Advertisment

ଆଜି କଳାହାଣ୍ଡି ବନ୍ଦ, ରାସ୍ତାକୁ ଓହ୍ଲାଇଲା ବିଜେପି

କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ହିତ ଦୃଷ୍ଟିରୁ ଆଜି ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ବିଜେପି। । ଦଳ ପକ୍ଷରୁ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

Strike

Strike

Advertisment

ଦୀର୍ଘ ଦିନର ଧାରଣା, ଅଫିସ ଘେରାଉ ସତ୍ତ୍ୱେ ଦାବି ଶୁଣିଲାନି ପ୍ରଶାସନ। ଶେଷରେ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ହିତ ଦୃଷ୍ଟିରୁ ଆଜି ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ବିଜେପି। । ଦଳ ପକ୍ଷରୁ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

Advertisment

କଳାହାଣ୍ଡି ଜିଲ୍ଲାରେ ମଣ୍ଡିରେ ଚାଷୀ ସମସ୍ୟା, ଧାନ କଟନି ଛଟନି, କପାର ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।

ଏହି ସବୁ ସମସ୍ୟାର ସମାଧାନ ଦାବିରେ ପୂର୍ବରୁ ବିଜେପି ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍, ଆର୍ ଆଇ ଅଫିସ ଘେରାଉ କରାଯାଇଥିଲା। ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ଆଜି ବନ୍ଦ ପାଳନ କରାଯାଉଥିବା ବିଜେପି କହିଛି।

Advertisment

ବନ୍ଦ ଯୋଗୁ ଆଜି ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ଦୋକାନ ବଜାର ବନ୍ଦ ରହିଛି। ତେବେ ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ପ୍ରାଥମିକତା ଭିତ୍ତିରେ ଆମ୍ବୁଲାନ୍ସକୁ ଛାଡ଼ି ଦିଆଯାଉଛି।

ଏନେଇ ଜଣେ ବିଜେପି ନେତା କହିଛନ୍ତି, ଧାନ କଟନୀ ଛଟନି ପ୍ରତିବାଦରେ ବ୍ଲକ ଅଫିସ, ଆରଆଇ ଅଫିସ ଘେରାଉ କଲୁ। ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ୮ ଦିନ ବସିଲୁ। ଏହାପରେ ବି ପ୍ରଶାସନ ଶୁଣିଲାନି। ତେଣୁ ଏହା ପ୍ରତିବାଦରେ ଆମେ ରାସ୍ତାକୁ ଓହ୍ଲାଇଛୁ। ଆମେ ଶାନ୍ତିଶୃଙ୍ଖଳାର ସହ ଅହିଂସା ଉପାୟରେ ଚାଷୀଙ୍କ ପାଇଁ ଆନ୍ଦୋଳନ ଜାରି ରଖିବୁ।

Bjp Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe