Advertisment

ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ପୂର୍ବତନ ରାଜ୍ୟପାଳ ତାମିଲିସାଇଙ୍କୁ ମିଳିଲା ଟିକେଟ୍‌

ନିକଟରେ ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ତାମିଲିସାଇ ସୌନ୍ଦର୍ଯ୍ୟରାଜନ୍ ଚେନ୍ନାଇ ଦକ୍ଷିଣରୁ ଲଢ଼ିବେ।

K Annamalai

K Annamalai

Advertisment

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଜି କେନ୍ଦ୍ରରେ କ୍ଷମତାସୀନ ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ତାମଲନାଡୁର ୯ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

Advertisment

ନିକଟରେ ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ତାମିଲିସାଇ ସୌନ୍ଦର୍ଯ୍ୟରାଜନ୍ ଚେନ୍ନାଇ ଦକ୍ଷିଣରୁ ଲଢ଼ିବେ। ସେହିପରି ତାମିଲନାଡୁର ବିଜେପି ମୁଖ୍ୟ କେ ଆନ୍ନାମଲାଇଙ୍କୁ ଦଳ କୋଏମ୍ବାଟୁରରୁ ପ୍ରାର୍ଥୀ କରିଛି।

ଏହାବାଦ କେନ୍ଦ୍ରମନ୍ତ୍ରୀ ଏଲ ମୁରୁଗାନ ନୀଲଗିରୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନଟି ଏସ୍‌ସି ସଂପ୍ରଦାୟକ ପାଇଁ ସଂରକ୍ଷିତ। ଏଲ ମୁରୁଗାନ ୨୦୨୧ରେ ରାଜ୍ୟସଭାକୁ ଯିବା ସହ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଏବେ ସେ ୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

Advertisment

ଏହାବାଦ ଚେନ୍ନାଇ ସେଣ୍ଟ୍ରାଲରୁ ବିନୋଜ ପି ସେଲଭମ, ଭେଲ୍ଲୋରରୁ ଏସି ଶାନମୁଗମ, କୃଷ୍ଣଗିରିରୁ ସି ନରସୀମା, ପେରାମବାଲୁରରୁ ଟିଆର ପରବିନ୍ଧର, ଟୁତକୁଡ୍ଡିରୁ ଏନ ନଗେନ୍ଦ୍ରନ ଓ କନ୍ୟାକୁମାରୀରୁ ପି ରାଧାକ୍ରିଷ୍ଣନଙ୍କୁ ବିଜେପି ଟିକେଟ ଦେଇଛି। ଏହାପୂର୍ବରୁ ବିଜେପି ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା।

ବିଜେପି ତାମିଲନାଡୁର ମୋଟ ୩୯ଟି ଲୋକସଭା ଆସନରୁ ୨୦ଟିରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଏହି ୨୦ଟି ଆସନ ମଧ୍ୟରୁ ଦଳ ଆଜି କେବଳ ୯ଟି ସ୍ଥାନରେ ପ୍ରାର୍ଥୀ ହେବାକୁ ଯାଉଥିବା ନେତାଙ୍କ ନାଁ ଘୋଷଣା କରିଛି। 

Bjp Tamilnadu Lok Sabha Lok Sabha Elections Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe