Advertisment

ଜେପି ନଡ୍ଡା ପଚାରିଲେ- ଆଜି ଓଡ଼ିଶାର ଶାସନ କିଏ ଚଳାଇଛି?

ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ନଡ୍ଡା ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିଛି। କୁଆଡ଼େ ଗଲା ରତ୍ନଭଣ୍ଡାର ଚାବି? ରତ୍ନଭଣ୍ଡାର ଚାବି ମିଳିବାର ଅଛି ତ ବିଜେପିକୁ ଭୋଟ ଦିଅନ୍ତୁ।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

JP Nadda

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜଧାନୀ ଭୁବନେଶ୍ୱରରେ ବିଶାଳ ରୋଡ୍‌ ଶୋ’ କରିବା ପରେ ବରଗଡ଼ ଅଭିମୁଖେ ଯାଇଥିଲେ। ଅପରାହ୍ନରେ ନଡ୍ଡାଙ୍କ ହେଲିକପ୍ଟର ପଦ୍ମପୁର ନିର୍ବାଚନମଣ୍ଡଳୀର ଆର୍‌ବି ହାଇସ୍କୁଲ ପଡ଼ିଆରେ ଅବତରଣ କରିଥିଲା। ସେଠାରେ ତାଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ନଡ୍ଡା ସଭା ମଞ୍ଚକୁ ଯାଇଥିଲେ। ମଞ୍ଚରେ ଚଢ଼ୁଚଢ଼ୁ ବିଜେଡି ଉପରେ ବର୍ଷିଥିଲେ। ଆଜି ପଚାରି ଥିଲେ, ଆଜି ଓଡ଼ିଶାର କିଏ ଶାସନ ଚଳାଉଛନ୍ତି?

Advertisment

ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଆଜି ଓଡ଼ିଶାର ଶାସନ କିଏ ଚଳାଇଛି? ଆପଣ ଭୋଟ ଜଣକୁ ଦେବେ। ସରକାର ଆଉ ଜଣେ ଚଳାଇବ। ଏଭଳି ସରକାର ଆମକୁ ଦରକାର କି? ଇଏ କିଭଳି ସରକାର? ଅଧିକାରୀ ସରକାର ଚଳାଉଛନ୍ତି ଓ ବିଧାୟକମାନେ ଚୁପ୍‌ ବସିଛନ୍ତି। ଯିଏ ଆପଣଙ୍କ କଥା ଶୁଣୁନି, ସେଭଳି ସରକାର ଦରକାର କି? ଆଜି ମଞ୍ଚରେ କିଏ ବସିଛି? ବିଧାୟକମାନେ କେଉଁଠି ବସୁଛନ୍ତି? ଆପଣଙ୍କ ମୁଖ୍ୟମନ୍ତ୍ରୀ ଆପଣଙ୍କ କଥା ଶୁଣୁଛନ୍ତି କି? ଭାଷା ବୁଝୁଛନ୍ତି କି? ଆଜି ଓଡ଼ିଶାର ଲୋକ ଓଡ଼ିଆ ଭାଷା ବୁଝୁଥିବା ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ଓଡ଼ିଶାକୁ ଓଡ଼ିଆ ଅସ୍ମିତା ଜାଣିଥିବା ମୁଖ୍ୟମନ୍ତ୍ରୀ ଦରକାର ବୋଲି ନଡ୍ଡା କହିଛନ୍ତି।

ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ନଡ୍ଡା ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିଛି। କୁଆଡ଼େ ଗଲା ରତ୍ନଭଣ୍ଡାର ଚାବି? ରତ୍ନଭଣ୍ଡାର ଚାବି ମିଳିବାର ଅଛି ତ ବିଜେପିକୁ ଭୋଟ ଦିଅନ୍ତୁ। ଓଡ଼ିଶା ଉପରେ ବହୁତ ଅତ୍ୟାଚାର ହେଲାଣି। ୫ ବର୍ଷରେ ନରେନ୍ଦ୍ର ମୋଦି ସରକାର ବିଜୁଳି ବିଲ୍‌ ଶୂନ୍ୟ କରିଦେବେ ବୋଲି ନଡ୍ଡା କହିଛନ୍ତି।

Advertisment

ଆୟୁଷ୍ମାନ ଭାରତ ଯୋଜନା କଥା ଉଠାଇ ଜେପି ନଡ୍ଡା କହିଛନ୍ତି, ଗରିବ ଲୋକଙ୍କୁ ମୋଦି ୫ ଲକ୍ଷର ସ୍ୱାସ୍ଥ୍ୟ ସୁବିଧା ଦେଇଛନ୍ତି। ହେଲେ ନବୀନ ବାବୁ କିନ୍ତୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କଲେନି। ପ୍ରବାସୀ ଓଡ଼ିଆ ଶ୍ରମିକ ଏଥିପାଇଁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ୭୦ ବର୍ଷରୁ ଅଧିକ ସବୁ ଲୋକଙ୍କୁ ଏଥର ଆୟୁଷ୍ମାନ କାର୍ଡ ମିଳିବ ବୋଲି ନଡ୍ଡା କହିଛନ୍ତି।

ସେ ଆହୁରି କହିଛନ୍ତି, ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି। ୨୦୧୪ ପରେ ମୋଦି ପରିବର୍ତ୍ତନର ନୂଆ ଧାରା ଆଣିଲେ। ଆଜି ୨୦୨୪ରେ ଲୋକେ ବିକଶିତ ଭାରତର ସ୍ୱପ୍ନ ଦେଖୁଛନ୍ତି। ରାଜନୀତିରେ କାମ କରିବାର ତରିକା ବଦଳାଇଦେଲେ ମୋଦି। ୧୦ ବର୍ଷ ତଳେ ନେତା ତୁଷ୍ଟୀକରଣର ରାଜନୀତି କରୁଥିଲେ। ଜାତି ଓ ଧର୍ମର ଲଢ଼େଇ କରି ଭୋଟବ୍ୟାଙ୍କର ରାଜନୀତି କରୁଥିଲେ। ମୋଦି ଆସିବା ପରେ ଜାତି ରାଜନୀତିକୁ ଧକ୍କା ଦେଇ ବିକାଶ ଚାଲିଲା। ଆଜି ରାଜନୀତିର ପରିଭାଷା ମୋଦି ବଦଳାଇ ଦେଇଛନ୍ତି। ମୋଦି ଯାହା କହିଥିଲେ ତାହା କରିଛନ୍ତି। ଯାହା ନକହିଥିଲେ ତାହା ମଧ୍ୟ କରିଛନ୍ତି ବୋଲି ନଡ୍ଡା କହିଛନ୍ତି।

Bhubaneswar BjD Bjp BARAGADA General Election Jp Nadda 2024 General Election