Advertisment

ନିଲମ୍ବନ ପରେ ବିଆରଏସ୍‌ ଓ ବିଧାନ ପରିଷଦରୁ କେ କବିତାଙ୍କ ଇସ୍ତଫା

ଦିନକ ତଳେ କେ କିବତାଙ୍କୁ ତାଙ୍କ ବାପା ତଥା ଭାରତୀୟ ରାଷ୍ଟ୍ରୀୟ ସମିତି(ବିଆରଏସ୍‌)ର ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଦଳରୁ ନିଲମ୍ବନ କରିଥିଲେ।

K Kavitha

K Kavitha

Advertisment

ତେଲଙ୍ଗାନା ଜାଗୃତି ସଭାପତି କେ କିବତା ଆଜି ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ତେଲଙ୍ଗାନା ବିଧାନସଭାର ବାଚସ୍ପତିଙ୍କୁ ହସ୍ତାନ୍ତର କରିଛି। ଦିନକ ତଳେ କେ କିବତାଙ୍କୁ ତାଙ୍କ ବାପା ତଥା ଭାରତୀୟ ରାଷ୍ଟ୍ରୀୟ ସମିତି(ବିଆରଏସ୍‌)ର ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଦଳରୁ ନିଲମ୍ବନ କରିଥିଲେ। ନିଲମ୍ବନ ପରେ କେ କବିତା ବିଧାନ ପରିଷଦ ଓ ବିଆରଏସ୍‌ରୁ ଇସ୍ତଫା ଦେଇଛନ୍ତି।

Advertisment

ଇସ୍ତଫା ଦେବା ପରେ ସେ ତାଙ୍କ ଭାଇ ତଥା ପୂର୍ବତନ ମନ୍ତ୍ରୀ କେଟି ରାମା ରାଓଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ “ମୁଁ ରାମ ଆନ୍ନାଙ୍କୁ କେସିଆରଙ୍କ ସ୍ୱାସ୍ଥ୍ୟ ଓ ଦଳର କାର୍ଯ୍ୟକର୍ତ୍ତାଙ୍କ ଯତ୍ନ ନେବାକୁ ଅନୁରୋଧ କରୁଛି।” ସାମ୍ବାଦିକ ସମ୍ମିଳନୀରେ କବିତା ତାଙ୍କ ବାପା କେସିଆରଙ୍କୁ ନିଜର ଆଦର୍ଶ ବୋଲି ଅଭିହିତ କରିଛନ୍ତି। କେସିଆର ତେଲଙ୍ଗାନାର ଦଳିତ ଓ ପଛୁଆ ବର୍ଗ ଲୋକଙ୍କ ଅଧିକାରକୁ ନିଶ୍ଚିତ କରିଥିବା କବିତା କହିଛନ୍ତି।

କିନ୍ତୁ ଦଳ ଭିତରୁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ରାମାନ୍ନାଙ୍କ ଉଦ୍ଦେଶ୍ୟରେ ମୁଁ କହିବାକୁ ଚାହୁଁଛି ଯେ ଦଳର ଅଫିସ ଭିତରୁ ମୋ ବିରୋଧରେ ମିଛର ପ୍ରଚାର କରାଯାଇଛି। ଏହି ମିଛ ପ୍ରଚାର ସତ୍ତ୍ୱେ ମୋ ନିଜ ଭାଇ ତଥା କାର୍ଯ୍ୟକାରୀ ସଭାପତିଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏଥିରୁ ମୁଁ ମୋ ସ୍ଥିତିକୁ ବୁଝି ଯାଇଛି।”

Advertisment

ନିଜର ସମ୍ପର୍କୀୟ ଭାଇ ହରିଶ ରାଓ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ସହ ମିଶି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା କିବତା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଦିଲ୍ଲୀ ଟ୍ରିପ ବେଳେ ହରିଶ ରାଓ ଯେତେବେଳେ ରେଭନ୍ଥଙ୍କ ପାଦ ଛୁଇଁ ଥିଲେ ସେତେବେଳେ ଷଡ଼ଯନ୍ତ୍ରର ମଞ୍ଜି ବୁଣା ଯିବା ଆରମ୍ଭ ହୋଇଥିଲା। ପୂର୍ବରୁ ହରିଶ ରାଓଙ୍କ ସହ ସମ୍ପର୍କ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ରାଜଶେଖର ରେଡ୍ଡୀଙ୍କ ସହ ରହିଥିଲା। ହରିଶ ରାଓ ଜଣେ ଡବଲ ଶୁଟର। ସେ ଆଦୌ ଟ୍ରବୁଲ ଶୁଟର ନୁହନ୍ତି।”

ହରିଶ ରାଓଙ୍କ ପାଣ୍ଠିର ଉତ୍ସ ଉପରେ ମଧ୍ୟଳ କବିତା ପ୍ରଶ୍ନ ଉଠାଇଛନ୍ତି। କାଲେଶ୍ୱରମ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିରେ ହରିଶ ରାଓ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଠକେଇରୁ ଆୟ କରିଥିବା ଟଙ୍କା ବଳରେ ବିଧାୟକମାନଙ୍କୁ ନିଜ ଅଧୀନରେ ରଖିଛନ୍ତି। ଏପରି କି ଦଳର ଅନେକ ବରିଷ୍ଠ ନେତାଙ୍କ ବିରୋଧରେ ସେ ଷଡ଼ଯନ୍ତ୍ର କରିଥିଲେ ବୋଲି କବିତା ସାମ୍ବାଦିକ ସମ୍ମିଳନୀ ଅଭିଯୋଗ କରିଛନ୍ତି।

Telangana Politics K.Kavitha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe