Advertisment

ମୋଦିଙ୍କ କ୍ୟାବିନେଟକୁ ଫେରିବେ ଜେପି ନଡ୍ଡା!

ମୋଦି ୩.୦ ସରକାରରେ ଆଜି ସେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ।

author-image
Hemant Lenka
Nadda

Nadda

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁଣିଥରେ କେନ୍ଦ୍ରରେ ମନ୍ତ୍ରୀ ହେବାକୁ ଯାଉଛନ୍ତି। ମୋଦି ୩.୦ ସରକାରରେ ଆଜି ସେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ।

Advertisment

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିରେ ସେ କେନ୍ଦ୍ର ସ୍ୱାସ୍ଥ୍ୟାମନ୍ତ୍ରୀ ଭାବେ କାମ କରୁଥିଲେ। ଏହି ସମୟରେ ଅମିତ ଶାହ ବିଜେପିର ସଭାପତି ରହିଥିଲେ। କିନ୍ତୁ ୨୦୨୦ରେ ନଡ୍ଡା ବିଧିବଦ୍ଧ ଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ତାଙ୍କୁ ମୋଦି ୨.୦ରେ ମନ୍ତ୍ରୀ ପଦ ମିଳି ନଥିଲା।

ଅଧ୍ୟକ୍ଷ ଭାବେ କାର୍ଯ୍ୟକାଳ ଶେଷ ହେବାର ୪ ମାସ ପୂର୍ବରୁ ଅର୍ଥାତ ୨୦୨୨ ସେପ୍ଟେମ୍ବର ମାସରେ ଏହାକୁ ବୃଦ୍ଧି କରାଯାଇଥିଲା। ତେବେ ତାଙ୍କ କାର୍ଯ୍ୟକାଳ ଜୁନ ୩୦ରେ ଶେଷ ହେବାକୁ ଯାଉଛି। ତେଣୁ ବିଜେପି ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇବ। ନଡ୍ଡା ପଦ ଛାଡ଼ିବାକୁ ଥିବା ବେଳେ ଏଥର ତାଙ୍କୁ କେନ୍ଦ୍ରମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋଦି।

Advertisment

ସେ ମୋଦି ୩.୦ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିବେ। ଏଥିପାଇଁ ଆଜି ସେ ମୋଦିଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ। ଏଠାରେ ନଡ୍ଡାଙ୍କ ସମେତ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ସହ ମୋଦି ଆଲୋଚନା କରିଛନ୍ତି।

PM Modi Jp Nadda Lok Sabha Election Results