ନିର୍ବାଚନ ପରିବେଶ ସରଗରମ ହେବା ସହିତ ନେତାଙ୍କ ଦଳ ବଦଳ ଜାରି ରହିଛି। କିଏ ଦଳ ଛାଡୁଛି ତ କିଏ ନୂଆ ଦଳରେ ସାମିଲ ହେଉଛି। ସେହିପରି ବିଜେଡି ଛାଡ଼ିଛନ୍ତି ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ଜ୍ୟୋତି ପାଣିଗ୍ରାହୀ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ।ଜ୍ୟୋତିଙ୍କ ସ୍ୱାମୀ
ନିଜ ଇସ୍ତଫା ପତ୍ରରେ ଜ୍ୟୋତି ଲେଖିଛନ୍ତି, ବିଜେଡି ଆଉ ଆଗର ବିଜେଡି ହୋଇ ରହିନାହିଁ। ଲୋକଙ୍କ ସେବା ପାଇଁ ଆଗ ପରି ବିଜେଡିର ଏକତା କି
ସେହିପରି ସରୋଜ ପାଣିଗ୍ରାହୀ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ଲଗାତର ଭାବେ ମତେ ଅଣଦେଖା ଓ ଅବହେଳା କରାଯାଉଥିଲା। ଏଥିପାଇଁ ମୁଁ ଦଳ ଛାଡ଼ିଲି।
ବିଜେଡି ଛାଡ଼ିବା ପରେ ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ୱାମୀ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସେମାନେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।