କଂଗ୍ରେସ ଏବଂ ବିଜେପି ମଧ୍ୟରେ ଚାଲିଛି 'ଚିଠିରେ-ଚିଠିରେ ଯୁଦ୍ଧ'। କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସଞ୍ଜମତା ବାବଦେର ପାଠ ପଢାଇବା ପରେ ବିଜେପି ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଖଡଗେଙ୍କ ଚିଠିରେ ପାଲଟା ଜବାବ ଦେଇ ରାହୁଲ ଗାନ୍ଧିଙ୍କୁ 'ଫେଲ୍ଡ ପ୍ରଡକ୍ଟ' (ବିଫଳ ଉତ୍ପାଦ) କହି ଆଟାକ୍ କରିଛନ୍ତି।
ନାଡ୍ଡା ତାଙ୍କ ଚିଠିରେ କହିଛନ୍ତି, ''ମଲ୍ଲିକାର୍ଜୁନ ଖଡଗେଜୀ, ରାଜନୈତିକ ବାଧ୍ୟବାଧକତା କାରଣରୁ ଆପଣ ପୁଣି ଥରେ ଆପଣଙ୍କର ଫେଲ୍ଡ ପ୍ରଡକ୍ଟକୁ ପଲିସ୍ କରି ବଜାରକୁ ଆଣିବାକୁ ପ୍ରୟାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେଉଁ ଚିଠି ଲେଖିଛନ୍ତି, ସେ ଚିଠି ପଢି ମୋତେ ଲାଗିଲା ଆପଣଙ୍କ ଦ୍ୱାରା କୁହାଯାଇଥିବା କଥା ସତ୍ୟଠାରୁ ବହୁ ଦୂରରେ। ଏଥିରୁ ଜଣାପଡୁଛି ଯେ ଚିଠିରେ ଆପଣ ରାହୁଲ ଗାନ୍ଧିଙ୍କ ସମେତ ଆପଣଙ୍କ ନେତାଙ୍କ ଭୁଲକୁ ଭୁଲିଯାଇଛନ୍ତି କିମ୍ବା ଜାଣିଶୁଣି ଅଣଦେଖା କରିଛନ୍ତି। ତେଣୁ ମୁଁ ଅନୁଭବ କଲି ଯେ ସେସବୁ ବାବଦରେ ଆପଣଙ୍କ ନଜରକୁ ବିସ୍ତୃତରେ ଆଣିବା ଆବଶ୍ୟକ।''
''ଯେହେତୁ ଆପଣଙ୍କ ଚିଠିରେ ଆପଣ କେବଳ ରାହୁଲ ଗାନ୍ଧିଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ସେହେତୁ ମୁଁ ମୋର ପ୍ରସଙ୍କ ତାଙ୍କଠାରୁ ଆରମ୍ଭ କରିବାକୁ ଚାହେଁ। ଯେଉଁ ବ୍ୟକ୍ତିଙ୍କ ହିଷ୍ଟ୍ରି ହେଉଛି, ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ସମଗ୍ର ଓବିସି ସମ୍ପ୍ରଦାୟକୁ 'ଚୋର' କହି ସମାଲୋଚନା କରିବା, ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଅତ୍ୟନ୍ତ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିବା, ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ମାଡ଼ ମାରିବା କଥା କହିବା, ସେହି ରାହୁଲ ଗାନ୍ଧିଙ୍କୁ ଆପଣ କେଉଁ ମଜବୁରି(ପରିସ୍ଥିତି)ରେ ପଡ଼ି ନ୍ୟାୟ ଦେବାକୁ ଚେଷ୍ଟା କରୁଛନ୍ତି?''
ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଗତ ୧୦ ବର୍ଷ ମଧ୍ୟରେ ୧୧୦ ଥର ଅପମାନଜନକ ଶବ୍ଦ ପ୍ରୟୋଗ କରିଛନ୍ତି, ସେତବେଳକୁ ଆପଣଙ୍କ ରାଜନୈତିକ ମାନ ମର୍ଯ୍ୟାଦା ଉଲ୍ଲଙ୍ଘନ ହେଉନାହିଁ କିପରି ବୋଲି ଜେପି ନଡ୍ଡା ପ୍ରଶ୍ନ କରିଛନ୍ତି। ଏଥିସହ ସେ ଆହୁରି କହିଛନ୍ତି, ''ଦୁଃଖର ବିଷୟ ଯେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ ବର୍ତ୍ତମାନ ଏହାର 'ପ୍ରସିଦ୍ଧ ରାଜକୁମାରଙ୍କ ଚାପରେ' କପି-ପେଷ୍ଟ 'ପାର୍ଟିରେ ପରିଣତ ହୋଇଛି।''
ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ଏକ ପତ୍ର ଲେଖି ଶୁଭେଚ୍ଛା ଜଣାଇବା ସହ ରାହୁଲ ଗାନ୍ଧିଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ଦେଇଥିବା ଶାସକ ଦଳର ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କହିଥିଲେ।
ଖଡଗେ କହିଥିଲେ, ''ଜଣେ କେନ୍ଦ୍ରମନ୍ତ୍ରୀ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ନଂ ୱାନ୍ ଆତଙ୍କବାଦୀ କହିବା ଆଶ୍ଚର୍ଯ୍ୟଜନକ। କଣ ଏଥିପାଇଁ ମହାତ୍ମା ଗାନ୍ଧି, ଇନ୍ଦିରା ଗାନ୍ଧି ଏବଂ ରାଜିବ ହାନ୍ଧି ତାଙ୍କ ଜୀବନକୁ ବଳିଦାନ ଦେଇଥିଲେ। ଏହିପରି ବିବୃତ୍ତି ଭବିଷ୍ୟତରେ ସାଂଘାତିକ ହୋଇପାରେ। ତେଣୁ ମୁଁ ଅନୁରୋଧ କରୁଛି ଏବଂ ଆଶାକରେ ଆପଣ ଆପଣଙ୍କ ନେତାମାନଙ୍କ ଉପରେ ଅନୁଶାସନ ଏବଂ କଟକଣା ଲଗାନ୍ତୁ।''
ସେମାନଙ୍କୁ ସଠିକ୍ ଆଚରଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଏହିପରି ବିବୃତ୍ତି ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, ଯାହା ଦ୍ୱାରା ଭାରତୀୟ ରାଜନୀତି ଅବନତିରୁ ରକ୍ଷା ହୋଇପାରିବ ବୋଲି ମଲ୍ଲିକାର୍ଜୁନ ଖଡଗେ ଜନ୍ମଦିନ ବାର୍ତ୍ତା ଚିଠିରେ ଲେଖିଥିଲେ।
आदरणीय प्रधानमंत्री @narendramodi जी को मेरा पत्र —
— Mallikarjun Kharge (@kharge) September 17, 2024
सबसे पहले मैं आपको जन्मदिन की हार्दिक बधाई देता हूं।
इसके साथ ही ऐसे मुद्दे पर आपका ध्यान आकृष्ट कराना चाहता हूं जो सीधे लोकतंत्र और संविधान से जुड़ा हुआ है।
आप अवगत होंगे कि लोक सभा में नेता प्रतिपक्ष श्री राहुल गांधी के… pic.twitter.com/dpfzm3v8mK
‘आदरणीय खड़गे जी, जिस व्यक्ति का इतिहास ही देश के प्रधानमंत्री सहित पूरे OBC समुदाय को चोर कहकर गाली देने का रहा हो, देश के प्रधानमंत्री के लिए अत्यंत अमर्यादित शब्दों का प्रयोग करने का रहा हो, उस राहुल गांधी को सही ठहराने की कोशिश आप किस मजबूरी के चलते कर रहे हैं?’
— BJP (@BJP4India) September 19, 2024
भाजपा… pic.twitter.com/pRySjmeg2F
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।