Advertisment

ଓଡ଼ିଶା ଛାଡ଼ିଲେ ଜେପି ନଡ୍ଡା; କାଲି ନେତା ଓ କର୍ମୀଙ୍କୁ ଦେଇଥିଲେ ଗୁରୁ ମନ୍ତ୍ର

ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବାକୁ ଗତକାଲି ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପରେ ଆଜି ଫେରି ଯାଇଛନ୍ତି ।

jp-nadda

jp-nadda

Advertisment

ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବାକୁ ଗତକାଲି ଓଡ଼ିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପରେ ଆଜି ଫେରି ଯାଇଛନ୍ତି । ସେ ପ୍ରଥମେ ବ୍ରହ୍ମପୁରରୁ ଭୁବନେଶ୍ୱର ଫେରିଛନ୍ତି। ଏହାପରେ ଭୁବନେଶ୍ୱରରୁ ହାଇଦ୍ରାବାଦ୍ ଅଭିମୁଖେ ଚାଲି ଯାଇଛନ୍ତି।

Advertisment

ଜେପି ନଡ୍ଡା ଆଜି ପ୍ରଥମେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ୱରେ ପହଞ୍ଚିଥିଲେ। ଉକ୍ତ ସମୟରେ ଦଳର ପ୍ରମୁଖ ନେତୃବୃନ୍ଦ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଉପସ୍ଥିତ ଥିଲେ।  ଏହାପରେ ଭୁବନେଶ୍ୱରରୁ ସେ ହାଇଦ୍ରାବାଦ୍ ଅଭିମୁଖେ ଯାଇଛନ୍ତି।

ଗତକାଲି ନେତା ଓ କର୍ମୀଙ୍କୁ ନିଜ ସମ୍ବୋଧନରେ ରାଜ୍ୟ ସରକାର ବିରୋଧରେ ଲଢ଼ିବା ପାଇଁ ଜୋସ୍ ଭରିଛନ୍ତି ନଡ୍ଡା। ବ୍ରହ୍ମପୁର ଆମ୍ବପୁଆରେ ବିଶାଳ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ଓଡ଼ିଶାରେ ଚାଲିଥିବା ବାବୁରାଜ୍ ଓ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇ ପ୍ରବଳ ବର୍ଷିଥିଲେ ନଡ୍ଡା।

Advertisment

ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ଏଠି ରହିବା ଦରକାର ନାହିଁ। ଏହାକୁ ବଦଳାଇବା ଦରକାର ବୋଲି ଦୃଢ଼ତାର ସହ କହିଥିଲେ।   ଗୋପାଳପୁରରେ ବି ଦଳର ଏକ ଜରୁରୀ ବୈଠକ ବି ବସିଥିଲା। ଯେଉଁଥିରେ ଦକ୍ଷିଣ ଓଡ଼ିଶା ବିଜେପିର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ ।

ନଡ୍ଡାଙ୍କ ଏହି ଅଭିଭାଷଣ ଦକ୍ଷିଣ ଓଡ଼ିଶାର ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରିଛି। ଗତକାଲି ରାତିରେ ବ୍ରହ୍ମପୁରରେ ରାତ୍ରି ଯାପନ କରିଥିଲେ ନଡ୍ଡା। ନଡ୍ଡାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ଦୁଇ ଦିନ ତଳେ ସୋନପୁର ବିଜୟ ସଂକଳ୍ପ ସମାବେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗଦେଇ ନବୀନ ସରକାରକୁ ସିଧାସଳଖ ନିଶାନା କରିଥିଲେ। ଏହାପରେ ଜେପି ନଡ୍ଡା ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି।

Bjp Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe