ପଦ୍ମ ଧରିଲେ କୈଳାସ କୁଲେସିକା; କହିଲେ- ବିଶ୍ୱାସଘାତ କରିଛନ୍ତି ବବି, ପଡ଼ିବ ଅଭିଶାପ

ବିଜେଡି ଛାଡ଼ିବା ପରେ ଦଳ ଉପରେ ବର୍ଷିଛନ୍ତି କୈଳାଶ କୁଲେସିକା।

BJP PhotoOR

ବିଜେପିରେ ମିଶିଲେ କୈଳାଶ କୁଲେସିକା

Tapaswini Nayak
  • Published: Friday, 12 April 2024
  • Updated: 12 April 2024, 01:02 PM IST

Sports

Latest News

ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା। ଗତକାଲି ରାତିରେ ସେ  ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ବିଜେପିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କୈଳାସ ବିଜେପିରେ ସାମିଲ୍ ହୋଇଛନ୍ତି। କୈଳାସ ଚନ୍ଦ୍ର କୁଲେସିକାଙ୍କ ସହ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି।

ବିଜେଡି ଛାଡ଼ିବା ପରେ ଦଳ ଉପରେ ବର୍ଷିଛନ୍ତି କୈଳାସ କୁଲେସିକା। ସେ କହିଛନ୍ତି, ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେ ରକ୍ଷା କରିବେ ବୋଲି ମୋର ଆଶା ଥିଲା। ସେହି ଆଶା ମୋର ଧୂଳିସାତ ହୋଇଯାଇଛି। ମୋର ବିଶ୍ୱାସରେ ବିଷ ଦିଆଯାଇଛି।

Also Read

ସେ ଆହୁରି କହିଛନ୍ତି, ମୁଁ ବିଜେଡିରେ ମିଶିବାକୁ ଅନୁରୋଧ କରିନଥିଲି। ବିଜେଡିରେ ମିଶିବାକୁ ମୋତେ ଆହ୍ୱାନ କରାଯାଇଥିଲା। ବିଜେଡିରେ ମିଶିବା ପରେ ଲକ୍ଷ୍ମୀପୁରରେ ପ୍ରାର୍ଥୀ କରାଯିବ ବୋଲି ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୋତେ କହିଥିଲେ। ଏବେ ଲକ୍ଷ୍ମୀପୁରରେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରାଯିବା ପରେ  ମୋତେ ପ୍ରୋଲଭନ ଦେଖାଉଛନ୍ତି। ମୋତେ କୋଟିଏ ଟଙ୍କା ଦିଆଯିବ ବୋଲି କହୁଛନ୍ତି। ସରକାର ହେବା ପରେ ଏସ୍‌ଡିସି ଉପଦେଷ୍ଟା ପଦ ଦିଆଯିବ ବୋଲି ମଧ୍ୟ କହୁଛନ୍ତି। ଟିକେଟ ନଦେଇ ଏହି ଲାଳସା ମୋତେ ଦେଖାଉଛନ୍ତି। ମୋତେ ଲକ୍ଷ୍ମୀପୁରର ପ୍ରାର୍ଥୀ ନ କରି କୋଟିଏ ଟଙ୍କାର କିଣିବାକୁ ଯେଉଁ ପ୍ରୟାସ କଲେ ମୋ ହୃଦୟକୁ ବାଧିଲା। ମୁଁ ଗୋଟେ ସ୍ୱାଭିମାନୀ ଆଦିବାସୀ ପିଲା। ଏତେ ବାଧିଲା ଯେ ମୁଁ ବାଧ୍ୟ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛି। ମୋ ଲୁହ ବିଜୁ ଜନତା ଦଳ ଉପରେ ପଡ଼ିବ। ସେମାନଙ୍କ ଉପରେ ମୋର ଅଭିଶାପ ପଡ଼ିବ। ବିଜେଡି ଲକ୍ଷ୍ମୀପୁରରେ ହାରିବ, ବିଜେପି ସେଠି ଜିତିବ।

କାଲି ବିଜେଡି ଲକ୍ଷ୍ମୀପୁର ପାଇଁ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିଥିଲା। ଯାହା ଆମ ପାଇଁ ଦୁଃଖ ଦାୟକ ଥିଲା। ମୁଁ ୪ବର୍ଷ ଭିତରେ ଯେଉଁ କାମ କରିଥିଲି, ଲକ୍ଷ୍ମୀପୁରରେ ପ୍ରାର୍ଥୀ କରିଥିଲେ ମୁଁ ଜିତିକୁ ଆସିପାରିଥାନ୍ତି। ଲକ୍ଷ୍ମୀପୁରରେ ହାରିବା ଲୋକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ତେଣୁ ବିଜେଡି ଛାଡ଼ି ମୁଁ ବିଜେପିରେ ସାମିଲ ହୋଇଛି ବୋଲି କୈଳାଶ କୁଲେସିକା କହିଛନ୍ତି।

କିଛି ଦିନରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ କୈଳାଶ କୁଲେସିକ। ସେ ଲକ୍ଷ୍ମୀପୁରରେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ହେଲେ ଗତକାଲି ବିଜେଡି ପ୍ରଭୁ ଜାନିଙ୍କୁ ଲକ୍ଷ୍ମୀପୁର ପାଇଁ ପ୍ରାର୍ଥୀ କରିଥିଲା। ଏହି ଘୋଷଣା ପରେ କ୍ଷୋଭ ପ୍ରକାଶ କରିଥିଲେ କୈଳାସ କୁଲେସିକା। ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ପରେ ରାତିରେ ବିଜେପିରେ ସାମିଲ ହୋଇଥିଲେ। ଆଜି ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ହେବ। ସେଥିରେ କୈଳାସ କୁଲେସିକାଙ୍କର ସମର୍ଥକ ମାନେ ବିଧିବିଦ୍ଧ ଭାବେ ବିଜେପିରେ ସାମିଲ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story