/odisha-reporter/media/post_attachments/uploadimage/library/16_9/16_9_0/IMAGE_1698392910.jpg)
Mamata Banerjee & jyotripriya-mallick
ରାସନ ଦୁର୍ନୀତି ମାମଲାରେ ବନ୍ଧା ହେଲେ ଟିଏମ୍ସି ନେତା ତଥା ପଶ୍ଚିମବଙ୍ଗର ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକ। ଟିଏମ୍ସି ସରକାରରେ ଖାଦ୍ୟ ମନ୍ତ୍ରୀ ଥିବା ବେଳେ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଗତକାଲି ଇଡି ଜ୍ୟୋତିପ୍ରିୟା ମଲ୍ଲିକଙ୍କ ଫ୍ଲାଟରେ ପଶି ଘାଣ୍ଟିଥିବା ବେଳେ ଆଜି ତାଙ୍କୁ ବାନ୍ଧିଥିବା ଜଣାଯାଇଛି। ଏନେଇ ଇଡି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।
ଗତକାଲି ଇଡି ଜ୍ୟୋତିପ୍ରିୟା ମଲ୍ଲିକଙ୍କ କୋଲକତାସ୍ଥିତ ଫ୍ଲାଟ୍ରେ ଚଢ଼ାଉ କରିଥିଲା। ଫ୍ଲାଟ୍ ଭିତରେ ୮ ଜଣ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ। ଏହାପରେ ଆଜି ତାଙ୍କୁ ସେଠାରୁ ବାନ୍ଧି ଇଡି ନିଜ କାର୍ଯ୍ୟାଳୟକୁ ନେଇଛି। ଉକ୍ତ ସମୟରେ ଷଡଯନ୍ତ୍ରର ଶିକାର ହୋଇଥିବା ଜ୍ୟୋତିପ୍ରିୟା ଗଣମାଧ୍ୟମକୁ କହିଥିଲେ।
ଗତକାଲି ଇଡି ଜ୍ୟୋତିପ୍ରିୟା ମଲ୍ଲିକଙ୍କ ଫ୍ଲାଟ ଉପରେ ଚଢ଼ାଉ କରିଥିବା ବେଳେ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଏହାକୁ ନେଇ ଖପ୍ପା ହୋଇଥିଲେ। ଏପରିକି ଜ୍ୟୋତିପ୍ରିୟା ଅସୁସ୍ଥ ଥିବାରୁ ଚଢ଼ାଉ ବେଳେ ସହ କିଛି ବି ଘଟିଲେ ବିଜେପି ଓ ଇଡି ନାଁରେ ମାମଲା କରିବାକୁ ଧମକ ଦେଇଥିଲେ।
ଜ୍ୟୋତିପ୍ରିୟାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନ ଥିବା ସତ୍ତ୍ୱେ ଏହି ଚଢ଼ାଉ କରାଯାଇଥିବା ମମତା କହିଥିଲେ। ଏପରିକି ସବୁ ନେତାଙ୍କ ଘରେ ଏପରି ଚଢ଼ାଉ କରାଗଲେ ସରକାରରେ ଆଉ କିଏ ରହିବେ ବୋଲି ବି ସେ ପଚାରିଥିଲେ।
ଶିକ୍ଷକ ନିଯୁକ୍ତି ସ୍କାମରେ ଛନ୍ଦି ହୋଇ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ପୂର୍ବରୁ ବନ୍ଧା ହୋଇ ଜେଲ୍ରେ ଅଛନ୍ତି। ଏହାବାଦ ଗତବର୍ଷ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅନୁବ୍ରାତା ମଣ୍ଡଳ ବି ଗୋଚାଲାଣ ଦୁର୍ନୀତିରେ ଫସି ବନ୍ଧା ହୋଇଛନ୍ତି।
ଏହାବାଦ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ବହୁ ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ବାରମ୍ବାର ସମନ କରାଯାଇ ପଚରାଉଚରା କରାଯାଉଛି। ଏଥିରେ ଅତିଷ୍ଠ ହୋଇ ପଡ଼ିଛନ୍ତି ପାଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
