କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ ଟାକ୍ସ ଦେଲେ ଜେପି ନଡ୍ଡା

କାର୍ଯ୍ୟକାରିଣୀ ପୂର୍ବରୁ ଦଳର ପଦାଧିକାରୀ ବୈଠକରେ ଦଳ ଓ ସରକାରକୁ ନେଇ ହୋଇଛି ଆଲୋଚନା। ଯେଉଁଥିରେ ଉଠିଛି ‘୩ ସ’ ଥିଓରୀ। ୩ ସ ଅର୍ଥାତ୍ ସରକାର, ସଂଗଠନ ଓ ସାଧାରଣ ଲୋକ।

BJP

କାର୍ଯ୍ୟକାରିଣୀକୁ ଉଦ୍‌ଘାଟନ କରୁଛନ୍ତି ଜେପି ନଡ୍ଡା

Manoranjan Sial
  • Published: Friday, 19 July 2024
  • Updated: 19 July 2024, 08:50 PM IST

Sports

Latest News

ଓଡ଼ିଶାରେ ସରକାର ଗଢିବା ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ। କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାଉନସେଲିଂ। ବିଜୟର ଶ୍ରେୟ ଓ କିଛି ଟାସ୍କ ଦେଲେ। ଶାସକ ଦଳରେ କର୍ମୀଙ୍କ ଭୂମିକା କ’ଣ ରହିବ, ସେନେଇ ମନ୍ତ୍ର ମଧ୍ୟ ଦେଲେ। ରାଜ୍ୟରେ ୨୫ ବର୍ଷ କ୍ଷମତାରେ ରହିବା ପାଇଁ ପକାଇଥିଲେ ମୂଳଦୂଆ।

ରାଜ୍ୟରେ ସରକାର ଗଠନ ପରେ ପୁରୀରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକାରିଣୀକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। କହିଛନ୍ତି, ଏହି ବିଜୟର ଶ୍ରେୟ କାର୍ଯ୍ୟକର୍ତ୍ତାଙ୍କର। ସରକାର ଓ ମନ୍ତ୍ରୀ କାର୍ଯ୍ୟକର୍ତ୍ତା ପାଖରେ ଉତ୍ତରଦାୟୀ ରହିବେ। କାର୍ଯ୍ୟକର୍ତ୍ତା, ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବେ। ଆଗାମୀ ଦିନରେ ସରକାରଙ୍କ କାମ ଲୋକଙ୍କ ପାଖକୁ ନେଇ ଯିବାକୁ କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଦଳ ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ ହେବ ବୋଲି ଦୃଢ ସ୍ୱରରେ କହିଥିଲେ ନଡ୍ଡା। ଏଥିସହ କଂଗ୍ରେସକୁ ଅମରିଲତା ସହ ତୁଳନା କରିବା ସହ ପର ଭରସାରେ ବଞ୍ଚିଥିବା କହି କଟାକ୍ଷ କରିଥିଲେ ନଡ୍ଡା।

Also Read

ରାଜ୍ୟରେ ଆଗକୁ କିଭଳି ବିଜେଡିର ଭୋଟବ୍ୟାଙ୍କ ଭାଙ୍ଗି ନିଜ ଭୋଟବ୍ୟାଙ୍କକୁ ମଜବୁତ କରିବା? ସରକାରଙ୍କ ବିଭିନ୍ନ ଲୋକପ୍ରିୟ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବା। ରାଜ୍ୟବାସୀ କିଭଳି ଡବଲ ଇଞ୍ଜିନ ସରକାରର ଫାଇଦା ଅନୁଭବ କରିପାରିବେ ସେଦିଗରେ କାର୍ଯ୍ୟ କରିବା? ଅନ୍ୟଦଳରୁ ଆସିଥିବା ନେତାଙ୍କୁ ଥଇଥାନ କରିବା ସହ ଆମଦାନୀ ଓ ଦଳୀୟ ନେତାଙ୍କ ମଧ୍ୟରେ ସମନ୍ୱୟ ରଖିବା ଉପରେ କାର୍ଯ୍ୟକାରିଣୀରେ ଫୋକସରେ ରଖାଯାଇଥିଲା।

ସେପଟେ କାର୍ଯ୍ୟକାରିଣୀ ପୂର୍ବରୁ ଦଳର ପଦାଧିକାରୀ ବୈଠକରେ ଦଳ ଓ ସରକାରକୁ ନେଇ ହୋଇଛି ଆଲୋଚନା। ଯେଉଁଥିରେ ଉଠିଛି ‘୩ ସ’ ଥିଓରୀ। ୩ ସ ଅର୍ଥାତ୍ ସରକାର, ସଂଗଠନ ଓ ସାଧାରଣ ଲୋକ। ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ହୋଇ କାମ କରିବ ସଂଗଠନ। ଲୋକଙ୍କ ସମସ୍ୟା ଓ ଗ୍ରାଉଣ୍ଡରୁ ସମସ୍ୟା ଆଣି ସଂଗଠନ ସରକାରଙ୍କୁ ଦେବ ଓ ସରକାରଙ୍କ ଯୋଜନା ଲୋକଙ୍କ ପାଖକୁ ନେବ। ରାଜ୍ୟରେ ସରକାରଙ୍କ ମାସକର ଉପଲବ୍ଧି ପାଇଁ ବି ଧନ୍ୟବାଦ ଦେଇଥିଲେ ନେତା।

କାର୍ଯ୍ୟକାରିଣୀର ପ୍ରଥମ ଦିନରେ ରାଜନୈତିକ ଚିଠା ପ୍ରସ୍ତାବ ସହ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ବୈଠକ ପରେ ପୁରୀରେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ତିନି ରଥ ପରିକ୍ରମା କରିଛନ୍ତି ବିଜେପି ସଭାପତି। ନଡ୍ଡାଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ସମ୍ବିତ ପାତ୍ର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story