ଚାଷୀ ତୁଷ୍ଟୀକରଣ: ଘରୋଇ କଲେଜରେ ପଢ଼ିଲେ ବି ମିଳିବ ‘କାଳିଆ’ ଛାତ୍ରବୃତ୍ତି: ପିଜି-ପିଏଚଡି ପାଠ୍ୟକ୍ରମ ବି ସାମିଲ

କାଳିଆ ଛାତ୍ରବୃତ୍ତି ଯୋଜନାରେ ଅଧିକ ପାଠ୍ୟକ୍ରମକୁ ସାମିଲ କରିବା ସହ ଭିନ୍ନ ଭିନ୍ନ ପାଠ୍ୟକ୍ରମ ପାଇଁ କୋର୍ସ ଫି’ ନିର୍ଦ୍ଧାରଣ, ୨ବଷିଆ ପିଜି ଓ ୪ବର୍ଷିଆ ପିଏଚଡି ପାଠ୍ୟକ୍ରମ ସମେତ ପ୍ରଫେସନାଲ ଓ ଟେକନିକାଲ କୋର୍ସରେ ପିଜି ପାଠ୍ୟକ୍ରମକୁ ମଧ୍ୟ କାଳିଆ ଛାତ୍ରବୃତ୍ତିରେ ସାମିଲ କରାଯାଇଛି ।

Kalia

Representative image

Ordigital Desk
  • Published: Wednesday, 02 August 2023
  • Updated: 02 August 2023, 09:53 PM IST

ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବାର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହିଁନାହାନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପାଇଁ ‘ଗେମଚେଞ୍ଜର’ ସାବ୍ୟସ୍ତ ହୋଇଥିବା ‘କାଳିଆ’ ଯୋଜନାକୁ ଏବେ ବ୍ୟାପକ କରିଛନ୍ତି । କାଳିଆ ଯୋଜନାର ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ‘କାଳିଆ ଛାତ୍ରବୃତ୍ତି’ ର କଳେବରକୁ ବୃଦ୍ଧି କରିଛନ୍ତି । ଏଣିକି କେବଳ ସରକାରୀ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା କାଳିଆ ହିତାଧିକାରୀଙ୍କ ପିଲାମାନେ ବି ଏହି ଛାତ୍ରବୃତ୍ତି ପାଇପାରିବେ । ଏପରିକି ୨ ବର୍ଷିଆ ପିଜି ଓ ୪ବର୍ଷିଆ ପିଏଚଡି ପାଠ୍ୟକ୍ରମ ସମେତ ଏନଆଇଟି, ଆଇଆଇଟି, ଆଇଆଇଏମ୍, ଏମସ, ଏଆଇଆରଆଇ ଆଦିରେ ପଢ଼ୁଥିବା ପିଲାମାନେ ମଧ୍ୟ କାଳିଆ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ । ରାଜ୍ୟରେ ଏବେ ପ୍ରାୟ ୬୦ଲକ୍ଷ ଚାଷୀ ପରିବାର ‘କାଳିଆ’ ଯୋଜନାର ହିତାଧିକାରୀ ଭାବେ ସରକାରଙ୍କଠୁ ଆର୍ଥିକ ସହାୟତା ପାଉଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଚାଷୀ ପରିବାର(କାଳିଆ ହିତାଧିକାରୀ)ର ପିଲାମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ସ୍କଲାରସିପ୍ ଦେବା ପାଇଁ ଏହି ଯୋଜନାକୁ ବ୍ୟାପକ କରିଛନ୍ତି । ଏଣିକି କାଳିଆ ଛାତ୍ରବୃତ୍ତି ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ(କଲେଜ ଓ ବିଶ୍ୱବିଦ୍ୟାଳୟ)ରେ ପଢ଼ୁଥିବା କାଳିଆ ହିତାଧିକାରୀ ପରିବାରର ପିଲାମାନଙ୍କୁ ମିଳିପାରିବ । ସେହିପରି ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଏନଆଇଟି, ଆଇଆଇଟି, ଏମସ ଆଦିରେ ପଢ଼ୁଥିବା ପିଲାଙ୍କୁ ମଧ୍ୟ କାଳିଆ ଛାତ୍ରବୃତ୍ତି ମିଳିବ । ତେବେ ଏଆଇଏସଏଚଇ(ଅଲଇଣ୍ଡିଆ ସର୍ଭେ ଅନ୍ ହାୟର ଏଜୁକେସନ) କୋଡ୍ ଥିବା ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀ ‘କାଳିଆ ଛାତ୍ରବୃତ୍ତି’ ପାଇପାରିବେ ।

Also Read

କାଳିଆ ଛାତ୍ରବୃତ୍ତି ଯୋଜନାରେ ଅଧିକ ପାଠ୍ୟକ୍ରମକୁ ସାମିଲ କରିବା ସହ ଭିନ୍ନ ଭିନ୍ନ ପାଠ୍ୟକ୍ରମ ପାଇଁ କୋର୍ସ ଫି’ ନିର୍ଦ୍ଧାରଣ, ୨ବଷିଆ ପିଜି ଓ ୪ବର୍ଷିଆ ପିଏଚଡି ପାଠ୍ୟକ୍ରମ ସମେତ ପ୍ରଫେସନାଲ ଓ ଟେକନିକାଲ କୋର୍ସରେ ପିଜି ପାଠ୍ୟକ୍ରମକୁ ମଧ୍ୟ କାଳିଆ ଛାତ୍ରବୃତ୍ତିରେ ସାମିଲ କରାଯାଇଛି । ଏମ ଟେକ୍ , ଏମଏସସି(କୃଷି), ଏମଏସସି(ଫରେଷ୍ଟ୍ରି), ମେଡିକାଲ ସାଇନ୍ସରେ ପିଜି ଓ ଅନ୍ୟ ସମାନ୍ତରାଳ ପାଠ୍ୟକ୍ରମ ପାଇଁ ମଧ୍ୟ ରାଜ୍ୟ ସରକାର କାଳିଆ ଛାତ୍ରବୃତ୍ତି ପ୍ରଦାନ କରିବେ । ତେବେ ଘରୋଇ ଶିକ୍ଷାନୁଷ୍ଠାନ ଓ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀ ‘କାଳିଆ ଛାତ୍ରବୃତ୍ତି’ ପରିମାଣ ଅନୁସୂଚିତ ଜାତି,ଜନଜାତି ବିଭାଗର ଫି’ ନିର୍ଦ୍ଧାରଣ କମିଟି ଦ୍ୱାରା ସ୍ଥିରୀକୃତ ହେବ । ସେହିପରି ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ଉଭୟ ଟେକନିକାଲ,ପ୍ରଫେସନାଲ ପାଠ୍ୟକ୍ରମରେ ରାଜ୍ୟ ବାହାରେ ଓ ଭିତରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ କାଳିଆ ଛାତ୍ରବୃତ୍ତି ମଧ୍ୟ ପାଇପାରିବେ ।

କାଳିଆ ଛାତ୍ରବୃତ୍ତି ପାଇଁ ଏଣିକି ପ୍ରତିବର୍ଷ ୨ଥର ପୋର୍ଟାଲ ଖୋଲା ରହିବ । ପ୍ରତିବର୍ଷର ଜୁଲାଇ/ଅଗଷ୍ଟ ଓ ଦ୍ୱିତୀୟଥର ନଭେମ୍ବର/ଡିସେମ୍ବରରେ ପୋର୍ଟାଲ ଖୋଲା ରହିବ । ଏହି ଅବଧିରେ ଛାତ୍ରବୃତ୍ତି ଚାହୁଁଥିବା ପିଲାମାନେ ନିଜର ଆବେଦନ ଓ ନବୀକରଣ କାର୍ଯ୍ୟ କରାଇପାରିବେ ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ ୪୧.୦୮ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ୧୮.୬୧ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ‘କାଳିଆ’ ଭତ୍ତା ଦେଉଛନ୍ତି । ୨୦୨୧-୨୨ ମସିହାରୁ ‘କାଳିଆ ସ୍କଲରାସିପ୍‌’ ପୋର୍ଟାଲ ଖୋଲିଛି ଓ ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ମୋଟ ୭୬୫ଜଣ ଛାତ୍ରଛାତ୍ରୀଙ୍କୁ ‘କାଳିଆ ଛାତ୍ରବୃତ୍ତି’ ମିଳିଥିଲା ବୋଲି କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟର ପ୍ରାୟ ୬୦ଲକ୍ଷ ଚାଷୀ ପରିବାରର ପିଲାମାନଙ୍କୁ ଉଚ୍ଚଶିକ୍ଷା ପାଇଁ କାଳିଆ ଯୋଜନାରେ ଛାତ୍ରବୃତ୍ତି ମିଳିପାରିବ ଓ ଏଥିପାଇଁ କେବଳ ପିତାମାତା ଓ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ, ସ୍ଥାୟୀ ବାସିନ୍ଦା ଠିକଣା, ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଓ ପଢ଼ୁଥିବା ଶିକ୍ଷାନୁଷ୍ଠାନ ସମ୍ପର୍କରେ ତଥ୍ୟ ଦେବାକୁ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story