶାର ପ୍ରାୟ ୫୩ ଲକ୍ଷ ମହିଳା ଗ୍ୟାସ ସଂଯୋଗ ମିଳିଛି। ଗତ ୫ ବର୍ଷରେ ୪ କୋଟି ଲୋକଙ୍କୁ ପକ୍କା ଘର ଦିଆଯାଉଛି। ଆଗାମୀ ୫ ବର୍ଷ ମଧ୍ୟରେ ସମସ୍ତେ ବିଜୁଳି ବିଲ୍‌ରୁ ମୁକ୍ତି ପାଇବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଯୋଜନା ଅଧୀନରେ ସମସ୍ତଙ୍କୁ ମାଗଣା ବିଜୁଳି ଦିଆଯିବ ବୋଲି ନଡ୍ଡା କହିଛନ୍ତି।

Odisha Bjp Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe