Advertisment

ଆଗୁଆ ବାଂଟିଲେ ‘କାଳିଆ’ ଟଙ୍କା: ୪୬ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୯୩୩କୋଟି

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘କାଳିଆ’ ଯୋଜନା ସହାୟତା ଟଙ୍କା ଆଗୁଆ ବାଣ୍ଟିଛନ୍ତି।

kalia yojana

kalia yojana

Advertisment

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘କାଳିଆ’ ଯୋଜନା ସହାୟତା ଟଙ୍କା ଆଗୁଆ ବାଣ୍ଟିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪୬ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୯୩୩ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରିଛନ୍ତି। ୨୦୧୯ ମସିହାରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘କାଳିଆ’ ଯୋଜନାର ସହାୟତା ରାଶିକୁ ରାଜ୍ୟ ସରକାର ପ୍ରତିବର୍ଷ ଦୁଇଥର ଅକ୍ଷୟ ତୃତୀୟା ଓ ନୂଆଖାଇ ଦିନ ଚାଷୀଙ୍କ ଆକାଉଣ୍ଟକୁ ପଠାଇଥାନ୍ତି। ମାତ୍ର ଚଳିତବର୍ଷ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ କିଛିଦିନ ତଳେ କ୍ୟାବିନେଟରେ ‘କାଳିଆ’ ଯୋଜନାର ଗାଇଡଲାଇନକୁ ପରିବର୍ତ୍ତନ କରିଥିଲେ।

Advertisment

ସୂଚନା ଅନୁସାରେ, ରାଜ୍ୟର ୪୬ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଆଜି ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରାଯାଇଛି। ୨୦୨୪ ମସିହାରେ ଏହା ପ୍ରଥମ କିସ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଏହି ୨ହଜାର ଟଙ୍କା ଲେଖାଁଏ କାଳିଆ ସହାୟତା ରାଶି ହସ୍ତାନ୍ତର କରିବା ସହ ରାଜ୍ୟର ସମସ୍ତ ଜିଲ୍ଲାରେ ଚାଷୀମାନଙ୍କୁ ଚାଷ କାର୍ଯ୍ୟ ପାଇଁ ବୈଷୟିକ ସହାୟତା ପ୍ରଦାନ ନିମନ୍ତେ ‘କାଳିଆ କେନ୍ଦ୍ର’ ମଧ୍ୟ ଉଦଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଚନ୍ତି ଯେ, କାଳିଆ ଯୋଜନାର ଅବଧି ଆଉ ୩ବର୍ଷ ଅର୍ଥାତ ୨୦୨୬-୨୭ ମସିହା ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ଏଥିପାଇଁ ରାଜ୍ୟ ସରକାର ୬୦୩୦କୋଟି ଟଙ୍କା ଖର୍ଚ୍ଚ କରିବେ। କାଳିଆ ହିତାଧିକାରୀ ପିଲାମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଚଳିତ ଶିକ୍ଷାବର୍ଷରୁ କାଳିଆ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଆଣି ଏନଆଇଟି, ଆଇଆଇଟି, ଆଇଆଇଏମ୍ , ଏମ୍ସ, ଆଇସିଆର ଭଳି ସମ୍ମାନଜନକ ଶିକ୍ଷାନୁଷ୍ଠାନ ସହ ରାଜ୍ୟ ଭିତରେ ଓ ବାହାରେ ଥିବା ବିଭିନ୍ନ ଘରୋଇ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ପଢ଼ୁଥବା ଚାଷୀ ପରିବାରର ପିଲାମାନଙ୍କୁ କଳିଆ ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଭୂମିହୀନ ଚାଷୀ ପରିବାରକୁ ଚଳିତ ଖରିଫ ଋତୁ ପାଇଁ ଅତିରିକ୍ତ ଦୁଇ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୂର୍ବରୁ ୩ଟି କିସ୍ତିରେ ଏହି ଭୂମିହୀନ ଚାଷୀଙ୍କୁ ୧୨୫୦୦ଟଙ୍କା ପ୍ରଦାନ କରାଯାଇଥିଲା। ରାଜ୍ୟର ୧୮ଲକ୍ଷରୁ ଅଧିକ ଭୂମିହୀନ ଚାଷୀ ପରିବାର ଉପକୃତ ହେବେ ଓ ସେବାବଦରେ ମୋଟ ୩୬୦କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଖରିଫ ଋତୁ ପାଇଁ ରାଜ୍ୟର ୪୫ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ ସହାୟତା ବାବଦରେ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଥିଲେ ଯେ, ୨୦୧୯ ମସିହାରେ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ଇତିମଧ୍ୟରେ ୬୪ଲକ୍ଷ ଚାଷୀ ଭାଇ ସାମିଲ ହୋଇଛନ୍ତି। ଗତ ୫ବର୍ଷ ମଧ୍ରରେ ୧୩୭୯୩କୋଟି ଟଙ୍କାର ସହାୟତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। ଭାରତ ବର୍ଷରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ଦିଆଯାଉଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟସଚିବ, ଉନ୍ନୟନ କମିଶନର, କୃଷି ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟର ଚାଷୀ ପରିବାରମାନଙ୍କୁ ଆକୃଷ୍ଟ କରିବା ପାଇଁ ଭୋଟ୍ ପୂର୍ବରୁ ୨ହଜାର ଟଙ୍କା ଲେଖାଏଁ କାଳିଆ ସହାୟତା ରାଶି ବଂଟନ ନିମନ୍ତେ ରାଜ୍ୟ ସରକାର କାଳିଆ ଗାଇଡଲାଇନରେ ସଂଶୋଧନ କରାଇଥିଲେ।

Kalia Yojana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe