Advertisment

କେପି ଶର୍ମା ଓଲି ହେଲେ ନେପାଳର ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି

କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି।

KP Sharma Oli

KP Sharma Oli

Advertisment

ନେପାଳର ପ୍ରଧାନମନ୍ତ୍ରୀ ଭାବେ ୪ର୍ଥ ଥର ପାଇଁ ଶପଥ ନେଇଛନ୍ତି କେପି ଶର୍ମା ଓଲି। ରାଷ୍ଟ୍ରପତି ପୌଡେଲ ତାଙ୍କୁ ଶୀତଳ ନିବାସରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।

Advertisment

କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରରେ ଥିବା ଗଭୀର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଉଭୟ କାର୍ଯ୍ୟ କରିବେ ବୋଲି ମୋଦି ଆଶା ରଖିଥିବା କହିଛନ୍ତି।

ନେପାଳର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ୧୨ ତାରିଖରେ ଅନୁଷ୍ଠିତ ଆସ୍ଥା ଭୋଟରେ ହାରି ଯାଇଥିଲେ। ଏହାପରେ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଥିଲା।

Advertisment

ରବିବାର Communist Party of Nepal-Unified Marxist Leninistର ଅଧ୍ୟକ୍ଷ ଓଲିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା। ଆଜି ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆସନ୍ତା ୩୦ ଦିନ ମଧ୍ୟରେ ନେପାଳର ସଂସଦରେ ତାଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ।

ନେପାଳ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୩୮। କେପି ଶର୍ମା ଓଲିଙ୍କୁ ନେପାଳି କଂଗ୍ରେସ ସମର୍ଥନ ଘୋଷଣା କରିଛି। ନେପାଳି କଂଗ୍ରେସର ସଭାପତି ଶେର ବାହାଦୂର ଦେଉବା ପୂର୍ବରୁ ହିଁ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବା ପାଇଁ ଘୋଷଣା କରି ସାରିଥିଲା। ତେଣୁ ଆସ୍ଥା ଭୋଟରେ ସେ ଓଲିଙ୍କୁ ସମର୍ଥନ କରିବେ।

ସଂସଦରେ ନେପାଳି କଂଗ୍ରେସର ସର୍ବାଧିକ ୮୯ ଜଣ ସଦସ୍ୟ ରହିଥିବା ବେଳେ CPN-UML ପାଖରେ ୭୮ ଜଣ ସାଂସଦ ରହିଛନ୍ତି। ଏହାର ଅର୍ଥ ଉଭୟ ଦଳ ପାଖରେ ମିଳିତ ଭାବେ ୧୬୭ ଜଣ ସାଂସଦ ଅଛନ୍ତି। ଏହା ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୩୮ ଠାରୁ ଯଥେଷ୍ଟ ଅଧିକ।

PM Modi Nepal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe