Advertisment

ଖଡଗେଙ୍କୁ ନଡ୍ଡାଙ୍କ ଜବାବ; 'କେଉଁ ମଜବୁରିରେ ଫେଲ୍ଡ ପ୍ରଡକ୍ଟକୁ ପଲିସ କରି ବଜାରକୁ ଛାଡୁଛ?'

କଂଗ୍ରେସ ଏବଂ ବିଜେପି ମଧ୍ୟରେ ଚାଲିଛି 'ଚିଠିରେ-ଚିଠିରେ ଯୁଦ୍ଧ'।

JP Nadda, Rahul Gandhi & Mallikarjun Kharge

JP Nadda, Rahul Gandhi & Mallikarjun Kharge

Advertisment

କଂଗ୍ରେସ ଏବଂ ବିଜେପି ମଧ୍ୟରେ ଚାଲିଛି 'ଚିଠିରେ-ଚିଠିରେ ଯୁଦ୍ଧ'। କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସଞ୍ଜମତା ବାବଦେର ପାଠ ପଢାଇବା ପରେ ବିଜେପି ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଖଡଗେଙ୍କ ଚିଠିରେ ପାଲଟା ଜବାବ ଦେଇ ରାହୁଲ ଗାନ୍ଧିଙ୍କୁ 'ଫେଲ୍ଡ ପ୍ରଡକ୍ଟ' (ବିଫଳ ଉତ୍ପାଦ) କହି ଆଟାକ୍ କରିଛନ୍ତି।

Advertisment

ନାଡ୍ଡା ତାଙ୍କ ଚିଠିରେ କହିଛନ୍ତି, ''ମଲ୍ଲିକାର୍ଜୁନ ଖଡଗେଜୀ, ରାଜନୈତିକ ବାଧ୍ୟବାଧକତା କାରଣରୁ ଆପଣ ପୁଣି ଥରେ ଆପଣଙ୍କର ଫେଲ୍ଡ ପ୍ରଡକ୍ଟକୁ ପଲିସ୍ କରି ବଜାରକୁ ଆଣିବାକୁ ପ୍ରୟାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯେଉଁ ଚିଠି ଲେଖିଛନ୍ତି, ସେ ଚିଠି ପଢି ମୋତେ ଲାଗିଲା ଆପଣଙ୍କ ଦ୍ୱାରା କୁହାଯାଇଥିବା କଥା ସତ୍ୟଠାରୁ ବହୁ ଦୂରରେ। ଏଥିରୁ ଜଣାପଡୁଛି ଯେ ଚିଠିରେ ଆପଣ ରାହୁଲ ଗାନ୍ଧିଙ୍କ ସମେତ ଆପଣଙ୍କ ନେତାଙ୍କ ଭୁଲକୁ ଭୁଲିଯାଇଛନ୍ତି କିମ୍ବା ଜାଣିଶୁଣି ଅଣଦେଖା କରିଛନ୍ତି। ତେଣୁ ମୁଁ ଅନୁଭବ କଲି ଯେ ସେସବୁ ବାବଦରେ ଆପଣଙ୍କ ନଜରକୁ ବିସ୍ତୃତରେ ଆଣିବା ଆବଶ୍ୟକ।'' 

''ଯେହେତୁ ଆପଣଙ୍କ ଚିଠିରେ ଆପଣ କେବଳ ରାହୁଲ ଗାନ୍ଧିଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ସେହେତୁ ମୁଁ ମୋର ପ୍ରସଙ୍କ ତାଙ୍କଠାରୁ ଆରମ୍ଭ କରିବାକୁ ଚାହେଁ। ଯେଉଁ ବ୍ୟକ୍ତିଙ୍କ ହିଷ୍ଟ୍ରି ହେଉଛି, ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ସମଗ୍ର ଓବିସି ସମ୍ପ୍ରଦାୟକୁ 'ଚୋର' କହି ସମାଲୋଚନା କରିବା, ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଅତ୍ୟନ୍ତ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିବା, ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ମାଡ଼ ମାରିବା କଥା କହିବା, ସେହି ରାହୁଲ ଗାନ୍ଧିଙ୍କୁ ଆପଣ କେଉଁ ମଜବୁରି(ପରିସ୍ଥିତି)ରେ ପଡ଼ି ନ୍ୟାୟ ଦେବାକୁ ଚେଷ୍ଟା କରୁଛନ୍ତି?''

Advertisment

ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଗତ ୧୦ ବର୍ଷ ମଧ୍ୟରେ ୧୧୦ ଥର ଅପମାନଜନକ ଶବ୍ଦ ପ୍ରୟୋଗ କରିଛନ୍ତି, ସେତବେଳକୁ ଆପଣଙ୍କ ରାଜନୈତିକ ମାନ ମର୍ଯ୍ୟାଦା ଉଲ୍ଲଙ୍ଘନ ହେଉନାହିଁ କିପରି ବୋଲି ଜେପି ନଡ୍ଡା ପ୍ରଶ୍ନ କରିଛନ୍ତି। ଏଥିସହ ସେ ଆହୁରି କହିଛନ୍ତି, ''ଦୁଃଖର ବିଷୟ ଯେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ ବର୍ତ୍ତମାନ ଏହାର 'ପ୍ରସିଦ୍ଧ ରାଜକୁମାରଙ୍କ ଚାପରେ' କପି-ପେଷ୍ଟ 'ପାର୍ଟିରେ ପରିଣତ ହୋଇଛି।'' 

ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ଏକ ପତ୍ର ଲେଖି ଶୁଭେଚ୍ଛା ଜଣାଇବା ସହ ରାହୁଲ ଗାନ୍ଧିଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ଦେଇଥିବା ଶାସକ ଦଳର ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କହିଥିଲେ। 

ଖଡଗେ କହିଥିଲେ, ''ଜଣେ କେନ୍ଦ୍ରମନ୍ତ୍ରୀ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ନଂ ୱାନ୍ ଆତଙ୍କବାଦୀ କହିବା ଆଶ୍ଚର୍ଯ୍ୟଜନକ। କଣ ଏଥିପାଇଁ ମହାତ୍ମା ଗାନ୍ଧି, ଇନ୍ଦିରା ଗାନ୍ଧି ଏବଂ ରାଜିବ ହାନ୍ଧି ତାଙ୍କ ଜୀବନକୁ ବଳିଦାନ ଦେଇଥିଲେ। ଏହିପରି ବିବୃତ୍ତି ଭବିଷ୍ୟତରେ ସାଂଘାତିକ ହୋଇପାରେ। ତେଣୁ ମୁଁ ଅନୁରୋଧ କରୁଛି ଏବଂ ଆଶାକରେ ଆପଣ ଆପଣଙ୍କ ନେତାମାନଙ୍କ ଉପରେ ଅନୁଶାସନ ଏବଂ କଟକଣା ଲଗାନ୍ତୁ।''

ସେମାନଙ୍କୁ ସଠିକ୍ ଆଚରଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଏହିପରି ବିବୃତ୍ତି ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, ଯାହା ଦ୍ୱାରା ଭାରତୀୟ ରାଜନୀତି ଅବନତିରୁ ରକ୍ଷା ହୋଇପାରିବ ବୋଲି ମଲ୍ଲିକାର୍ଜୁନ ଖଡଗେ ଜନ୍ମଦିନ ବାର୍ତ୍ତା ଚିଠିରେ ଲେଖିଥିଲେ। 

PM Modi Rahul Gandhi Jp Nadda Mallikarjun Kharge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe