Advertisment

ଭୁବନେଶ୍ୱରରେ ଜେପି ନଡ୍ଡା, ବ୍ରହ୍ମପୁରରେ ସମ୍ବୋଧନ

ବ୍ରହ୍ମପୁରର ଆମ୍ବପୁଆରେ ବିଜେପିର ବିଶାଳ ସାଧାରଣ ସଭାରେ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ।

author-image
Hemant Lenka
ଅଦ୍ୟତନ ହୋଇଛି
BBSR

BBSR

ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆଜି ଅପରାହ୍ନ ପ୍ରାୟ ୪.୫୦ରେ ସେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଯାଇ ସେଠାରେ ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ହେଲିକପ୍ଟରରେ ବସିବା ପୂର୍ବରୁ ସେ ଏୟାରପୋର୍ଟର ଦଳୀୟ ନେତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ। କ୍ୟାମେରା ସାମ୍ନାରେ ହାତ ହଲାଇବା ପରେ ସେ ହେଲିକପ୍ଟର ଆଡ଼କୁ ଯାଇଥିଲେ। 

Advertisment

ବ୍ରହ୍ମପୁରର ଆମ୍ବପୁଆରେ ବିଜେପିର ବିଶାଳ ସାଧାରଣ ସଭାରେ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ। ଏହାପରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରର ନେତା ଓ କର୍ମୀଙ୍କ ସହ ଆଗାମୀ ନିର୍ବାଚନର ରଣନୀତି ନେଇ ଆଲୋଚନା କରିବେ। ବିଶେଷ ଭାବେ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ, ପ୍ରଚାର ଏବଂ କେନ୍ଦ୍ରୀୟ ଯୋଜନାକୁ ଗ୍ରାଉଣ୍ଡରେ ପହଞ୍ଚାଇବାକୁ ଆଲୋଚନା ହେବ। ପରେ ବ୍ରହ୍ମପୁରରେ ରାତ୍ରି ଯାପନ କରିବେ ନଡ୍ଡା।

ନଡ୍ଡାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ଆମ୍ବପୁଆରେ ଦଳୀୟ କର୍ମୀ ଓ ନେତାଙ୍କ ଭିଡ଼ ଜମିଛି। ଦୁଇ ଦିନ ତଳେ ସୋନପୁର ବିଜୟ ସଂକଳ୍ପ ସମାବେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗଦେଇ ନବୀନ ସରକାରକୁ ସିଧାସଳଖ ନିଶାନା କରିଥିଲେ। ତେଣୁ ଆଜି ନଡ୍ଡା 
କ’ଣ କହୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି। 

Advertisment
Odisha Bjp Election Jp Nadda