Advertisment

'ମୋ ହାଇଟ୍‌କୁ ନେଇ କହିଥିଲେ, ଏବେ ଜବାବ ଦେଲା ଜନତା'

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ସିନ୍ଧିଆ।

author-image
Madhupriya Mistry
ଅଦ୍ୟତନ ହୋଇଛି
jyotiraditya-scindia-and priyanka-vadra

jyotiraditya-scindia-and priyanka-vadra

'ମୋ ହାଇଟ୍‌କୁ ନେଇ କଟାକ୍ଷ କରିଥିଲେ। ଆଉ ଏବେ ଜନତା ତାଙ୍କୁ ଜବାବ ଦେଇଛି।' ଏଭଳି କିଛି କହି କଂଗ୍ରେସକୁ ବାଣ ମାରିଛନ୍ତି ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ।

Advertisment

ମଧ୍ୟପ୍ରଦେଶରେ ଫେଲ୍‌ ମାରିଛି ଏଗ୍‌ଜିଟ୍‌ ପୋଲ୍‌। କଂଗ୍ରେସକୁ ପଛରେ ପକାଇ ପାସ୍‌ ହୋଇଛି ବିଜେପି। ଟ୍ରେଣ୍ଡ ଅନୁଯାୟୀ ୧୬୧ଟି ସିଟ୍‌ରେ ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି। ସେହିପରି କଂଗ୍ରେସ କେବଳ ୬୬ଟି ସିଟ୍‌ରେ ସୀମିତ ରହିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗଡ଼ ଗ୍ୱାଲିୟର୍‌ରେ ବିଜେପି ବଡ ବିଜୟ ହାସଲ କରିଛି। ଏହି ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ସିନ୍ଧିଆ। ତାଙ୍କୁ ନେଇ ପ୍ରିୟଙ୍କା କରିଥିବା ପରିହାସର ସେ ଜବାବ ଦେଇଛନ୍ତି।

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, 'ମୁଁ କହିଥିଲି ୨୦୨୩ରେ ଜନତା ଜବାବ ଦେବ। ତାହା ଆଜି ଜନତା ପ୍ରମାଣ କରି ଦେଖାଇଛନ୍ତି। କଂଗ୍ରେସର ଜଣେ ନେତା ମୋ ହାଇଟ୍‌କୁ ନେଇ ପରିହାସ କରିଥିଲେ। କିନ୍ତୁ ଏବେ ଗ୍ୱାଲିୟର୍‌ ଓ ପୂରା ରାଜ୍ୟର ଜନତା ତାଙ୍କୁ ଜବାବ ଦେଇଛି।'

Advertisment

ଏଥିସହ ସିନ୍ଧିଆ ବିଜେପିର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ମୁଁ ସଲାମ କରୁଛି। ସେ ମଧ୍ୟପ୍ରଦେଶ ଓ ଦେଶର ବିକାଶ ପାଇଁ ଯେଉଁ କାମ କରିଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ। ତାଙ୍କର ଏହି ଭିଜନ ଯୋଗୁ ଆଜି ଜନସାଧାରଣଙ୍କ ଏତେ ଭଲପାଇବା ମିଳିଛି ବୋଲି ସିନ୍ଧିଆ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର ବେଳେ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କଡା ଟାର୍ଗେଟ୍‌ କରିଥିଲେ। ତାଙ୍କ ଉଚ୍ଚତାକୁ ନେଇ ତାଙ୍କର ପରିହାସ କରିଥିଲେ। ସେ କହିଥିଲେ, 'ସିନ୍ଧିଆଙ୍କ ହାଇଟ୍‌ ଛୋଟ କିନ୍ତୁ ତାଙ୍କ ଅଂହକାର ବଡ଼।'

କେବଳ ସେତିକି ନୁହେଁ ସିନ୍ଧିଆଙ୍କୁ ଧୋକାବାଜ ବା ଗଦ୍ଦାର ବୋଲି ମଧ୍ୟ କହିଥିଲେ ପ୍ରିୟଙ୍କା। ଅନେକ ଲୋକ ଗଦ୍ଦାରୀ କରିଛନ୍ତି କିନ୍ତୁ ସିନ୍ଧିଆ ଗ୍ୱାଲିୟର୍ ଓ ଚମ୍ବଲର ଜନତାଙ୍କ ସହ ଗଦ୍ଦାରୀ କରିଛନ୍ତି। ସେ ସରକାର ଭାଙ୍ଗି ଦେଇଥିବା ନେଇ ପ୍ରିୟଙ୍କା ଅଭିଯୋଗ କରିଥିଲେ।

କହିରଖୁ ଯେ, ୫ ବର୍ଷ ପୂର୍ବେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। 

Congress Madhya Pradesh Jyotiraditya Scindia Election Results