Advertisment

ବିଜେପିରେ ଯୋଗଦେଲେ କୈଳାଶ ଗେହଲଟ, ଗତକାଲି ଆପରୁ ଇସ୍ତଫା ଦେଇଥିଲେ

ଗତକାଲି ଆପରୁ ଇସ୍ତଫା ଦେଇଥିଲେ କୈଳାଶ ଗେହଲଟ।

ଅଦ୍ୟତନ ହୋଇଛି
Kailash Gehlot joins BJP

Kailash Gehlot joins BJP

Advertisment

ବିଜେପିରେ ସାମିଲ ହୋଇଛନ୍ତି ଆପର ପୂର୍ବତନ ନେତା କୈଳାଶ ଗେହଲଟ। ସେ ଗତକାଲି ଆପରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସକାଳେ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗେହଲଟ। ଆପରୁ ଇସ୍ତଫା ଦେବା ପରେ ଗେହଲଟ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା।

Advertisment

ଗେହଲଟ ଆପର ପରିବହନ ମନ୍ତ୍ରୀ ଏବଂ ଦଳର ପ୍ରାଥମିକ ସଦସ୍ୟ ସହ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ଙନିଷ୍ଠ ସହଯୋଗୀ ମଧ୍ୟ ଥିଲେ। କିନ୍ତୁ ଦଳ ଦେଇଥିବା ପ୍ରତିଶୃତି ପୂରଣ ନ କରିବା ଏବଂ ବିବାଦରେ ଥିବା ଦର୍ଶାଇ ଆପରୁ ଇସ୍ତଫା ଦେଇଥିଲେ।

ଗେହଲଟ୍ ଇସ୍ତଫା ପତ୍ରରେ କହିଥିଲେ, ''ଗତ ନିର୍ବାଚନରେ ​​ଆମେ ଯମୁନା ନଦୀକୁ ସଫା କରିବାକୁ ପ୍ରତିଶୃତି ଦେଇଥିଲୁ, କିନ୍ତୁ ଏହା କରିପାରିଲୁ ନାହିଁ। ଯଦି ଦିଲ୍ଲୀ ସରକାର ଅଧିକାଂଶ ସମୟ କେନ୍ଦ୍ର ସହ ଲଢେଇ କରିବାରେ ଖର୍ଚ୍ଚ କରିବେ, ତେବେ କୌଣସି ପ୍ରଗତି ହୋଇପାରିବ ନାହିଁ। ମୋ ପାଖରେ ଆପରୁ ଇସ୍ତଫା ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ମୁଁ ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।''

Advertisment

ତେବେ ଆଜି ବିଜେପିରେ ଯୋଗଦେବା ପରେ ଗହଲୋଟ୍ କହିଛନ୍ତି, ଏହା ମୋ ପାଇଁ ଏତେ ସହଜ ପଦକ୍ଷେପ ନୁହେଁ... ଆନ୍ନା ହାଜାରେଙ୍କ ସମୟରୁ ମୁଁ ଆପର ଏକ ଅଂଶ ଥିଲି ଏବଂ ବିଧାୟକ ଓ ମନ୍ତ୍ରୀ ଭାବେ ଦିଲ୍ଲୀ ପାଇଁ କାମ କରିଛି। କେହି କେହି ଭାବି ପାରନ୍ତି ଏହା ଗୋଟିଏ ରାତିର ନିଷ୍ପତ୍ତି... କିମ୍ବା ଚାପ କାରଣରୁ ମୁଁ ଇସ୍ତଫା ଦେଇଛି। କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଚାପ ପାଇଁ ମୁଁ କୌଣସି ନିଷ୍ପତ୍ତି ନେଇ ନାହିଁ।"

ଚର୍ଚ୍ଚା ହେଉଛି କି ମୁଁ ସିବିଆଇ ଓ ଇଡି ଭୟରେ ଏପରି ନିଷ୍ପତ୍ତି ନେଇଛି। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ, 2015 ପରଠାରୁ ଆପ୍ ସଦସ୍ୟ ଭାବରେ, ବିଧାୟକ ଭାବରେ ଏବଂ ମନ୍ତ୍ରୀ ଭାବରେ ମୁଁ ଚାପ କାରଣରୁ କୌଣସି କାର୍ଯ୍ୟ କରି ନାହିଁ ବୋଲି ଗେହଲଟ କହିଛନ୍ତି। 

Bjp AAP Kailash Gahlot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe