ମାଟିର ମଣିଷ ନା ଟାଣୁଆ ନେତା, କାହାକୁ ବିଜେଡି କରିବ ପ୍ରାର୍ଥୀ !

କାକଟପୁର(ସଞ୍ଜୟ ପତି): କାକଟପୁର ବିଧାନସଭା ଏମିତି ଏକ ଆସନ ଯାହା ପୁରୀ ଜିଲ୍ଲାର ହେଲେ ମଧ୍ୟ ଜଗତସିଂହପୁର ଲୋକସଭା ଆସନ ଅଧୀନରେ ଆସୁଛି। କାକଟପୁର ବ୍ଲକର ୧୬ଟି ପଞ୍ଚାୟତ, ଅସ୍ତରଙ୍ଗ ବ୍ଲକର ୧୫ ଓ ଗୋପ ବ୍ଲକର ୧୪ ପଞ୍ଚାୟତ, ଏହିପରି ସମୁଦାୟ ୪୫ଟି ପଞ୍ଚାୟତ ଓ କୋଣାର୍କ ଏନଏସିର ୧୩ ୱାର୍ଡକୁ ନେଇ ଗଠିତ। କାକଟପୁର ବିଧାନସଭା ଆସନ ସରଂକ୍ଷିତ ହୋଇଥିବାବେଳେ ଏହା ଅଣ କଂଗ୍ରେସ ଗଡ଼ ଭାବରେ ପରିଚିତ। ୨୦୧୯ ନିର୍ବାଚନ ପାଇଁ ଏଠାରେ […]

Kakata-Pur-Pics

Kakata-Pur-Pics

Premananda Dash
  • Published: Thursday, 28 March 2019
  • Updated: 28 March 2019, 06:50 PM IST

Sports

Latest News

କାକଟପୁର(ସଞ୍ଜୟ ପତି): କାକଟପୁର ବିଧାନସଭା ଏମିତି ଏକ ଆସନ ଯାହା ପୁରୀ ଜିଲ୍ଲାର ହେଲେ ମଧ୍ୟ ଜଗତସିଂହପୁର ଲୋକସଭା ଆସନ ଅଧୀନରେ ଆସୁଛି। କାକଟପୁର ବ୍ଲକର ୧୬ଟି ପଞ୍ଚାୟତ, ଅସ୍ତରଙ୍ଗ ବ୍ଲକର ୧୫ ଓ ଗୋପ ବ୍ଲକର ୧୪ ପଞ୍ଚାୟତ, ଏହିପରି ସମୁଦାୟ ୪୫ଟି ପଞ୍ଚାୟତ ଓ କୋଣାର୍କ ଏନଏସିର ୧୩ ୱାର୍ଡକୁ ନେଇ ଗଠିତ। କାକଟପୁର ବିଧାନସଭା ଆସନ ସରଂକ୍ଷିତ ହୋଇଥିବାବେଳେ ଏହା ଅଣ କଂଗ୍ରେସ ଗଡ଼ ଭାବରେ ପରିଚିତ। ୨୦୧୯ ନିର୍ବାଚନ ପାଇଁ ଏଠାରେ ଭୋଟଗ୍ରହଣ ୪ର୍ଥ ପର୍ଯ୍ୟାୟରେ ହେବ।

କେମିତି ଅଛି ଏଠିକାର ସ୍ଥିତି
ନଦୀସମୁଦ୍ର ଘେରି ମଧ୍ୟରେ ରହିଛି ଏହି ଏହି ଉପକୂଳିଆ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହାର ଅର୍ଥନୀତି ବିଶେଷ କରି ଧାନ ,ପାନ , ମୀନ ଓ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ଏହି ଆସନରୁ ବରିଷ୍ଠ ନେତା ସୁରେନ୍ଦ୍ର ନାଥ ନାୟକ ୧୯୭୧ରୁ ୨୦୦୪ ମଧ୍ୟରେ ୭ ଥର ଜିତି ଆସିଛନ୍ତି। ୨୦୦୦ ନିର୍ବାଚନରୁ ବିଜେଡି ଏହି ଆସନକୁ ନିଜ କବ୍‌ଜାରେ ରଖିଛି। ୨୦୦୯ରେ ଏହି ଆସନଟି ସରଂକ୍ଷିତ ହେବା ପରେ ବିଜୁ ଜନତା ଦଳ ଲଗାତର ଦୁଇ ଥର ହେବ ପୃଥକ ପୃଥକ ପ୍ରାର୍ଥୀ ଦେଇ ବିପୁଳ ଭୋଟ ବ୍ୟବଧାନରେ ଜିତିଛି । ତଥାପି ଅଞ୍ଚଳର ସାମଗ୍ରିକ ବିକାଶ ହୋଇପାରିନି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ନିର୍ବାଚନୀ ଇସ୍ୟୁ
ସୂର୍ଯ୍ୟ ମନ୍ଦିର ,ମା ମଙ୍ଗଳା ,ଅସ୍ତରଙ୍ଗର ଯାହାନିଆ ଭଳି ପର୍ଯ୍ୟଟନ କ୍ଷେତ୍ର ଥିଲେ ମଧ୍ୟ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଏ ଅଞ୍ଚଳ ପଛୁଆ। ବିଶେଷ କରି କୋଣାର୍କର ଜମିଜମା ସମସ୍ୟା , କାକଟପୁର ବସ୍‌ଷ୍ଟାଣ୍ଡ ନିର୍ମାଣ, ଅସ୍ତରଙ୍ଗ ନୂଆଗଡ ମାଛଧରା ବନ୍ଦର ଆଦି ନ ହେବା ଏଠିକାର ମୁଖ୍ୟ ସମସ୍ୟା । ହେଲେ ସମାଧାନ ଦିଗରେ ଶାସକ ଦଳ ବିଫଳ ହୋଇଛି। ପାନୀୟ ଜଳ ସମସ୍ୟା ସବୁଠାରୁ ବଡ଼ ସମସ୍ୟା ହୋଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନି।

ମୁଖ୍ୟମନ୍ତ୍ରୀ ୨୦୦୪ରେ ଅସ୍ତରଙ୍ଗ ବ୍ଲକର ୮ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପାଇଁ ୬ କୋଟି ଟଙ୍କା ବ୍ୟୟରେ କୁହୁଡି ଓ ଅସ୍ତରଙ୍ଗଠାରେ ନିର୍ମିତ ଦୁଇଟି ସମ୍ପ ଉଦ୍‌ଘାଟନ କରିଥିଲେ। ପୁଣି ଦୁଇ ବର୍ଷ ପରେ ରାଜ୍ୟ ସରକାର କାକଟପୁର ବଲରାଠାରେ ପ୍ରାଚୀ ନଦୀରୁ ପାଣି ଆଣି ୭କୋଟି ଟଙ୍କା ବ୍ୟୟରେ ଏକ ଜଳ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିଥିଲେ। ଯାହାକୁ ମୁଖ୍ୟମନ୍ତ୍ରୀ ୨୦୦୭ ମସିହାରେ ଉଦ୍‌ଘାଟନ କରିଥିଲେ।

କିନ୍ତୁ ମୁଖ୍ୟ ପାଇପ ଲାଇନରୁ ପାଣି ଚୋରି ,ମାଟି ତଳୁ ପାଇପ ଚୋରି, ପରିଚାଳନାଗତ ତ୍ରୁଟି ଯୋଗୁଁ ସରକାରଙ୍କ ଦ୍ଵାରା କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରିଲା ନାହିଁ। ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରମୁଖ ରାଜନୈତିକ ଦଳ ଏହାକୁ ପ୍ରସଙ୍ଗ କରି ରଣନୀତି ପ୍ରସ୍ତୁତରେ ଲାଗି ପଡ଼ିଲେଣି ।

ବିଜେଡ଼ି: ସ୍ୱଚ୍ଛ ଭାବମୂର୍ତ୍ତି, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ପାଥେୟ କରି ଦଳର ଶୃଙ୍ଖଳିତ କର୍ମୀ ଭାବେ ପୁଣି ଥରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହେବା ପାଇଁ ବିଧାୟକ ସୁରେନ୍ଦ୍ର ସେଠୀ ଆଶା ରଖିଛନ୍ତି। ପ୍ରାର୍ଥୀ ହେଲେ ତାଙ୍କ ବିଜୟ ସୁନିଶ୍ଚିତ ବୋଲି ସେ ଦୃଢତାର ସହ କହୁଛନ୍ତି। ହେଲେ ଦଳୀୟ ଗୋଷ୍ଠୀ କନ୍ଦଳ ତାଙ୍କ ପାଇଁ ବିପଦ ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷେ ଦୁଇ ଦୁଇ ଥର ଦଳ କାକଟପୁର ବାହାର ଲୋକଙ୍କୁ ପ୍ରାର୍ଥୀ କରି ଆସିଛି। ଏଥର କାକଟପୁରର ସ୍ଵାଭିମାନ ରକ୍ଷା ପାଇଁ ଜଣେ ମାଟିର ମଣିଷଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ୱର ଉଠାଇଛନ୍ତି ବିଜେଡ଼ିର ବରିଷ୍ଠ ନେତା ସୁରେନ୍ଦ୍ର ନାଥ ନାୟକ ଓ ତାଙ୍କ ପୁଅ ତଥା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ଵାଧୀନ ନାୟକ। ଏହି ଆସନ ସଂରକ୍ଷିତ ହୋଇଥିବାରୁ ସୁର ନାୟକ କିମ୍ବା ତାଙ୍କ ପୁଅ ଏଠାରୁ ଲଢି ପାରିବେ ନାହିଁ। ତେଣୁ ଏହି ଆସନରୁ ଦଳର ଜଣେ ଟାଣୁଆ କର୍ମୀ ଅଭୟ ସେଠୀଙ୍କ ନାମକୁ ସେ ସୁପାରିସ କରିଛନ୍ତି।

ଏମତିରେ ଦେଖିଲେ, ବିଜେଡି ଟିକଟ ଆଶାୟୀଙ୍କ ସଂଖ୍ୟା ଏଠାରେ ବହୁତ ଅଧିକ। ସରକାରୀ ପଦବୀରେ ଥାଇ ପୁଣ୍ୟ ଉତ୍କଳ ନାମକ ଏକ ସଂଗଠନ ମାଧ୍ୟମରେ ଲୋକ ସମ୍ପର୍କ ବୃଦ୍ଧି କରିଥିବା ସୁର୍ଯ୍ୟକାନ୍ତ ଦାସ ଟିକଟ ପାଇଁ ଆଶା ବାନ୍ଧିଛନ୍ତି। ସେ ବିଭିନ୍ନ ଉନ୍ନୟନ କାମରେ ନିଜକୁ ସାମିଲ କରିବା ସହ ଲୋକଙ୍କୁ ସାହାଯ୍ୟ କରି ଜନସମର୍ଥନ ହାସଲ ପାଇଁ ଚେଷ୍ଟା କରୁଛନ୍ତି। ସେହିପରି ଅନ୍ୟଜଣେ ପ୍ରାର୍ଥୀ ଧୀରେନ ମଲ୍ଲିକ ଏହି ଆସନରୁ ଟିକଟ ଆଶାୟୀ ଅଛନ୍ତି। ସେ ଜଣେ ବ୍ୟବସାୟୀ ଏବଂ ଜିଲ୍ଲାରେ ତାଙ୍କର ଲୋକ ସମ୍ପର୍କ ଭଲ ଥିବାରୁ ତାଙ୍କୁ ଟିକଟ ମିଳିପାରେ ବୋଲି ଆଲୋଚନା ହେଉଛି।

ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ମତ୍ସ୍ୟଜୀବୀ ଭୋଟର ଥିବାରୁ ଏହି ସମ୍ପ୍ରଦାୟର ପ୍ରାର୍ଥୀ ଭାବେ ରାଜ୍ୟ ସ୍ତରୀୟ ମତ୍ସ୍ୟଜୀବୀ ସଂଗଠନ ନେତା ପ୍ରସନ୍ନ ବେହେରା ଟିକଟ ପାଇଁ ଦାବି କରିଛନ୍ତି। ସେହିପରି ନିମାପଡାର ପୂର୍ବତନ ବିଧାୟକ ବେଣୁଧର ସେଠୀଙ୍କ ଝିଅ ତଥା ଭୁବନେଶ୍ୱରରେ କର୍ପୋରେଟର ଥିବା ପୁଷ୍ପାଞ୍ଜଳି ସେଠୀ , ସୀତାରାମ ମଲ୍ଲିକ ,ଉଷାରାଣୀ ନାୟକ, ଅଶୋକ ସେଠୀଙ୍କ ସମେତ ଅନେକଙ୍କ ନାମ ଆଶାୟୀ ତାଲିକାରେ ରହିଛି।

ବିଧାୟକ ସୁରେନ୍ଦ୍ର ସେଠୀ ଟିକଟ ପାଇ ପୁନଃ ନିର୍ବାଚିତ ହେଲେ ଜିଲ୍ଲାରୁ ଦଳିତ କୋଟାରେ ମନ୍ତ୍ରୀ ପଦ ପାଇଯିବା ସମ୍ଭାବନା ରହିଛି। ତେଣୁ ଜିଲ୍ଲାର କେତେକ ବରିଷ୍ଠ ନେତା ତାଙ୍କ ପ୍ରାର୍ଥିତ୍ଵକୁ ବିରୋଧ କରୁଥିବା ଜଣାପଡିଛି। ତେବେ ବିଜେଡ଼ିର ଏହି ଗୋଳିଆ ପାଣିରୁ ଫାଇଦା ନେବା ଆଶାରେ ଅଛନ୍ତି ବିରୋଧୀ।

କଂଗ୍ରେସ: ଏହି ଆସନରେ କଂଗ୍ରେସ ଅପେକ୍ଷାକୃତ ଦୁର୍ବଳ ହୋଇଛି। ୨୦୧୪ ବିଧାନସଭା ନିର୍ବାଚନରେ ୪୮,୯୩୩ ଭୋଟ ପାଇ ୨ୟ ସ୍ଥାନରେ ଥିଲା। ତେବେ ଜିଲ୍ଲା ପରିଷଦ ଭୋଟରେ କଂଗ୍ରେସ ମାତ୍ର ୩୦,୪୯୩ ଭୋଟ ପାଇବାରେ ସକ୍ଷମ ହୋଇଥିଲା। ଇତି ମଧ୍ୟରେ କଂଗ୍ରେସ ଏଠାରେ ତାର ଗଡ଼କୁ ସଜାଡ଼ିବାରେ ଲାଗିଛି। ତେଣୁ ୨୦୦୯ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଥିବା ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାସଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ କରିଛି। ବିଜେଡ଼ି ଅନ୍ତର୍ଦ୍ଵନ୍ଦର ଫାଇଦା ନେବା ପାଇଁ କଂଗ୍ରେସ ଲୋକସମ୍ପର୍କ ଅଭିଯାନକୁ ଜୋରଦାର କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି।

ବିଜେପି: ତେବେ ବିଜେପି ପକ୍ଷରୁ ଚଳିତ ଥର ପ୍ରାର୍ଥୀ ହେବା ପାଇଁ ଏକ ମାତ୍ର ଦାବିଦାର ରହିଛନ୍ତି। ୨୦୧୪ ମସିହାରେ ପ୍ରାର୍ଥୀ ହୋଇଥିବା ତୁଷାରକାନ୍ତି ବେହେରାଙ୍କୁ ଦଳ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ଗତ ବିଧାନସଭା ନିର୍ବାଚନରେ ମାତ୍ର ୧୨,୦୯୩ ଭୋଟ ପାଇଥିବା ବିଜେପି ଜିଲ୍ଲା ପରିଷଦ ନିର୍ବାଚନରେ ୪୩,୩୩୯ ଖଣ୍ଡ ଭୋଟ ପାଇଥିଲା। ମାତ୍ର ତିନି ବର୍ଷ ବ୍ୟବଧାନରେ ବିଜେପିର ଭୋଟ ହାର ବୃଦ୍ଧି ବିଜେପିକୁ ବେଶ ଉତ୍ସାହିତ କରିଛି। ମୋଦୀ ହାୱା , ପରିଶ୍ରମ ଓ ଦୃଢ ସଂଗଠନ ଜରିଆରେ ଆଗାମୀ ନିର୍ବାଚନରେ ଏହି ଆସନରୁ ବିଜେପିକୁ ନିଶ୍ଚୟ ସଫଳତା ମିଳିବ ବୋଲି ତୁଷାର ଆଶା ରଖିଛନ୍ତି।

ବିଜେଡିରେ ବିଦେଶୀ ପ୍ରସଙ୍ଗ , ବିଜେପିର ଆହେତୁକ ଭୋଟ ହାର ବୃଦ୍ଧି , ଦୁର୍ବଳ ସତ୍ତ୍ୱେ ନିର୍ବାଚନ ପୂର୍ବରୁ କଂଗ୍ରେସ ସଙ୍ଗଠନକୁ ସଜାଡିବା ପ୍ରୟାସ ଆଗାମୀ ନିର୍ବାଚନୀ ଦୃଶ୍ୟପଟ୍ଟକୁ ଅସ୍ପଷ୍ଟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story