Advertisment

ନରସିଂହ ମିଶ୍ରଙ୍କୁ କଡ଼ା ଜବାବ ଦେଲେ କଳିକେଶ ସିଂହଦେଓ

‘ଆମେ ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିକୁ ଭଲ ପାଉ। କିନ୍ତୁ ଏହାକୁ ନେଇ ଶସ୍ତା ରାଜନୀତି କରୁନାହୁଁ। ଫିଲ୍ମ ଇଣ୍ଡଷ୍ଟ୍ରୀ କଥା, ଫିଲ୍ମ ଇଣ୍ଡଷ୍ଟ୍ରୀ ଭିତରେ ସମାଧାନ କରାଯାଉ’

Narasingha and Kalikesh

Narasingha and Kalikesh

Advertisment

ଅଭିନେତା ମନୋଜ ମିଶ୍ର ବ୍ୟାନ୍‌କୁ ନେଇ ବାରମ୍ୱାର ବୟାନ୍‌ ଦେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ତାଙ୍କର ସେହି ବୟାନ୍‌କୁ ଜୋରଦାର ଢ଼ଙ୍ଗରେ ଜବାବ ଦେଇଛନ୍ତି ବିଜେଡି ନେତା ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ। ଆଉ ସେ କହିଛନ୍ତି, ବିଧାୟକ ଭାବେ କେତେ ଥର ପଶ୍ଚିମ ଓଡ଼ିଶା ଅବହେଳା କଥା ଉଠାଇଛନ୍ତି? ନିର୍ବାଚନ ଆସୁଥିବାରୁ ପଶ୍ଚିମ ଓଡ଼ିଶା ଭାବାବେଗକୁ ଇସ୍ୟୁ କରୁଛନ୍ତି ବୋଲି କଳିକେଶ କହିଛନ୍ତି।

Advertisment

ଓଲିଉଡ୍‌ କଳିରେ ମୁହଁ ପୂରାଇ କଂଗ୍ରେସ ନେତା ନରସିଂହ ମିଶ୍ର ପୂର୍ବରୁ କହିଥିଲେ ବିବାଦ ସମାଧାନ ନହେଲେ ଓଡ଼ିଶା ଭାଗ ଭାଗ ହୋଇଯିବ। ଆଜି ପୁଣି ଥରେ ସେ ଓଲିଉଡ୍ କଳିରେ ଏଣ୍ଟ୍ରି ମାରିଛନ୍ତି। ନରସିଂହ କହିଛନ୍ତି, ଜଣେ କଳାକାରଙ୍କୁ ଯେଭଳି ଅପମାନ କରାଗଲା ତାହା ନିନ୍ଦନୀୟ। ବ୍ୟାନ ପୂର୍ବରୁ ମନୋଜଙ୍କୁ କାରଣ ଦର୍ଶାଯାଇଥିଲା କି? ରାଜ୍ୟ ସରକାର କେବଳ ଗୁମାସ୍ତାଙ୍କୁ ଧରି ବୟାନବାଜି କରୁଛନ୍ତି। ସମାଧାନ ପାଇଁ ନୁହେଁ, କେବଳ ଖସି ପଳାଇବାକୁ ଦରାଣ୍ଡି ହେଉଛନ୍ତି। ତୁରନ୍ତ ମନୋଜଙ୍କ ଉପରୁ ବ୍ୟାନ ପ୍ରତ୍ୟାହର କର। ସେମାନେ କହୁଛନ୍ତି ଭୁଲ ଥିଲେ କ୍ଷମା ମାଗିବୁ। ପଶ୍ଚିମ ଓଡ଼ିଶା ଭାଷା ଓ କଳାକାରଙ୍କ ପ୍ରତି ଟିପ୍ପଣୀ ପାଇଁ କ୍ଷମା ମାଗ ବୋଲି ନରସିଂହ କହିଛନ୍ତି।

ଓଲିଉଡ୍‌ କଳି ନରସିଂହଙ୍କ ଏଣ୍ଟ୍ରୀକୁ ନାପସନ୍ଦ କରିଛନ୍ତି ବିଜେଡି ନେତା ତଥା ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ। ଗଣମାଧ୍ୟମକୁ ସୂଚନା ଦେ ସେ କହିଛନ୍ତି, ରାଜନୈତିକ ବୟାନବାଜି ଦେଇ ଆଉ ବିବାଦ କରନ୍ତୁନି। ବିଧାୟକ ଭାବେ କେତେ ଥର ପଶ୍ଚିମ ଓଡ଼ିଶା ଅବହେଳା କଥା ଉଠାଇଛନ୍ତି? ନିର୍ବାଚନ ଆସୁଥିବାରୁ ପଶ୍ଚିମ ଓଡ଼ିଶା ଭାବାବେଗକୁ ଇସ୍ୟୁ କରୁଛନ୍ତି। ଆମେ ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିକୁ ଭଲ ପାଉ। କିନ୍ତୁ ଏହାକୁ ନେଇ ଶସ୍ତା ରାଜନୀତି କରୁନାହୁଁ। ଫିଲ୍ମ ଇଣ୍ଡଷ୍ଟ୍ରୀ କଥା, ଫିଲ୍ମ ଇଣ୍ଡଷ୍ଟ୍ରୀ ଭିତରେ ସମାଧାନ କରାଯାଉ ବୋଲି କଳିକେଶ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, କେତେକ ପ୍ରଯୋଜକ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ୍‌ କରିବା ପରେ ଗର୍ଜିଥିଲେ ନରସିଂହ ମିଶ୍ର। ବ୍ୟାନ୍‌ ଆଦେଶ ନଉଠିଲେ ଓଡ଼ିଶା ଭାଗ ଭାଗ ହୋଇଯିବ ବୋଲି କହିଥିଲେ। ଜଣେ ବରିଷ୍ଠ ରାଜନେତାଙ୍କ ଏପରି ବୟାନ୍‌କୁ ରାଜନେତା ଓ ରାଜ୍ୟର ବରିଷ୍ଠ କଳାକାରମାନେ ନାପସନ୍ଦ କରିଥିଲେ। ଏପରିକି ତାଙ୍କୁ ସମାଲୋଚନା କରିଥିଲେ। ଆଜି ପୁଣି ଥରେ ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିବା ସହିତ ବ୍ୟାନ ପୂର୍ବରୁ କାରଣ ଦର୍ଶାଯାଇଥିଲା କି ବୋଲି ପ୍ରଶ୍ନ କରିଥିଲେ ନରସିଂହ।

ଏଠାରେ କୁହାଯାଇପାରେ ପୂର୍ବରୁ ପ୍ରଯୋଜକ ସଂଘ ସାମ୍ୱାଦିକ ସମ୍ମିଳନୀ କରି କହିଥିଲା, ବ୍ୟାନ୍‌ ପୂର୍ବରୁ ମନୋଜ ମିଶ୍ରଙ୍କ ସହିତ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ଫୋନ୍‌ ରିସିଭ୍‌ କରି ‘ରାମ୍‌’ ଫିଲ୍ମରୁ ଜିତୁ ମଙ୍ଗରାଜଙ୍କ ସିନ୍‌ କାଟିଲେ ଯାଇ ପଶ୍ଚିମ ଓଡ଼ିଶାରେ ଫିଲ୍ମ ରିଲିଜ୍‌ ହୋଇପାରିବ ବୋଲି ମନୋଜ କହିଥିବା ପ୍ରଯୋଜକ ସଂଘ ସ୍ପଷ୍ଟ କରିଥିଲା।

ସେପଟେ କଳି ସମାଧାନ ପାଇଁ ଆଜି ଓଏଫ୍‌ଡିସିରେ ବୈଠକ ବସିଥିଲା। ବୈଠକ ପରେ ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି, ଆଲୋଚନା ପାଇଁ ସମସ୍ତଙ୍କୁ ଡାକିଥିଲି। ଅରିନ୍ଦମ, ଶ୍ରୀତମ, ଟୁଟୁ ନାୟକ ଆସିଥିଲେ। ମନୋଜଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଉଠାଇଲେନି। ତଥାପି ଆମର ଚେଷ୍ଟା ରହିବ, ଏ ଘଟଣା ଆଉ ଆଗକୁ ନବଢୁ ବୋଲି କୁନା ତ୍ରିପାଠୀ କହିଛନ୍ତି।

BjD Congress Narasingha Mishra Kalikesh Singhdeo Manoj Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe