Advertisment

କେବଳ ରାହୁଲଙ୍କ ପାଇଁ ଜୀବନ ବଦଳିଛି: କଳାବତୀ

ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ଗୃହମନ୍ତ୍ରୀ ଅମିତ ଶାହ ଯେଉଁ ଅଭିଯୋଗ କରିଥିଲେ, ତାକୁ ଖଣ୍ଡନ କରିଛନ୍ତି କଳାବତୀ।

author-image
Debibandita Barick
ଅଦ୍ୟତନ ହୋଇଛି
Rahul Gandhi, Kalavati Bandurkar And Amit Shah

Rahul Gandhi, Kalavati Bandurkar And Amit Shah

ପୁଣି ଥରେ ଚର୍ଚ୍ଚାରେ କଳାବତୀ ବନ୍ଦୁରକର। ଗରିବ କୃଷକ ପରିବାରର ବିଧବା ମହିଳାଙ୍କୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ରାଜନୀତି। ଗୃହରେ ଅନାସ୍ଥା ପ୍ରସ୍ତାବ ସମୟରେ କଳାବତୀଙ୍କ ଆର୍ଥିକ ପରିସ୍ଥିତି ବାବଦରେ ଗୃହ ମନ୍ତ୍ରୀ ଅମିତ ଶାହ ବିତର୍କ ରଖିଛନ୍ତି। ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ଯେଉଁ ଅଭିଯୋଗ କରିଛନ୍ତି, ତାକୁ ଖଣ୍ଡନ କରିଛନ୍ତି କଳାବତୀ। 

Advertisment

କଳାବତୀ କହିଛନ୍ତି, ଯଦି ତାଙ୍କ ଭାଗ୍ୟ କିଏ ବଦଳାଇ ଦେଇଛି ତେବେ ସେ ହେଉଛନ୍ତି ରାହୁଲ ଗାନ୍ଧୀ। ୨୦୧୪ ପରଠାରୁ ସେ କୌଣସି ସହାୟତା ପାଇ ନାହାଁନ୍ତି ବୋଲି କହିଛନ୍ତି। ଏଥିସହ ସେ କହିଛନ୍ତି, "ମୋର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ କିଛି କହିବାର ନାହିଁ, କିନ୍ତୁ ଏହା ସତ ଯେ, ମୋ ଜୀବନ କେବଳ ରାହୁଲଙ୍କ କାରଣରୁ ବଦଳି ଯାଇଛି।" ଗୃହରେ ଅମିତ ଶାହ କହିଥିଲେ, ଜଣେ ଗରିବ କୃଷକ ପରିବାରର ମହିଳା କଳାବତୀଙ୍କୁ ରାହୁଲ ଗାନ୍ଧୀ ଭେଟିଥିଲେ ସତ ହେଲେ ତାଙ୍କ ପାଇଁ କଣ କରିଛନ୍ତି? ମୋଦୀ ସରକାର ଆସିବା ପରେ ତାଙ୍କୁ ସବୁ ସହାୟତା ଯୋଗାଇ ଦିଆଯାଇଛି ବୋଲି ଅମିତ ଶାହ କହିଥିଲେ।

ମହାରାଷ୍ଟ୍ର ଜଳକାର ବାସିନ୍ଦା ହେଉଛନ୍ତି କଳାବତୀ। ୨୦୦୫ ମସିହାରେ କୃଷି ସଙ୍କଟ କାରଣରୁ ଆତ୍ମହତ୍ୟା କରିଥିଲେ କଳାବତୀଙ୍କ ସ୍ୱାମୀ। ତାଙ୍କର ୮ଟି ସନ୍ତାନ ଥିଲେ। ଦୁଇ ଜଣ ପୂର୍ବରୁ ଚାଲି ଯାଇଥିଲେ। କଳାବତୀଙ୍କ ସ୍ୱାମୀ ଆତ୍ମହତ୍ୟା ପରେ ୨୦୧୦ରେ ଜ୍ୱାଇଁ ମଧ୍ୟ ଆତ୍ମହତ୍ୟା କରିଥିଲେ। ଏହାପରେ ତାଙ୍କ ଦ୍ୱିତୀୟ ଝିଅ ମଧ୍ୟ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ୨୦୦୮ରେ ରାହୁଲ ଗାନ୍ଧୀ ତାଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ କଳାବତୀଙ୍କ ବିଷୟରେ ଆଲୋଚନା କରିବା ପରେ ସବୁ କ୍ଷେତ୍ରରୁ ତାଙ୍କ ନିକଟକୁ ଆର୍ଥିକ ସହାୟତା ମିଳିଥିଲା। 

Advertisment

୨୦୦୮ରେ ମଧ୍ୟ ଆମେରିକା ସହ ନ୍ୟୁକ୍ଲିୟର୍ ଡିଲକୁ ନେଇ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ରଖିବା ସମୟରେ ରାହୁଲ ଗାନ୍ଧୀ କଳାବତୀଙ୍କ ବିଷୟରେ ଚର୍ଚ୍ଚା କରିଥିଲେ। ଏହି ସମୟରେ ସେ ମଧ୍ୟ ଅନ୍ୟ ଜଣେ ମହିଳା ଶଶିକଳାଙ୍କ ବାବଦରେ କହିଥିଲେ। ଏହାପରେ କଳାବତୀ ଲୋକଲୋଚନକୁ ଆସିଥିଲେ। ସେତେବେଳେ ତାଙ୍କୁ ଦେଶ ତଥା ବିଦେଶୀ ସଂସ୍ଥା ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଥିଲା। କଳାବତୀ କହିଛନ୍ତି, "ପ୍ରଥମେ ମୁଁ ୩ ଲକ୍ଷ ଟଙ୍କା ପାଇଥିଲି, ଯେଉଁଥିରେ ଘରର ମରାମତି ଏବଂ ଜୀବନଶୈଳୀରେ ଉନ୍ନତି ଆଣିଥିଲି। ଏହା ପରେ (ଏନଜିଓ) ସୁଲାବ ଇଣ୍ଟରନ୍ୟାସନାଲର ୩୦ ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କାକୁ ଜମା କରିବାରୁ ମୁଁ ମାସିକ ପ୍ରାୟ ୧୬,୦୦୦ ଟଙ୍କା ସୁଧ ପାଉଛି।"

ସେ ଆହୁରି କହିଛନ୍ତି, "ଶେଷ ଥର ପାଇଁ ୨୦୧୨ରେ ମୋତେ ସହାୟତା କରାଯାଇଥିଲା। ଏଥିରେ ସେ ଏକ ନୂତନ ଘର ତିଆରି କରାଇଥିଲେ। ଝିଅମାନଙ୍କ ବିବାହ କରିଥିଲେ ଏବଂ ସହାୟତା ଟଙ୍କାରେ ଆସୁଥିବା ସୁଧ ପଇସାରେ ଦୈନିକ ଜୀବନ ଯାପନ କରିପାରୁଛନ୍ତି।" ଗତ ବର୍ଷ ଭାରତ ଯୋଡ ଯାତ୍ରା ସମୟରେ ମଧ୍ୟ କଳାବତୀ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। 

Rahul Gandhi Amit Shah Kalavati Bandurkar