Advertisment

ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆସୁଛନ୍ତି ଜେପି ନଡ୍ଡା

ଆସନ୍ତା ୧୭ ତାରିଖରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ। ଆଉ ୧୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ସବୁ ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା।

ଅଦ୍ୟତନ ହୋଇଛି
JP Nadda

JP Nadda

Advertisment

ନୂଆ ବିଧାୟକଙ୍କ କ୍ଲାସ୍‌ ନେବେ ଜେପି ନଡ୍ଡା। ଦେବେ ପଲିଟିକାଲ୍‌ ସକ୍ସେସ ମନ୍ତ୍ର। ଆଉ ନୀତି ନୈତିକତାର ପାଠ ପଢାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଧାୟକଙ୍କୁ ଆଚରଣ ଉଚ୍ଚାରଣ ଶିଖାଇବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌। ଆସନ୍ତା ୧୭ ଓ ୧୮ ଦୁଇଦିନ ଧରି ବିଧାନସଭାରେ ଚାଲିବ ବିଧାୟକଙ୍କ ତାଲିମ୍‌ କର୍ମଶାଳା।

Advertisment

ଆସନ୍ତା ୧୭ ତାରିଖରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ। ଆଉ ୧୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ସବୁ ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। କାର୍ଯ୍ୟକ୍ରମରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାରକୁ ଆସିଛି ବିଜେପି। ଯେହେତୁ ଶାସକ ଦଳରେ ପ୍ରାୟ ୬୦ ଜଣ ନୂଆ ବିଧାୟକ ଅଛନ୍ତି। ତେଣୁ ସରକାରୀ ଦଳରେ ଥାଇ ସେମାନଙ୍କ ଭୂମିକା, ବିରୋଧୀଙ୍କୁ ଗଠନମୂଳକ କାଉଣ୍ଟର, ଆଞ୍ଚଳିକ ସମସ୍ୟାକୁ ଗୁରୁତ୍ୱ ଓ ଗୃହରେ ଆଚରଣ ଉଚ୍ଚାରଣ ବିଷୟରେ ପାଠ ପଢାଇବେ ନଡ୍ଡା। ସେହିପରି ବିରୋଧୀ ଦଳର ବିଧାୟକମାନଙ୍କୁ ମଧ୍ୟ ଗୃହ ପରିଚାଳନା ପାଇଁ ଟିପ୍ସ ଦେବା ସହ ବିଧାନସଭା ଆଇନ କାନୁନ ସଂପର୍କରେ ଅବଗତ କରିବେ କେନ୍ଦ୍ରମନ୍ତ୍ରୀ।

ଏପଟେ ଆସନ୍ତା ୧୬ ତାରିଖରେ ବସୁଛି ଓଡ଼ିଶା ବିଜେପିର କୋର କମିଟି ବୈଠକ। କ୍ଷମତାକୁ ଆସିବା ପରେ ଦଳର ଏହା ହେବ ପ୍ରଥମ କୋର୍ କମିଟି ମିଟିଂ। ଯେଉଁଥିରେ କ୍ଷତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ଦୁଇ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଏବଂ ଲତା ଉସେଣ୍ଡୀ ଉପସ୍ଥିତ ରହିବେ। ଫୋକସରେ ରହିଛି ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା। ଏଥିସହ ଖାଲି ପଡିଥିବା ଗୋଟିଏ ରାଜ୍ୟସଭା ସିଟରେ କିଏ ଯିବେ ସେ ନେଇ ମଧ୍ୟ ଆଲୋଚନା ହୋଇପାରେ। ଏଥିପାଇଁ ଯଦିଓ ମନମୋହନ ସାମଲ, ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ବିଶ୍ୱେଶ୍ୱର ଟୁଡୁଙ୍କ ନାଁ ଚର୍ଚ୍ଚାରେ ରହିଛି, ମମତା ମହନ୍ତ ବି ରିପିଟ୍‌ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଅନ୍ୟ ପଟେ ଖାଲି ପଡିଥିବା ୩୭ ନିଗମ ଏବଂ ବୋର୍ଡ ଗୁଡିକରେ କାହାକୁ କେଉଁଠି ଥଇଥାନ କରାଯିବ, ସେ ନେଇ କମିଟିରେ କଥା ଉଠିପାରେ। ଏସବୁ ବାଦ୍ ରାଜ୍ୟ କାର୍ଯ୍ୟକାରିଣୀର ପ୍ଲାନ କେତେ କାର୍ଯ୍ୟକାରୀ ହୋଇଛି ସେନେଇ ସମୀକ୍ଷା କରିବେ ପ୍ରଭାରୀ।

Advertisment

ଗୋଟିଏ ପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବେ ଦିଲ୍ଲୀ ଗସ୍ତରେ ଥିବାବେଳେ ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Bjp Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe