Advertisment

ଆଜି ରାଜଧାନୀରେ ରୋଡ ଶୋ’ କରିବେ ଜେ.ପି ନଡ୍ଡା

ସକାଳ ୯ଟାରେ ନଡ୍ଡା ମାଉସୀ ମା' ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ’ କରିବେ।

author-image
Tapaswini Nayak
J.P Nadda

J.P Nadda

ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ଆଜି ରାଜଧାନୀରେ ରୋଡ ଶୋ’ କରିବେ। ସକାଳ ୯ଟାରେ ନଡ୍ଡା ମାଉସୀ ମା' ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ’ କରିବେ। ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।

Advertisment

ଗତକାଲି ରାତିରେ ଭୁବନେଶ୍ୱର ପହଞ୍ଚିବା ପରେ ନଡ୍ଡା ଏକ ହୋଟେଲରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲେ। ଜେପି ନଡ୍ଡା
ଏହି ଅବସରରେ କହିଥିଲେ ଯେ, ମୋଦି ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଯଦି ଜଣେ ବ୍ୟକ୍ତି ସଶକ୍ତ ହେଉଛି ତେବେ କେବଳ ଜଣେ ସଶକ୍ତ ହେବ। ଜଣେ ନାରୀ ସଶକ୍ତ ହେଲେ ପୂରା ପରିବାର ସଶକ୍ତ ହେବ।

ଏହା ସହ ସେ ବିଜେଡି ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେଡି ସରକାର ଭୋଟ ପାଇଁ ଲାଞ୍ଚ ଦିଏ। ଦିନକୁ ୫୪ ପଇସାରେ ୫ ବର୍ଷର ଅଧିକାର ଛଡେଇ ନେବା ପାଇଁ ଚାହୁଁଚି ବିଜେଡି। ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହାଜର ଟଙ୍କାର କ୍ୟାସ ଭାଉଚର ଦେବେ।

Advertisment
Bjp Odisha Assembly Election 2024 General Election 2024