Kavitha
ତେଲଙ୍ଗାନାର ବିଧାୟକ କେ କବିତାଙ୍କୁ ବଡ଼ ଝଟକା। ତାଙ୍କୁ ଆଜି ଭାରତ ରାଷ୍ଟ୍ର ସମିତି ବା ବିଆରଏସରୁ ନିଲମ୍ବିତ କରାଯାଇଛି। ଦଳର ସଭାପତି କେ ଚନ୍ଦ୍ରଶେଖର ରାଓଙ୍କ ନିର୍ଦ୍ଦେଶକ୍ରମେ କବିତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବନ କରାଯାଇଛି। ବିଆରଏସ୍ର ପ୍ରତିଷ୍ଠାତା ହେଉଛନ୍ତି କବିତାଙ୍କ ବାପା ତଥା ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓରଫ କେସିଆର।
ହେଲେ ବାପା କେସିଆରଙ୍କ ଦଳରୁ ଝିଅ କବିତାଙ୍କୁ ନିଲମ୍ବନ କରି ଦିଆଯାଇଛି। କବିତା ସର୍ବସମ୍ମୁଖରେ କେସିଆରଙ୍କ ବିରୋଧରେ ଆରମ୍ଭ ହୋଇଥିବା ସିବିଆଇ ତଦନ୍ତ ପଛରେ ତାଙ୍କ ସମ୍ପର୍କୀୟ ଭାଇ ତଥା ବିଆରଏସ୍ର ବରିଷ୍ଠ ନେତା ଟି ହରିଶ ରାଓଙ୍କ ହାତ ଥିବା କହିଥିଲେ। ହରିଶଙ୍କୁ ସମାଲୋଚନା କରିବା ବେଳର ଭିଡିଓ ଭାଇରାଲ ହେବା ପରେ କବିତାଙ୍କୁ ବିଆରଏସ୍ରୁ ନିଲମ୍ବନ ହେବାକୁ ପଡ଼ିଛି।
କଲେଶ୍ୱମର ପ୍ରକଳ୍ପରେ ହେରଫେର ଅଭିଯୋଗର ତଦନ୍ତ ଦାୟିତ୍ୱ ଦିନକ ତଳେ ତେଲଙ୍ଗାନାର କଂଗ୍ରେସ ସରକାର ସିବିଆଇକୁ ହସ୍ତାନ୍ତର କରିଥିଲେ। ଏହାପରେ କେ କବିତା ସର୍ବସମ୍ମୁଖରେ ତତ୍କାଳୀନ ଜଳ ସଚେନ ମନ୍ତ୍ରୀ ହରିଶ ରାଓଙ୍କ ନାଁ ନେଇଥିଲେ। ୨୦୧୪ରେ ବିଆରଏସ କ୍ଷମତାରେ ଥିବା ବେଳେ ହରିଶ ଜଳସେଚନ ମନ୍ତ୍ରୀ ଭାବେ କାମ କରୁଥିଲେ।
କବିତାଙ୍କ କହିବା କଥା ଯେ ହେରଫେରରୁ ଟଙ୍କା ହଡ଼ପ କରିବା ପରେ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କ ସହ ମିଶି ହରିଶ ରାଓ ଏବେ କେସିଆରଙ୍କ ଛବିକୁ ଖରାପ କରିବାକୁ ଚାହୁଁଛନ୍ତି। ସେ ପୂର୍ବତନ ରାଜ୍ୟସଭା ସାଂସଦ ଜେ ସନ୍ତୋଷ କୁମାରଙ୍କ ନାଁ ମଧ୍ୟ ନେଇଥିଲେ।
କବିତା କହିଛନ୍ତି, “କେସିଆରଙ୍କ ନାଁରେ ଏତେ ବଡ଼ ଦୁର୍ନୀତି କାହିଁକି ଆସିଲା? ଏହାକୁ ସମସ୍ତେ ଚିନ୍ତା କରିବା ଦରକାର। କେସିଆରଙ୍କ ନାଁକୁ ବ୍ୟବହାର କରି ତାଙ୍କର ଘନିଷ୍ଠମାନେ ବିଭିନ୍ନ ଉପାୟରେ ଫାଇଦା ହାସଲ କରିଥିଲେ। ସେମାନଙ୍କ ଅପକର୍ମ ପାଇଁ ଆଜି କେସିଆରଙ୍କ ନାଁ ଖରାପ ହେଉଛି। ୫ ବର୍ଷ ପାଇଁ ଜଳ ସେଚନ ମନ୍ତ୍ରୀ ଭାବେ କାମ କରୁଥିବା ହରିଶ ରାଓଙ୍କ ଭୂମିକା କ’ଣ ଏଥିରେ ନାହିଁ?”
କିବତା ଦାବି କରିଛନ୍ତି ଯେ କେସିଆରଙ୍କୁ ଟାର୍ଗେଟ କରିବା ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ବିଆରଏସର ହରିଶ ରାଓ ଓ ସନ୍ତୋଷ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି। କିନ୍ତୁ ତାଙ୍କ ବାପା କେସିଆର ସିବିଆଇ ତଦନ୍ତ ପରେ ମୋତି ଭଳି ଚମକି ଉଠିବେ ବୋଲି କବିତା ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Kavitha_1756805852.jpg)